ହେଡଲାଇନସ୍:

ରାଷ୍ଟ୍ରୀୟ ଏକତା ଦିବସ ପାଳିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଲୈାହମାନବ ସର୍ଦ୍ଧାର ପଟେଲଙ୍କ ଜନ୍ମ ଜୟନ୍ତୀରେ ଆଜି କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ରାଷ୍ଟ୍ରିୟ ଏକତା ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଭାବଗ୍ରାହୀ କରଙ୍କ  ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ବିଜୟାନନ୍ଦ ଶତପଥୀ, କୃଷ୍ଣଚନ୍ଦ୍ର ସାହୁ, ସୁଷମା ମଞ୍ଜରୀ ପାଣିଗ୍ରାହୀ, ଅବନ୍ତୀ ପାତ୍ର ପ୍ରମୁଖ ଯୋଗ ଦେଇ ରାଷ୍ଟ୍ରିୟ ଏକତାର ଉପଦେଷ୍ଟା ପଟେଲଙ୍କ ଆଦର୍ଶମୟ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିବା ସହିତ ଏକତାର ଆବଶ୍ୟକତାକୁ ନେଇ ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ ।  ଶେଷରେ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏକ ଗଣଦୈାଡ ଅନୁଷ୍ଠିତ  ହୋଇଥିଲା । ଅଧ୍ୟାପକ ସୁଶାନ୍ତ କୁମାର ବିଶୋୟୀ ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault