ଭଦ୍ରକ ପୁରୁଣାବଜାର ଥାନା ହମଲା ; ଲୁଗା ଦୋକାନୀଙ୍କ ସହ ୩୦୦ ଲୋକଙ୍କ ନାମରେ ମାମଲା ରୁଜୁ ! ଗିରଫ୍ କେବେ ?

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭଦ୍ରକ(satya bhusan swami) ; ଭଦ୍ରକ ପୁରୁଣା ବଜାରରେ ଜଣେ ଦୋକାନୀକୁ ନେଇ ହୋଇଥିବା ଗଣ୍ଡୋଗଳ ଏବଂ ପରେ ପୁଲିସ ଓ ଜନତା ମୁହାଁ ମୁହିଁ ଘଟଣାରେ ଥାନା ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କୁ ୨ଘଣ୍ଟା ମଧ୍ୟରେ ବଦଳି କରାଯାଇଥିଲା । ଜଣେ ଏଏସ୍‌ଆଇ ଓ ଜଣେ କନେଷ୍ଟବଳଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା ।ଏହାପରେ ପୁଲିସକୁ ଆକ୍ରମଣ କରିଥିବା ଓ ପୁଲିସ ଗାଡିକୁ ଗୋଇଠା ମାରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ବଦଳି ହୋଇଥିବା ଥାନା ଅଧିକାରୀ ପ୍ରଜ୍ଞା ମହାନ୍ତିଙ୍କ ଏତଲା କ୍ରମେ ଲୁଗା ଦୋକାନୀଙ୍କ ସମେତ ୩୦୦ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି । ଏଥିରେ କିଛି ଦଙ୍ଗାକାରୀଙ୍କ ନା ଥିବା ବିଶେଷ ସୂତ୍ରରୁ ଜଣା ପଡିଛି । ଥାନା ଉପରେ ସଂଘବୋଧ ଭାବରେ ଆକ୍ରମଣ ଯୋଜନା ଏବଂ କାର୍ଯ୍ୟରତ ପୁଲିସ ଉପରେ ଆକ୍ରମଣକୁ ନେଇ ପୁରୁଣାବଜାର ଥାନାରେ କେଶ୍‌ ସଂଖ୍ୟା ୧୭୩/୨୦୧୯ରେ ଏକ ମାମଲା ରୁଜୁ ହୋଇଛି। IPC ୩୦୭,୩୫୩, ୩୪୧,୫୦୬ ପରି ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇଛି । ଏମାନଙ୍କୁ ଯଥାଶିଘ୍ର ଗିରଫ୍ କରାଯିବା ନେଇ ପୁଲିସ ସୂଚନା ଦେଇଛି ।

0
0
0
s2sdefault