ହେଡଲାଇନସ୍:

ତୁର୍ଲାରେ ହତ୍ୟାକାଣ୍ତ ,ସନ୍ଦେହରେ ୩ ଅଟକ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଝାରବନ୍ଧ _ ପଦ୍ମପୁର ଉପ ଖଣ୍ତ ଝାରବନ୍ଧ ଥାନା ତୁର୍ଲା ଗ୍ରାମରେ ବିଳମ୍ବିତ ରାତ୍ର ରେ ଏକ ହତ୍ୟାକାଣ୍ତ ହୋଇଥିବା ଘଟଣା ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।ଘଟଣା କ୍ରମରୁ ଜଣାଯାଏ ଯେ,ଉକ୍ତ ଗାଁର ଲକ୍ଷ୍ମିକାନ୍ତ କଲେତ ଓ ସାଂଗ ମାନେ ଦାଦନ ଯିବା ପାଇଁ ପ୍ରସ୍ତୁତି କରିବା ସହ ଭୋଜି ଭାତର ଆୟୋଜନ କରିଥିଲେ ।ପରେ ବିଳମ୍ବିତ ରାତ୍ର ରେ ଲକ୍ଷ୍ମୀକାନ୍ତର କ୍ଷତ ବିକ୍ଷତ ମୃତ ଦେହ ଘର ସାମ୍ନାରେ ମିଲିଥିଲା ।ମୁଣ୍ତ ଓ ବେକରେ ଗଭୀର କ୍ଷତ ଚିହ୍ନ ଦେଖିବାକୁ ମିଲିଥିଲା । ପୋଲିସ ସନ୍ଦେହରେ ୩ ଜଣକୁ ଅଟକ ରଖି ତଦନ୍ତ ଜାରୀ ରଖିଛନ୍ତି ।

ଏପଟେ ଘଟଣା ର ଗୁରୁତ୍ୱ ଉପଲବ୍ଧ କରି ବରଗଡ ଏସପି  ପଦ୍ମିନୀ ସାହୁ ପ୍ରଥମେ ତୁର୍ଲା ଗ୍ରାମକୁ ଯାଇ ମୃତକ ଙ୍କର ପରିବାର ସହିତ ଆଲୋଚନା କରିବା ପରେ ଝାରବନ୍ଧ ଥାନାକୁ ଯାଇ ଅଧିକାରୀ ମାନଙ୍କ ସହିତ ଉକ୍ତ କେଶ ବାବଦରେ ଆଲୋଚନା କରିବା ସହିତ ଅଟକ ଥିବା 3 ଜଣଙ୍କର ବୟାନ ନେଇଥିଲେ ।

 

 

 

0
0
0
s2sdefault