ହେଡଲାଇନସ୍:

ଗୁମ୍ମା ହାଇସ୍କୁଲ ଠାରେ ହିନ୍ଦୀ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ଗୁମ୍ମା ସ୍ଥିତ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ପକ୍ଷରୁ ହିନ୍ଦୀ ଦିବସ ପାଳିତ ହୋଇଯାଇଛି ।

        ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଦେବଦାସ ତାମରାପୁ ମୁଖ୍ୟଅତିଥି ଭାବେ ଯୋଗଦେଇ ହିନ୍ଦୀ ଭାଷାର ଉପଯୋଗୀତା ସମ୍ପର୍କରେ  ପିଲାମାନଙ୍କୁ ବୁଝାଇ ଥିଲେ । ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀ ବିଘ୍ନ ରାଜ ମଲ୍ଲିକ ସଭା କାର୍ଯ୍ୟକ୍ରମର ପରିଚାଳନା କରି  ବର୍ତ୍ତମାନ କ୍ଷେତ୍ରରେ ରେ ହିନ୍ଦୀ ଭାଷାର ସ୍ଥିତି ଓ ହିନ୍ଦୀ ଭାଷା ପ୍ରତି ଛାତ୍ରାଛାତ୍ରୀ ମାନଙ୍କ  କଥାବାର୍ତ୍ତା  , ଆଗ୍ରହ ଓ  କର୍ତ୍ତବ୍ୟ କିଭଳି ହେବା ଉଚିତ ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇ ଥିଲେ ।

    ଏହି ଦିବସ ପାଳନ ଅବସରରେ  ବିଦ୍ୟାଳୟର ଅଷ୍ଟମ , ନବମ ଓ ଦଶମ ଶ୍ରେଣୀର ଛାତ୍ରାଛାତ୍ରୀ ମାନଙ୍କ ମଧ୍ୟରେ କବିତା , ବକ୍ତୃତା , ପ୍ରବନ୍ଧ , ଶ୍ରୁତ-ଲିଖନ ଓ ସାଧାରଣ ଜ୍ଞାନ ପ୍ରଭୃତି ପ୍ରତିଯୋଗିତା  ଆୟୋଜନ କରାଯାଇଥିଲା ।  ସଭା କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

   ଶେଷରେ  ବିଦ୍ୟାଳୟର ଛାତ୍ରାଛାତ୍ରୀ ମାନଙ୍କ  ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ପରେ  ମିଷ୍ଟାନ୍ନ  ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ ।

0
0
0
s2sdefault