ହେଡଲାଇନସ୍:

ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପହଁଚାଇବା ପାଇଁ ସମସ୍ତଙ୍କ ଯୋଗଦାନ ଆବଶ୍ୟକ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତୃତୀୟ ଅନ୍ତର୍ଜାତୀୟ ଜିଙ୍କ୍ ଗାଲଭାନାଇଜିଂ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

  ଅନୁକୂଳ ବାତାବରଣ ସୃଷ୍ଟି ପୂର୍ବକ ପ୍ରଧାନମନ୍ତ୍ରୀଂକ ଦୂରଦୃଷ୍ଟି ଆଧାରରେ ଭାରତର ଇସ୍ପାତକୁ ବିଶ୍ୱ ଶକ୍ତି କରିବାକୁ ହେବ

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୧୯ – ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପହଁଚାଇବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ଜିଙ୍କ୍ ଗାଲଭାନାଇଜିଂ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ କରିବା କେବଳ ଗୋଟିଏ ସ୍ଲୋଗାନ ନୁହେଁ । ଏହି ଲକ୍ଷ୍ୟକୁ ବାସ୍ତବରେ ପୂରଣ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି । ଇସ୍ପାତ ଶିଳ୍ପ ଗୁଡିକୁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ଗୁରୁତ୍ୱକୁ ବୁଝି ଭାରତକୁ ବିଶ୍ୱ ଶକ୍ତି ହେବା ଦିଗରେ ଆଗକୁ ଅଗ୍ରସର କରାଇବା ପାଇଁ ନିଜର ଋଣନୀତି ମଧ୍ୟ ନିର୍ଣ୍ଣୟ କରିବାକୁ ହେବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତରେ କଂଚାମାଲର ଉପଲବ୍ଧତା, ମାନବସମ୍ବଳ ଶକ୍ତି, ବିଶାଳ ସମୁଦ୍ର ତଟ ଏବଂ ଏକ ବୃହତ ବଜାର ଆଶୀର୍ବାଦସ୍ୱରୂପ ପ୍ରାପ୍ତ ହୋଇଛି । ଦୁନିଆର ସର୍ବଶ୍ରେଷ୍ଠବେଂଚମାର୍କ ପ୍ରତିଷ୍ଠା  ପାଇଁ ଭାରତ ପାଖରେ ସବୁ ଯୋଗ୍ୟତା ଅଛି । ଶ୍ରୀ ପ୍ରଧାନ କହିଛନ୍ତି ସାଧାରଣ ଲୋକଙ୍କ ଜୀବନଶୈଳି ସହ ଇସ୍ପାତ ଶିଳ୍ପକୁ ଜଡିତ ହେବାର ଆବଶ୍ୟକତା ରହିଛି ଏବଂ ଏ ଦିଗରେ ଗାଲଭାନାଇଜଡ୍ ଇସ୍ପାତ୍ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାର ଇସ୍ପାତ୍ ଶିଳ୍ପ ପାଇଁ ସବୁ ଅନୁକୂଳ ବାତାବରଣ ତିଆରି କରିବା ପାଇଁ ପ୍ରତିବଦ୍ଧ । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସବୁ ଘରକୁ ଜଳ ଯୋଜନା, ଆବଶ୍ୟକତାନୁଯାୟୀ ଉର୍ଜାର ବୃଦ୍ଧି ଓ ୪୦୦ଟି ସହରରେ ପ୍ରାକୃତିକ ଗ୍ୟାସ ବିତରଣର ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ଇସ୍ପାତ୍ ଶିଳ୍ପକୁ ବୃଦ୍ଧି କରିବାରେ ସୁବିଧା ପ୍ରଦାନ କରିବ ଏବଂ ଏହି କ୍ଷେତ୍ରକୁ ମଜବୁତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଆଜିର ସମ୍ମିଳନୀ ଇସ୍ପାତ ଶିଳ୍ପ ପାଇଁ ଋଣନୀତି ପ୍ରସ୍ତୁତ କରିବାରେ ଏକ ଲମ୍ବା ରାସ୍ତା ତିଆରି କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି । 

0
0
0
s2sdefault