ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ
ରାୟଗଡା(ଶାସକ ପ୍ରଶାସକ) ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ରାୟଗଡ଼ା ଜିଲ୍ଲାଗ୍ରସ୍ତ ଅବସରରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ପ୍ରୋଜେକଟା ପ୍ରାଇମେରୀ ସ୍କୁଲ୍, କାକରୀଗୁମ୍ମା ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀପୁର ଉଚ୍ଚ ମାଧ୍ୟମିକ ସ୍କୁଲ, ଲକ୍ଷ୍ମୀପୁର ଯୁକ୍ତ-୩ କଲେଜ ଏବଂ ରାୟଗଡ଼ା ଜିଲ୍ଲାର ଉଦୟପୁର ପ୍ରାଇମେରୀ ସ୍କୁଲ, ଫରେଷ୍ଟ କଲୋନୀ ପ୍ରାଇମେରୀ ସ୍କୁଲକୁ ଅଚାନକ ଗସ୍ତ କରିଥିଲୋ ଉଦୟପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମହେନ୍ଦ୍ର ବିଦରଙ୍କୁ ବଦଳି କରିବା, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଶ୍ରୀ କାମଦେବ ତୁରୁକ୍ ଏବଂ ଶ୍ରୀ ବଳରାମ ଦୁଇକାଙ୍କୁ କାର୍ଯ୍ୟରେ ଅବହେଳା କାରଣରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଏବଂ ଦରମା ବନ୍ଦ ପାଇଁ ରାୟଗଡ଼ା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା ଏଥିସହିତ ଫରେଷ୍ଟ କଲୋନୀ ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ଗସ୍ତ କରି ସେଠାରେ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିବା ସହିତ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଗହଣରେ ମନ୍ତ୍ରୀ ଶ୍ରୀ ଦାଶ ଏବଂ ରାୟଗଡ଼ା ଜିଲ୍ଲା ଶିକ୍ଷାଧିକାରୀ ମଧ୍ୟାହ୍ନ ଭୋଜନ କରିଥିଲୋ ଏହି ଅବସରରେ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିଙ୍କ ସହିତ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ବିଭାଗ ତରଫରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲୋ