ହେଡଲାଇନସ୍:

ଗଜପତି ପୋଲିସର ଆଉ ଏକ ନିଆରା ପଦକ୍ଷେପ "ମିଶନ ସୁରକ୍ଷା" : ଆତ୍ମବିଶ୍ବାସ ବଢିଲେ ହିଁ ଆତ୍ମସୁରକ୍ଷା ହୋଇପାରିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ଓ ଯୁବତୀ ମାନଙ୍କୁ ଦକ୍ଷତାର ସହ ଆତ୍ମ ରକ୍ଷା ଦିଗରେ  ସଶକ୍ତ କରାଇବା ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ  ଆରମ୍ଭ ହୋଇଛି "ମିଶନ ସୁରକ୍ଷା" ।

   ଏହି ଅବସରରେ ବୁଧବାର ଦିନ ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ ଘାଟିତ ହୋଇଥିଲା  ଆତ୍ମରକ୍ଷା ତାଲିମ ଓ ସଚେତନତା କାର୍ଯ୍ୟକ୍ରମ ।  ପାରଳାଖେମୁଣ୍ଡି ଆଦର୍ଶ ଥାନାର ଥାନାଧିକାରୀ ବିବେକା ନନ୍ଦ ସ୍ବାଇଁଙ୍କ  କାର୍ଯ୍ୟକ୍ରମ ସଂଯୋଜନାରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା  ମୁଖ୍ୟଅତିଥି ରୁପେ ଯୋଗଦେଇ ମହିଳା ଓ ଯୁବତୀଙ୍କ ସୁରକ୍ଷିତ ଯିବା-ଆସିବା ଓ ଆତ୍ମ ସୁରକ୍ଷାର ବିଭିନ୍ନ ଦିଗ ଉପରେ କହିଥିଲେ । ମୁଖ୍ୟତଃ ଆଜିର ସମାଜରେ ମହିଳା ଓ ଯୁବତୀ ମାନେ ରାସ୍ତାରେ କିଭଳି ସୁରକ୍ଷିତ ଭାବେ ଯିବା-ଆସିବା କରିପାରିବେ , ସ୍କୁଲ , ଟିଉସନ , କାର୍ଯ୍ୟକ୍ଷେତ୍ର  ଓ ଘରକୁ ସୁରକ୍ଷିତ ଭାବେ ଯାଇପାରିବେ , ରାସ୍ତାର ରୋମିଓ ମାନଙ୍କ ସହ କଡା ମୁକାବିଲା କରିବା ବେଳେ ଯେଭଳି କୌଣସି ଭୟ ରହିବ ନାହିଁ , ସେହି ମାନଙ୍କୁ ସୁରକ୍ଷା ଦେବା ପାଇଁ ଏବଂ ସେମାନଙ୍କୁ ଆତ୍ମରକ୍ଷା କୌଶଳର ତାଲିମ ଦେବା ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ଏହି "ମିଶନ ସୁରକ୍ଷା"।

ଏହିଭଳି ଆତ୍ମ-ସୁରକ୍ଷା ତାଲିମ  କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ  ମହାବିଦ୍ୟାଳୟ ଗୁଡିକରେ ଥିବା ଝିଅ ପିଲା ମାନଙ୍କୁ ଗଜପତି ପୋଲିସ ପ୍ରଶାସନ ପକ୍ଷରୁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଦିଆଯିବାର ପ୍ରୟାସ ଜାରି ରହିଛି । ଏହିଭଳି ଆତ୍ମରକ୍ଷା ପ୍ରଶିକ୍ଷଣ ନେବା ଦ୍ୱାରା ସ୍କୁଲ ଓ ମହାବିଦ୍ୟାଳୟର ଝିଅ ପିଲାମାନଙ୍କ ମନରେ ସମ୍ପୂର୍ଣ୍ଣ ଭାବେ ମନରେ ଆତ୍ମବିଶ୍ବାସ ରହି ଧୈର୍ଯ୍ୟ ବଢିବ ଏବଂ ପରିସ୍ଥିତି ମୁକାବିଲାର ଆବଶ୍ୟକ ସ୍ଥଳେ ସେମାନେ ଧୈର୍ଯ୍ୟ-ହରା ନ ହୋଇ ସାହାସର ସହିତ ନିଜେ ନିଜର ଆତ୍ମସୁରକ୍ଷା ପାଇଁ ଲଢେଇ କରି ପାରିବେ । ଯାହା ଫଳରେ ସେମାନେ ନିଜେ ନିଜର ଆତ୍ମସୁରକ୍ଷା ଦିଗରେ ସମାଜରେ ଏକ ନିଶ୍ଚିତ ଉଦାହରଣ ସୃଷ୍ଟି କରିପାରିବେ ବୋଲି ଏସପି ସାରା ଶର୍ମା କହିଥିଲେ ।

