ହେଡଲାଇନସ୍:

୬୦ ରୁ ଉର୍ଦ୍ଧ ବିଜେପି ସମର୍ଥକ ବିଜେଡିରେ ମିଶିଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) :   ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରୋହିବାଙ୍କ ପଂଚାୟତ ଭଗବତି ପ୍ରସାଦଗାଁ ଗୋଲାସାହିର ପ୍ରାୟ ୬୦ରୁ ଉର୍ଦ୍ଧ ବିଜେପି ପରିବାର ଆଜି ବିଜେଡି ଦଳରେ ଯୋଗ ଦେଇଛନ୍ତି । ବିଜେଡି ଦଳ ତଥା ନୟାଗଡ ବିଧାୟକ ଡ. ଅରୁଣ କୁମାର ସାକୁଙ୍କ କାର୍ଯ୍ୟଶୈଳିରେ ଆକର୍ଷିତ ହୋଇ ସେମାନେ ବିଜୁ ଜନତା ଦଳରେ ଯୋଗ ଦେଇଥିବା କହିଛନ୍ତି । ୧ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ, ରୋହିବାଙ୍କ ସରପଂଚ ମୁରଲୀଧର ପ୍ରଧାନ, ସମିତି ସଭ୍ୟ ଦିଲେଶ୍ୱର ପାତ୍ର ଏବଂ ଗିରିଡିପଲ୍ଲୀ ସମିତି ସଭ୍ୟ ବିଜନ ପାଇକରାୟ ପ୍ରମୁଖ ଉପସ୍ଥିତିରେ ସେମାନେ ବିଜୁଜନତା ଦଳରେ ମିସିଥିଲେ । ଏହି ସୂଚନା ପାଇବା ପରେ ଯେଉଁ ପରିବାର ମାନେ ଜିଜେଡି ଦଳରେ ଯୋଗଦେଇଛନ୍ତି ଆମେ ସେମାନଙ୍କ ବିଶ୍ୱାଷ ଏବଂ ଭରଷା ଜିତିବୁ ବୋଲି ବିଧାୟକ କହଛନ୍ତି ।  

0
0
0
s2sdefault