ହେଡଲାଇନସ୍:

ଅସୁରାଘାଟି ରାସ୍ତାରେ ଟଙ୍କା ଲୁଟ ଘଟଣାରେ ୩ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

     ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗତ ୧୭ ତାରିଖ ଦିନ ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ ଅନ୍ତର୍ଗତ ଅସୁରାଘାଟି ରାସ୍ତାରେ ହୋଇଥିବା ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ପୋଲିସ୍ ଗିରଫ କରିବା ସହ  ସେମାନଙ୍କ ଠାରୁ ସମସ୍ତ ଲୁଟ ଟଙ୍କା , ମୋବାଇଲ ଓ ଅନ୍ୟାନ୍ୟ ସବୁ ଜବତ କରିଛି ବୋଲି ପାରଳାଖେମୁଣ୍ଡି ସ୍ଥିତ

ଆଦର୍ଶ ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି. ସାରା ଶର୍ମା ସୂଚନା ଦେଇଛନ୍ତି ।

          ଏହି ଟଙ୍କା ଲୁଟ ଘଟଣା  ସମ୍ପର୍କରେ ଅଧିକ ସୂଚନା ଦେଇ ଏସପି ସାରା ଶର୍ମା କହିଥିଲେ ଯେ , ଭାରତ ଫାଇନାନସିଆଲ ଇନକ୍ଲୁଜନ ଲିମିଟେଡ଼ର ଜଣେ ଅଧିକାରୀ ସୂର୍ଯ୍ୟକାନ୍ତ ସେନାପତି କଲେକ୍ସନ ଟଙ୍କା ଧରି ନୁଆଗଡ଼ରୁ ପାରଳାଖେମୁଣ୍ଡି ଫେରୁଥିବା ବେଳେ  ନୁଆଗଡ଼ ବ୍ଲକ ଅନ୍ତର୍ଗତ ଅସୁରା ଘାଟି ରାସ୍ତାରେ ୩ ଜଣ ମୁଁହରେ କନା ଗୁଡାଇ ହାତରେ ବଡ଼ ଠେଙ୍ଗା ଧରି ତାଙ୍କୁ ଅଟକାଇ ସେ ଧରିଥିବା ସମସ୍ତ କଲେକ୍ସନ ଟଙ୍କା ମୋଟ ୧ ଲକ୍ଷ ୯୩ ହଜାର ୯୦୯ ଟଙ୍କା  ଲୁଟ କରି ନେଇ ପଳାଇଥିଲେ ।

    ଏ ସମ୍ପର୍କରେ  ଶ୍ରୀ ସେନାପତି ସେହି ଦିନ ସନ୍ଧ୍ୟାରେ ସେରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ସେରଙ୍ଗ ଥାନା ପକ୍ଷରୁ ଲିଖିତ ଅଭିଯୋଗକୁ ଆଧାର କରି ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଜାରୀ ରଖିଥିଲେ। 

ତଦନ୍ତରୁ ପୋଲିସ ଜାଣିବାକୁ ପାଇଲା ଯେ, ଟଙ୍କା ଲୁଟ ଘଟଣାରେ କେବଳ ୩ ଜଣ ହିଁ ସମ୍ପୃକ୍ତ ଅଛନ୍ତି ଏବଂ ମୁଖ୍ୟତଃ ଏହି ଟଙ୍କା ଲୁଟ ଘଟଣାଟି ସେନାପତିଙ୍କ ଉପରେ ପୂର୍ବ ଏକ ଘଟଣାର ରାଗ ଶୁଝାଈବା ପାଇଁ ପ୍ରତିଶୋଧ ନେବା ଉଦ୍ଦେ୍ଶ୍ୟରେ ଏଭଳି କରାଯାଇଥିବା କହିଥିଲେ ।

 ସିଦ୍ଧାନ୍ତ ମିଶାଲର ମାକୁ  ଆବେଦନ ସତ୍ତ୍ୱେ ସେନାପତି ଯୋଗୁ ହିଁ ରୄଣ ଟଙ୍କା ସେହି ଫାଇନାନ୍ସ ଇନକ୍ଲୁଜନ ଲିମିଟେଡ଼ରୁ ମିଳି ନଥିଲା ବୋଲି ସନ୍ଦେହ କରି  ଏବଂ ରାଗ ରଖି ଏଭଳି ଘଟଣା  କରିଥିବା ଗିରଫ ୩ ଜଣ କହିଥିବା ଏସପି ସାରା ଶର୍ମା କହିଥିଲେ ।

     ଗିରଫ ୩ ଜଣ ନୁଆଗଡ଼ ସ୍ଥାନୀୟ ଅଞ୍ଚଳର। ସିଦ୍ଧାନ୍ତ କୁମାର ମିଶାଲ(୧୯) ଏବଂ ଅନ୍ୟ ୨ ଜଣ ନାବାଳକ।  ସମସ୍ତ ଲୁଟ ଟଙ୍କା ସମେତ ଘଟଣାରେ ବ୍ୟବହାର କରିଥିବା ମୋବାଇଲ , ଠେଙ୍ଗା , ଟି-ସାର୍ଟ , ପାୱାର ବେଙ୍କ ପ୍ରଭୃତି ଜବତ କରିଛନ୍ତି ।

   ଏହି ଘଟଣାରେ ବଡ଼ ଥିବା ସିଦ୍ଧାନ୍ତ ମିଶାଳକୁ କୋର୍ଟ ଚାଲାଣ କରାଯିବ ଏବଂ ଅନ୍ୟ ୨ ଜଣଙ୍କୁ ଜୁଭେନାଇଲ ଜଷ୍ଟିସ କୋର୍ଟରେ ହାଜର କରାଯିବ ବୋଲି ଏସପି ଶର୍ମା କହିଥିଲେ ।

   ଏହି ସାମ୍ବାଦିକ ସମ୍ମିଳନୀରେ ଡିଏସପି. ପ୍ରକାଶ ଚନ୍ଦ୍ର ଜେନା  ଏସଡିପିଓ.ଠାକୁର ପ୍ରସାଦ ପାତ୍ର ଏବଂ ସେରଙ୍ଗ ଥାନା ଅଧିକାରୀ ସ୍ୱରୂପ କିଷାନ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault