ହେଡଲାଇନସ୍:

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁ ନେଇ ମାଗୁଥିଲା  ବଟି : ବନ୍ଧା ହେଲା ଧୂର୍ତ୍ତ ଯୁବକ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ନାମରେ ଅଫିସରମାନଙ୍କୁ ଧମକେଇ ବଟି ଅସୁଲ କରୁଥିବା ଅଭିଯୋଗରେ  ଜଣେ ଯୁବକ ବରଗଡ଼ ପୋଲିସ ହାତରେ ଧରା ପଡ଼ିଛି। ଧରା ପଡ଼ିଥିବା ଯୁବକ ଜଣକ  ଦେବଗଡ଼ ଜିଲ୍ଳା ପ୍ରଭାଶୁଣି ଗାଁର ସୁଶାନ୍ତ କୁମାର ରଣଜିତ ଓରଫ ମଙ୍ଗଳୁ  । ଗତ ଏକବର୍ଷ ହେବ ସେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଅନୁଗୁଳ ଆଦି ଜିଲ୍ଳାର ପରିବହନ, ରାଜସ୍ୱ, ଜଙ୍ଗଲ, ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ଅଧିକାରୀଙ୍କୁ ୭୬୮୨୯୭୨୪୦୮ ନମ୍ବର ବିଶିଷ୍ଟ ମୋବାଇଲରେ ଫୋନ କରି ବେଆଇନ ଭାବରେ ବଟି ଆଦାୟ କରି ଆସୁଥିଲା। ସେହିସବୁ ସ୍ଥାନ ମାନଙ୍କୁ ସେ ନଗଦ ଏବଂ ଅନଲାଇନରେ ପ୍ରାୟ ୩/୪ ଲକ୍ଷ ଟଙ୍କା ଅସୁଲ କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି । ସୋହେଲାର ଗଣତନ୍ତ୍ର ପ୍ରଧାନଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ବରଗଡ଼ ପୋଲିସ କୋରାପୁଟରୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେଇଛି। ବରଗଡ଼ ଏସପି ପଦ୍ମିନୀ ସାହୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି ।  ପୋଲିସ ଏହି ଘଟଣାରେ ଅଭିଯୁକ୍ତ ବ୍ୟବହାର କରୁଥିବା ତିନୋଟି ମୋବାଇଲ ଫୋନ, ଆଧାର କାର୍ଡ଼ ଏବଂ ବ୍ୟାଙ୍କ ପାଶବୁକ ଜବତ କରିଛନ୍ତି । ଅଭିଯୁକ୍ତ ଜଣକ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି କାରବାର କରି ଆସୁଥିଲା।

 

0
0
0
s2sdefault