ହେଡଲାଇନସ୍:

ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ମୋଟର ଭେହିକଲ ନୂତନ ଆଇନ ଉପରେ ସମୀକ୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ଯୋଜନା , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ  ପଦ୍ମନାଭ ବେହେରା ଆଜି ପାରଳାଖେମୁଣ୍ଡି ଗ୍ରସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ କେନ୍ଦ୍ର ସରକାରଙ୍କ  ନୂତନ ମୋଟର ଭେହିକଲ ଆଇନ କାର୍ଯ୍ୟକାରିତା ଓ ଜିଲ୍ଲାର ବିଭିନ୍ନ ଯୋଜନା କାର୍ଯ୍ୟକ୍ରମର କିଭଳି ଚାଲିଛି ସେ ସମ୍ପର୍କରେ ସମୀକ୍ଷା କରିଛନ୍ତି ।

    ଏହି ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ କାର୍ଯ୍ୟକ୍ରମରେ  ଅନ୍ୟ ମାନଙ୍କ ମଧ୍ୟରେ  ଜିଲ୍ଲାପାଳ ଅନୁପମ ଶାହା , ମୋହନା ବିଧାୟକ ଦାଶରଥି ଗମାଙ୍ଗ , ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା , ଆଇଟିଡିଏ: ପ୍ରକଳ୍ପ ପ୍ରଶାସକ ଶେଷଦେବ ମିଶ୍ର , ଆରଟିଓ: ଅମରେଶ ପାତ୍ର , ଏମଭିଆଇ:ଇଂ ବସନ୍ତ କୁମାର ମହାପାତ୍ର ପ୍ରମୁଖ ବହୁ ସଂଖ୍ୟାରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

    ଜିଲାରେ ବିଭିନ୍ନ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି  ତାର ଅଗ୍ରଗତି , ସାଂସଦ ଓ ବିଧାୟକ ପାଣ୍ଠି ଅର୍ଥ ପ୍ରଭୃତି କିଭଳି ଓ କେଉଁ କେଉଁ ବାବଦରେ ଖର୍ଚ୍ଚ ହୋଇ ଯୋଜନା କାର୍ଯ୍ୟ ଚାଲିଛି , ତାର ପୁଙ୍ଖାନୁପୁଙ୍ଖ ପଚାରି ସମୀକ୍ଷା କରିଥିଲେ ।

   ଅନ୍ୟ ପକ୍ଷରେ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ନୂତନ ମୋଟର ଭେହିକଲ ଆଇନର  କାର୍ଯ୍ୟକାରିତା କିଭଳି ଚାଲିଛି  ତାହାର ବିଭିନ୍ନ ଦିଗ ଉପରେ ପଚାରି ବୁଝିଥିଲେ । ମୁଖ୍ୟତଃ ଆରଟିଓ: କାର୍ଯ୍ୟଳୟର ବିଭିନ୍ନ କାର୍ଯ୍ୟକ୍ରମ ଯଥା:-ନୂତନ ମୋଟର ଭେହିକଲ ଆଇନ ଜିଲ୍ଲାରେ କିଭଳି  ଚାଲିଛି , ୨୦୧୯-୨୦ ରେ ମୋଟର ଭେହିକଲରେ କେତେ ପରିମାଣର ରାଜସ୍ୱ ସଂଗ୍ରହ ହୋଇଛି , ସଡ଼କ ସୁରକ୍ଷା ଉପରେ କଣ ସବୁ ଓ କିଭଳି କାର୍ଯ୍ୟକ୍ରମ କରାଯାଉଛି , ଡ୍ରାଇଭିଙ୍ଗ ପରୀକ୍ଷା କିଭଳି ଓ କେତେ ଦିଆ ହେଲାଣି ପ୍ରମାଣ ପତ୍ର ଏବଂ କେତେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସବୁ ଉପରେ ବିସ୍ତୃତ ଭାବେ ଆଲୋଚନା କରି ସମୀକ୍ଷା କରିଥିଲେ ।

     ପରେ ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ , କେନ୍ଦ୍ର ସରକାରଙ୍କ ପକ୍ଷରୁ  ନୂତନ ମୋଟର ଭେହିକଲ ଆଇନ ଲାଗୁ ହେବା ଫଳରେ ଲୋକେ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ଉପରେ ଅଧିକ ସଚେତନ ହେଲେଣି  । ଟ୍ରାଫିକ ନିୟମ ମାନି ଗାଡି ଓ ବାଇକ ଚଳାଇବା , ସିଟ ବେଲ୍ଟ ବାନ୍ଧି ଗାଡି ଚଳାଇବା ସହ ହେଲମେଟ୍ ପିନ୍ଧି ବାଇକ ଚଳାଇବା ଦ୍ବାରା ସଡ଼କ ଦୁର୍ଘଟଣା ହ୍ରାସ ପାଇଛି ।

     ଜିଲ୍ଲାରେ ଡ୍ରାଇଭିଙ୍ଗ  ଲାଇସେନ୍ସ  ପରୀକ୍ଷା ରେ ସରଳୀକରଣ କରିବା ପାଈଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୋଲ୍ୟୁସନ ବ୍ୟବସ୍ଥା ଜିଲ୍ଲାରେ  ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି କହି ସୂଚନା ଦେଇଥିଲେ ମନ୍ତ୍ରୀ ଶ୍ରୀ ପଦ୍ମ ନାଭ୍ ବେହେରା ।

0
0
0
s2sdefault