ହେଡଲାଇନସ୍:

ପ୍ରତିଷ୍ଠା ଦିବସରେ ମନେ ପଡିଲା ବିଜୁ ବାବୁଙ୍କ କଥା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୈନିକ ସ୍କୁଲର ୫୭ ତମ ପ୍ରତିଷ୍ଠା ଦିବସ

  Bhubaneswar : ୧୯୬୨ ମସିହାର ଭାରତ-ଚୀନ ଯୁଦ୍ଧ ପରେ ଭାରତ ତଥା ଓଡ଼ିଶାର ଯୁବ ପିଢ଼ିକୁ ଆକୃଷ୍ଟ କରିବା ପାଇଁ ଯେଉଁ ସବୁ ସୈନିକ ସ୍କୁଲ ପ୍ରତିଷ୍ଠା ର ପରିକଳ୍ପନା କରାଯାଇଥିଲା, ସୈନିକ ସ୍କୁଲ ଭୁବନେଶ୍ଵର ତନ୍ମଧ୍ୟରୁ ଅନ୍ୟତମ ।ଏହାର ସୂତ୍ରଧାର ଥିଲେ ଓଡ଼ିଶାର ବରପୁତ୍ର ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ । ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ।ବିଜୁବାବୁ ସୈନିକ ସ୍କୁଲର କ୍ୟାଡେଟ  ମାନଙ୍କୁ ସମ୍ବୋଧନ କରି କହିଥିଲେ “ This is my school and you are my boys “. ଏହା ଥିଲା ତାଙ୍କ ହୃଦୟର ବାର୍ତ୍ତା । ସୈନିକ ସ୍କୁଲ କ୍ୟାଡେଟ ଡେଟ ମାନଙ୍କୁ ସେ କେତେ ଭଲ ପାଉଥିଲେ , ଏଥିରୁ ସ୍ପଷ୍ଟ ଜଣାପଡ଼େ ।

   ଚଳିତ ମାସ ଫେବୃଆରୀ ୧ ତାରିଖ ଦିନ ସୈନିକ ସ୍କୁଲର ୫୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ଏଥିରେ ଲେ ଜେନେରାଲ ଜୟନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ଲକ୍ଷ୍ୟ ସ୍ଥିର କରିବାକୁ କ୍ୟାଡେଟ ମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଇତ୍ୟବସରରେ ସେ ନିଜ ସ୍କୁଲ ବେଳର ସ୍ମୃତି ଚାରଣ କରି ଥିଲେ । ଛାତ୍ର ମାନଙ୍କୁ ସେ କହିଥିଲେ , ଯାହା ତୁମେ କରିପାରିବ , ଅନ୍ୟ ମାନେ ତାହା କରିପାରିବେ ନାହିଁ । ନିଜର କର୍ତ୍ତବ୍ୟ ନିଷ୍ଠା, ଅଧ୍ୟବସାୟ ଓ ସମୟାନୁବର୍ତ୍ତିତା ଦ୍ବାରା ଅସାଧ୍ଯକୁ ସେମାନେ ସାଧ୍ୟ କରିପାରିବେ ।  

   ଏହାପରେ ମୁଖ୍ୟଅତିଥି ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଥିଲେ ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ୬୦୦ କ୍ୟାଡେଟଙ୍କ ଗହଣରେ କେକ କାଟି ପ୍ରତିଷ୍ଠା ଦିବସ କୁ ପାଳନ କରାଯାଇଥିଲା । ଉତ୍ସବର ପ୍ରାରମ୍ଭରେ ସ୍କୁଲର ଅଧ୍ୟକ୍ଷ କ୍ୟାପଟେନ  କଞ୍ଚନ ମୂଖାର୍ଜୀ ମୁଖ୍ୟ ଅତିଥି ଓ ଅନ୍ୟ ସମ୍ମାନିତ ଅତିଥି ମାନଙ୍କୁ ଭବ୍ୟ ସ୍ଵାଗତ ଜଣାଇ ଥିଲେ । ସ୍କୁଲର ପୁରାତନ ଛାତ୍ର ଏୟାର କମୋଡର ତୁଷାରକାନ୍ତି ରଥ , କ୍ୟାପଟେନ  ସରୋଜ କୁମାର ପ୍ରଧାନ , ମେଜର କେ କେ ନାୟକ , କମାଣ୍ଡର ସ୍ବାଇଁ ଓ ଶ୍ରୀ ବାସବ ଭଞ୍ଜ ଉତ୍ସବରେ ଉପସ୍ଥିତ ଥିଲେ। ସ୍କୁଲର ଶିକ୍ଷକ ଶ୍ରୀ ମନୋରଞ୍ଜନ ରଥଙ୍କ ଅଭିଭାଷଣ ବେଶ୍ ମନଛୁଆଁ ହୋଇପାରିଥିଲା । ଶ୍ରୀ ଦେବାନନ୍ଦ ଗୋଲାନି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍କୁଲର ପ୍ରଶାସନିକ ଅଧିକାରୀ କମାଣ୍ଡର ସନ୍ତୋଷ କୁମାର ଉତ୍ସବର ସମସ୍ତ ତଦାରଖ କରିଥିଲେ ।

0
0
0
s2sdefault