ହେଡଲାଇନସ୍:

ଗାଧୋଇବାକୁ ଯାଇ ଯୁବତୀଙ୍କ ମୃତ୍ୟୁ.. 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଆଠମଲ୍ଲିକ(ସନ୍ତୋଷ ମେହେର) : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଖଡରାପଡା ଗ୍ରାମର ପ୍ରତିମା ମହାଖୁଡ (23) ଗାଧୋଇବାକୁ ଯାଇଥିବା ସମୟରେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି I ସୂଚନା ମୁତାବକ ପ୍ରତିମା ଗତ କାଲି ଅପରାହ୍ନ ସମୟରେ ଗ୍ରାମସନ୍ନିକଟରେ ଥିବା ଏକ ଚେକଡ୍ୟାମକୁ ଗାଧୋଇବାକୁ ଯାଇଥିଲେ, ଏହି ସମୟରେ ଉପରମୁଣ୍ଡରେ ବର୍ଷା ହୋଇଥିବା କାରଣରୁ  ହଠାତ  ବର୍ଷାପାଣି ମାଡି ଆସିଥିଲା I ଫଳରେ ତାହାଙ୍କୁ ଭସେଇ ନେଇଥିଲା ସେହିଠାରେ ପ୍ରତିମାର ମୃତ୍ୟୁ ହୋଇଥିଲା  I ପ୍ରତିମା ଘରକୁ ନଫେରିବା ନେଇ ଘରଲୋକେ ବହୁତ ଖୋଜାଖୋଜିପରେ କୌଣସି ସନ୍ଧାନ ନପାଇବାରୁ ଆଠମଲ୍ଲିକ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇଥିଲେ I ଘଟଣାଟିର ଖବର ପାଇବାପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ପରେ ପ୍ରତିମାର ମୃତ ଦେହ ଉଦ୍ଧାର କରିଥିଲେ I ଏନେଇ ଆଠମଲ୍ଲିକ ଥାନାରେ କେସ ନମ୍ବର UD12/19ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି I ଶବକୁ ଆଜି ଆଜି ଆଠମଲ୍ଲିକ ଶବାଗାରରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରାଯାଇଛି I

 

0
0
0
s2sdefault