ହେଡଲାଇନସ୍:

କୁନ୍ଦୁଲିକୁ ନେଇ ରାଜନୀତି ଥମୁନି : ମୁଖ୍ୟମନ୍ତ୍ରୀ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଅଦାଲତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହେବ ତଦନ୍ତ

ଭୁବନେଶ୍ୱର: କୁନ୍ଦୁଲି ନାବାଳିକା ଆତ୍ମହତ୍ୟା ଘଟଣାକୁ ନେଇ ଏବେ ରାଜ୍ୟରେ ରାଜନୀତି ଜୋର ଧରିଥିବା ବେଳେ ପୂର୍ବରୁ ଘଟଣାର ବିଚାରବିଭାଗୀୟ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାର ଏସଆଇଟି ତଦନ୍ତ ପାଇଁ ସୁପାରିଶ କରିଥିବା ମୁଖ୍ୟମନ୍ତ୍ରୀଂକ କାର୍ଯ୍ୟାଳୟରୁ ମିଳିଥିବା ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି |  ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଏହାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ନେଇ ବିଜେପି ପକ୍ଷରୁ ବ୍ୟାପକ ରାଜନୀତି ଜାରିରହିଛି | କୁନ୍ଦୁଲି ପ୍ରକରଣରେ ପ୍ରଥମରୁ ଆଶ୍ଚର୍ଯ୍ୟଜନକ ଭାବେ ବିଜେପି  ନୀରବ ରହିଥିବା ବେଳେ କଂଗ୍ରେସ ଏହାଲୁ ନେଇ ବ୍ୟାପକ ଆନ୍ଦୋଳନ କରିଥିଲା | ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ସଂସଦ ପ୍ରଦୀପ ମାଝୀଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ନ୍ୟାୟ ପାଇଁ ପଦଯାତ୍ରା ବି କରିଥିଲେ | କେନ୍ଦ୍ର ସରକାରଙ୍କ ସିଆରପିଏଫର କୋବ୍ରା ବାଟାଲିଅନ ଯବାନଙ୍କ ସଂମ୍ପୃକ୍ତି ଚର୍ଚ୍ଚା ହୋଇଥିବା ଯୋଗୁ ବିଜେପି ନିରବ ରହୁଥିବା ବେଳେ ବିଜେପି ନାବାଳିକାର ଆତ୍ମହତ୍ୟା ପରେ ହଠାତ ସକ୍ରିୟ ହୋଇ ପଡିଥିଲା | କେତେବେଳେ ନବୀନ ନିବାସ ଘେରାଉ ତ କେତେବଳେ ମୁଖ୍ୟମନ୍ତ୍ରୀଙ୍କୁ ମାରି ତାଙ୍କ କୋକେଇ ଶୋଭାଯାତ୍ରା କରୁଛନ୍ତି | ବିଜେପୁର ନିର୍ବାଚନ ଥିବା ଯୋଗୁ କଂଗ୍ରେସ ଓ ବିଜେପି ଏହାକୁ ପ୍ରସଙ୍ଗ କରି ନିର୍ବାଚନ ବୈତରଣୀ ପାର ହେବାକୁ ଚାହୁଁଛନ୍ତି |  ଆତ୍ମହତ୍ୟା ଘଟଣା ନେଇ ପୂର୍ବରୁ ବିଚାର ବିଭାଗୀୟ ତଦନ୍ତ ଦିଆ ସରିଥିଲେ ମଧ୍ୟ ଏହାକୁ ନେଇ ରାଜନୀତି ଜମା ଥମୁନାହିଁ | ତେବେ ତଦନ୍ତକୁ ନିରପେକ୍ଷ ଓ ଅବାଧ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଆଇଟି (ସ୍ପେସାଲ ଇନଭେଷ୍ଟିଗେସନ୍‌ ଟିମ) ଗଠନ କରିଛନ୍ତି। ଏହି ଟିମ୍‌ ମାନ୍ୟବର କୋର୍ଟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଟିମ୍‌ ତଦନ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛନ୍ତି |

ମୁଖ୍ୟମନ୍ତ୍ରୀ ଏସଆଇଟି ଗଠନ ନେଇ କହିଛନ୍ତି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉଛି। ସେହିପରି ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଜଣେ ବିଚାରପତିଙ୍କ ଦ୍ୱାରା ଘଟଣାର ନ୍ୟାୟିକ ତଦନ୍ତ ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ତେବେ ନାବାଳିକାଙ୍କ ମୃତ୍ୟୁ ପରେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଓ ରାଜ୍ୟର ସମସ୍ତ ମହିଳାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏ ନେଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ମାନ୍ୟବର ଅଦାଲତଙ୍କ ପ୍ରତ୍ୟକ୍ଷ ନୀରିକ୍ଷଣରେ ତଦନ୍ତ କରିବେ ଓ ତୁରନ୍ତ ଏ ସମ୍ପର୍କିତ ରିପୋର୍ଟ ଦେବେ |

 

0
0
0
s2sdefault