ହେଡଲାଇନସ୍:

ତାରିଣୀ ମନ୍ଦିର ରେ ଅନ୍ନଭୋଗ ବଣ୍ଟନ୍ନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରେ ପଦ୍ମପୁର ର ଯୁବ ଗୋଷ୍ଠି  ଙ୍କ ତରଫରୁ ପାଇକମାଳ ନିକଟସ୍ଥ ତାରିଣୀ ମନ୍ଦିର ରେ ଭକ୍ତ ମାନଙ୍କ ପାଇଁ ଅନ୍ନ ଭୋଗ ବଣ୍ଟନ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ତାରିଣୀ ଙ୍କ ପୂଜା ହୋଇଥିଲା । ପଞ୍ଚାନନ ନାୟକ ଓ ବିଜୟା ନାୟକ କର୍ତ୍ତା କାର୍ଯ୍ୟ ଓ ନିମାଇଁ ଚରଣ ମହାପାତ୍ର ପଣ୍ଡିତ କାର୍ଯ୍ୟ ତୁଳାଇଥିଲେ । ଏହି ଅବସରେ ପାଞ୍ଚ ହଜାର ରୁ ଅଧିକ ଭକ୍ତ ଅନ୍ନଭୋଗ ଗ୍ରହଣ କରିଥିଲେ ।ଏହି ଅନ୍ନଭୋଗ କାର୍ଯ୍ୟ କ୍ରମ କୁ ଅନ୍ୟ ମାନଙ୍କ ମଧ୍ଯ ରେ ଗୋପାଳ ସାହୁ , ଭଗବାନ ସାହୁ , ସୁଦାମ ବେହେରା , ରବି ବେହେରା , ବିଭୂ ଦାସ , ଶ୍ରୀକାନ୍ତ ମିଶ୍ର , ରଶ୍ମିରଞ୍ଜନ ଖୁଣ୍ଟଲା , ମୋୖସମ ପାଗଡା , ଈଶ୍ଵର ମେହେର , ବିକାଶ ପଣ୍ଡା , ପ୍ରଦ୍ୟୁନ୍ନ ମେହେର , ଦୀପକ ତିୱରୀ , ଅଜୟ ଅଗ୍ରୱାଲ , ମାନସ ମହାନ୍ତି , ଜଗଦୀଶ ହାତୀ , ରମାକାନ୍ତ ବହିଦାର , ତାପସ ନାୟକ ଓ ଶିବାଶୀଷ ପଟ୍ଟନାୟକ ପ୍ରମୁଖ ସଦସ୍ୟ  ସହଯୋଗ କରିଥିଲେ ।

 

0
0
0
s2sdefault