ରଘୁନାଥପୁର ବ୍ଲକ ଅଂଚଳରେ ବିଷ୍ଣୁଙ୍କ ଜନ ସମ୍ପର୍କ ପଦଯାତ୍ରା
ଜଗତସିଂହପୁର:(ରମେଶ ମହାନ୍ତି):- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରାର ଅନ୍ତିମ ଦିବସରେ ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଦ୍ୱାରା ରଘୁନାଥପୁର ବ୍ଲକ୍ ଅଂଚଳରେ ଏକ ବିରାଟ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୧ ଟା ସମୟରେ ରେଢ଼ୁଆ ପଂଚାୟତ ସ୍ଥିତ ବିଜୁ ପଟ୍ଟନାୟକ ଛକରେ ବିଧାୟକ ପଦାର୍ପଣ କରି ପ୍ରଥମେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ବହୁ ସଂଖ୍ୟାରେ ବିଜେଡ଼ି କର୍ମୀ ଏକତ୍ରୀତ ହୋଇ ବାଣ ଫୁଟାଇ ବାଜା ବଜାଇ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିବା ସହ ପଦଯାତ୍ରା ଆରମ୍ଭ କରାଯାଇଥିଲା । ଦୀର୍ଘ ୩ କି.ମି ଆସି ତଅଁରା ପଂଚାୟତ ଶାଳିଜଙ୍ଗା ସ୍ଥିତ ସାଇ ମନ୍ଦିର ନିକଟରେ ପଦଯାତ୍ରା ପହଂଚିଥିଲା । ପଦଯାତ୍ରା ବେଳେ ପ୍ରତ୍ୟେକ ଛକରେ ସ୍ଥାନୀୟ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ବିଧାୟକଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନିଜ ନିଜ ଅଂଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହାକୁ ଖୁବ ଶୀଘ୍ର ସମାଧାନ କରିବା ପାଇଁ ବିଧାୟକ ପ୍ରତିଶୃତି ଦେଉଥିବା ଦେଖିବାକୁ ମିଳିଥିଲା । ଏଥିସହିତ ବିଧାୟକ ଓ କର୍ମୀମାନେ ସରକାରଙ୍କ ୫ ଟି ଓ ବିଭିନ୍ନ ଯୋଜନା ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଉଥିଲେ । ପଦଯାତ୍ରା ସାଇ ମନ୍ଦିର ନିକଟରେ ପହଂଚିବା ପରେ ସେଠାରେ ତାଙ୍କୁ ସିରିଡ଼ି ସାଇ ସେବା ପ୍ରତିଷ୍ଠାନ ପକ୍ଷରୁ ଇଂ ବାବାଜୀ ଚରଣ ଜେନା, ପାର୍ଥଶଖା ପାଲଟାସିଂ, ଦିଲିପ କୁମାର ତଥ, ବିଜୟ ପାଲଟା ସିଂ, ତପନ କୁମାର ମହାନ୍ତି, ପ୍ରଭାକର ମହାପାତ୍ର, ଗଙ୍ଗାଧର ଜେନା ପ୍ରମୁଖ ସ୍ୱାଗତ କରିବା ସହିତ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନୀ ରେ ଅଂଚଳ ମୁଖରିତ ହୋଇଥିଲା । ଶେଷରେ ସମସ୍ତେ ମନ୍ଦିର ପରିସରରେ ପ୍ରସାଦ ସେବନ କରିଥିଲେ । ଏହାପରେ ପଦଯାତ୍ରା ଶେଷ ହେଲା ବୋଲି ବିଧାୟକ ଘୋଷଣା କରିଥିଲେ । ଏହି ଜନ ସମ୍ପର୍କ ପଦଯାତ୍ରାରେ ବ୍ଲକ୍ ର ପୂର୍ବତନ ବିଜେଡ଼ି ସଭାପତି ସରୋଜକାନ୍ତ ସ୍ୱାଇଁ, ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳ, ବିଜୁ କୃଷକ ମୋର୍ଚା ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରଜତ କୁମାର ପାତ୍ର, ପୂର୍ବତନ ସମିତି ସଭ୍ୟ ତାରାକାନ୍ତ ଜେନା, ତାରପୁର ସରପଂଚ ସରୋଜ କୁମାର ଦାଶ, ଅଢ଼େଇକୂଳ ସରପଂଚ ଶେଷଦେବ ସେଠୀ, ରଘୁନାଥପୁର ସରପଂଚ ପ୍ରମୋଦ କୁମାର ଜେନା,ତଅଁରା ସରପଂଚ କବିତା ନାୟକ, ବ୍ଲକ୍ ଯୁବ ବିଜେଡ଼ି ସଭାପତି ଯୋସେଫ ସ୍ୱାଇଁ, ଯୁବ ସଂଗଠକ ଉମାକାନ୍ତ ପରିଡ଼ା, ସରୋଜକାନ୍ତ ରାୟ, ଶରତଚନ୍ଦ୍ର ଖଟୁଆ, ଜ୍ଞାନ ରଂଜନ ପଟ୍ଟନାୟକ, ବସନ୍ତ ମହାନ୍ତି , ଶ୍ରୀନିବାସ ନାୟକ,ଚୌଧୁରୀ ଇନ୍ଦୁଭୁଷଣ ଲେଙ୍କା, ପ୍ରଭୁଦତ ମହାନ୍ତି, ଯୁଗଳ କିଶୋର ମଲିକ, ସଂଜିବ ନାୟକ, ଭୁପତି ନାୟକ, ପ୍ରକାଶ ପଟ୍ଟନାୟକଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।