+୨  ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ମନୋରମା ଦେବୀ ଏବଂ +୩ ଡିଗ୍ରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ରୀନା ସାହୁ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ  ଛାତ୍ରୀ ମାନଙ୍କୁ ସୁରକ୍ଷା ଦେଇ ଆସିବା ସଙ୍ଗେ ସଙ୍ଗେ ସେମାନେ ନିଜେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ଏବଂ  କୌଣସି ବିପତ୍ତି ଆପତ୍ତି ବେଳେ ନିଜେ ନିଜକୁ କିଭଳି ଆତ୍ମରକ୍ଷା କରିପାରିବେ , ତାହା ପାଇଁ ଗଜପତି ଜିଲ୍ଲା ପୋଲିସ ପ୍ରସାଶନ ପକ୍ଷରୁ ଏକ ସୁନ୍ଦର ଓ ମହତ କାର୍ଯ୍ୟକ୍ରମ  ଆରମ୍ଭ କରାଯାଇଛି । ଏହା ଅତ୍ୟନ୍ତ ପ୍ରସଂଶନୀୟ ପଦକ୍ଷେପ ।

   ମହିଳା , ଯୁବତୀ ଓ ଝିଅ ମାନେ ରାସ୍ତାରେ ଯିବା-ଆସିବା ବେଳେ କିଛି ଯଦି ବିପତ୍ତି ଆସେ , ତାହା ହେଲେ ସେମାନେ ନେଇଥିବା ଆତ୍ମସୁରକ୍ଷା କୌଶଳର ତାଲିମ ଆବଶ୍ୟକ ସ୍ଥଳେ ସେମାନଙ୍କ କାମରେ ଆସିବ ବୋଲି କହିଥିଲେ ।     ଅନ୍ୟ ପକ୍ଷରେ ଆତ୍ମବିଶ୍ବାସ ବଢିଲେ ହିଁ ଆତ୍ମସୁରକ୍ଷା ହୋଇପାରିବ ତେଣୁ କରି ଆତ୍ମବିଶ୍ୱାସର ସହ ଆତ୍ମକୌଶଳ କୁ ଅବଲମ୍ବନ କରିବାକୁ ହେବ ବୋଲି କହିଥିଲେ । 

ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଗଜପତି ଡିଏଫ୍ ଓ ବିବେକ କୁମାର ତ୍ୟାଗୀ ଏବଂ ଅତିରିକ୍ତ ଏସପି ସୀତାରାମ ଶତପଥୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ସୁରକ୍ଷିତ ପାଇଁ ଆତ୍ମରକ୍ଷା କୌଶଳ ତାଲିମ ଆବଶ୍ୟକତାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା  କରିଥିଲେ ।  ଏହି କାର୍ଯ୍ୟକ୍ରମରେ  +୨ ଏବଂ +୩ ମହିଳା ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଓ ଅଧ୍ୟାପିକା , କର୍ମଚାରୀ ପୋଲିସ ଅଧିକାରୀ  ସମେତ "ସି" ଟିମ୍ ଉପସ୍ଥିତ ଥିଲେ ।

   ଶେଷରେ ଭୁବନେଶ୍ୱର - ଖଣ୍ଡଗିରି ସ୍ଥିତ "ଗୁରୁଦେବ ମଶଲ ଆର୍ଟ ଏକାଡେମୀର ଆତ୍ମରକ୍ଷା କୌଶଳ ତାଲିମର ପ୍ରଶିକ୍ଷକ ତଥା ମାଷ୍ଟର ଇଂ  ସୌମ୍ୟ ବ୍ରତ ସାହୁ ଯୋଗଦେଇ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ଉପରେ  ତାଲିମ ପ୍ରଦର୍ଶନ କରାଇଥିଲେ  ।

0
0
0
s2sdefault