ହେଡଲାଇନସ୍:

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ହିନ୍ଦୀ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି  ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର  ପ୍ରାର୍ଥନା ସଭା ଗୃହ ଠାରେ ଜାତୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ବିଦ୍ୟା ମନ୍ଦିରର  ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା  ସଭାପତିତ୍ବ କରି ଅତିଥି ପରିଚୟ ପ୍ରଦାନ କରିଥିଲେ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରି ଥିଲେ  । କାର୍ଯ୍ୟକ୍ରମରେ  ସ୍ଥାନୀୟ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର  ହିନ୍ଦୀ ଶିକ୍ଷୟତ୍ରୀ ପ୍ରଭାରାଣୀ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ ଭାଇଭଉଣୀ ମାନଙ୍କୁ  ଜାତୀୟ ହିନ୍ଦୀ ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ । ଏହି ଦିବସ ଅବସରରେ  ଶିଶୁ ଭାଇଭଉଣୀଙ୍କ ସମେତ ବିଦ୍ୟା ମନ୍ଦିରର  ହିନ୍ଦୀ ବିଭାଗର ଗୁରୁଜୀ-ଗୁରୁମା ପ୍ରମୁଖ ହିନ୍ଦୀ ଦିବସର ମହତ୍ତ୍ୱ ଉପରେ ଆଲୋଚନା କରିଥିଲେ ।

     ଶେଷରେ ସହ-ପ୍ରଧାନ ଆଚାର୍ଯ୍ୟ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

0
0
0
s2sdefault