ହେଡଲାଇନସ୍:

ଜଗତସିଂହପୁରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୬୫ଟି ମାମଲାର ହୋଇଛି ଫଇସଲା  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର:(ରମେଶ ମହାନ୍ତି):-ଆଜି ଜଗତସିଂହପୁର ଜିଲ୍ଲା ଅଦାଲତ ପ୍ରାଙ୍ଗଣରେ ଜିଲ୍ଲା ଆଇନସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲାଜଜ୍ ଆନନ୍ଦ ଚରଣ ବେହେରାଙ୍କ ତତ୍ୱାବଧାନରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।ଏହି ଲୋକ ଅଦାଲତରେ ପରିବାର ଅଦାଲତର ଜଜ୍ ଡକ୍ଟର ଜୀବନ ଜ୍ୟୋତି ରଥ,ଏ.ଡି.ଜେ ମୁନ୍ ରାଣୀ ମିଶ୍ର,ସି.ଜେ.ଏମ୍ ସୁଦାମ ଚରଣ ଦାସ,ସବଜଜ୍ ଶଶୀରେଖା ମିଶ୍ର,ଜଜ୍ ମହିଳା କୋର୍ଟ ଅନ୍ନପୂର୍ଣ୍ଣା ନାୟକ,ମୁନସିଫ୍ ନିଶା ସାମଲ,ଏସ୍.ଡି.ଜେ.ଏମ୍ ଋତୁପୁର୍ଣ୍ଣା ମିଶ୍ର,ଜେ.ଏମ୍.ଏଫ୍.ସି ନିରଞ୍ଜନ ଦାସ,ଜେ.ଏମ୍.ଏସ୍.ସି ସୁମିତ୍ରା ବିଶ୍ୱାଳ ଏବଂ ଜେ.ଏମ୍.ଏସ୍.ସି ମହମ୍ମଦ୍ ଶାହା ଫଇଜଲ ପ୍ରମୁଖ ଯୋଗଦାନ କରି ମାମଲା ଗୁଡିକର ସୁପରିଚାଳନା କରିଥିଲେ।ପ୍ରାଧିକରଣର ସଚିବ କମଳାକାନ୍ତ ରାଉତ ଓ ରେଜିଷ୍ଟ୍ରାର ଶ୍ରୀମତୀ ମହେଶ୍ୱେତା ପରିଜା ଏହି ରାଷ୍ଟ୍ରୀୟ ଲୋକ ଅଦାଲତର ସୁପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।ବିଶେଷକରି ଦୁର୍ଘଟଣା ଜନିତ କ୍ଷତିପୂରଣ,ଫୌଜଦାରୀ ଦିୱାନି,ପାରିବାରିକ ଏବଂ ଅନ୍ୟାନ୍ୟ ମାମଲା ସହିତ ଜଗତସିଂହପୁର ଅଞ୍ଚଳରେ ଥିବା ବ୍ୟାଙ୍କ୍ କେସ୍ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଇସଲା ହୋଇଛି।ସମୁଦାୟ ୨୯୮୦ ମାମଲାରୁ ୨୬୫ଟି ସଫଳତାର ସହିତ ଫଇସଲା ହେବା ସହିତ ୨,୦୩,୫୯,୨୫୦ ଟଙ୍କା ଆଦାୟ କରାଯାଇଛି।

0
0
0
s2sdefault