ହେଡଲାଇନସ୍:

୧୭ କେଜିରୁ ଅଧିକ ଗଞ୍ଜେଇ ଜବତ : କିଛି ଘୋଡଉନି ତ ବାରିପଦା ପୋଲିସ !!!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଲୋକଙ୍କ ଅଭିଯୋଗ : ପ୍ରଭାବଶାଳୀ ବସ ମାଲିକକୁ ସୁରକ୍ଷା ଦେବା ନିମନ୍ତେ ପୁଲିସର ହାଇ ପ୍ରୋଫାଇଲ ଡ୍ରାମା ! 

ବାରିପଦା/ ଭୁବନେଶ୍ୱର - ବାରିପଦା ଘରୋଇ ବସଷ୍ଟାଣ୍ଡରୁ ସେପ୍ଟେମ୍ବର ୧୪ ଶନିବାର ପୂର୍ବାହ୍ନରେ ଟାଉନଥାନା ପୁଲିସ ପକ୍ଷରୁ ମୋଟ ୧୭.୮୨୨ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବାର ପୁଲିସ ସୂତ୍ରରୁ ଜଣାପଡ଼ିଛି । ଉକ୍ତ ଗଞ୍ଜେଇ ଜବତ ହେବା ପରେ ବିଜେଡ଼ି ନେତା ତଥା ଜନୈକ ମନ୍ତ୍ରୀଙ୍କ ପାଖ ଲୋକ ଭାବେ ପରିଚିତ ପ୍ରଭାବଶାଳୀ ବସ ମାଲିକକୁ ସୁରକ୍ଷା ଦେବା ନିମନ୍ତେ ବାରିପଦା ଟାଉନଥାନା ପକ୍ଷରୁ ହାଇ ପ୍ରୋଫାଇଲ ଡ୍ରାମା ଆରମ୍ଭ ହୋଇଥିବା ବିଷୟକୁ ନେଇ ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଘଟଣାସ୍ଥଳରେ ପ୍ରତ୍ୟକ୍ଷଦର୍ଶୀଙ୍କ କଥା ଯଦି ସତ ହୁଏ ତେବେ ପୋଲିସ କିଛି ଲୁଚାଉନି ତ !!!

           ଆଜି ପୂର୍ବାହ୍ନରେ ବାରିପଦାରୁ କୋଲକାତା ଯାଉଥିବା ଏକ ଘରୋଇ ବସ ଉପରେ ବାରିପଦା ଟାଉନଥାନା ପୁଲିସ ଚଢ଼ାଉ କରି ଦୁଇଟି ଗଞ୍ଜେଇ ପ୍ୟାକେଟକୁ ଜବତ କରିବା ସହ ଦୁଇ ଜଣ ବଙ୍ଗୀୟ ଯୁବକଙ୍କୁ ଗିରଫ କରି ଥାନାକୁ ନେଇଯାଇଥିବା ବିଷୟକୁ ନେଇ ସହରରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଯାଇଥିଲା । ତେଣୁ ପ୍ରକୃତ ଖବର ଜାଣିବା ନିମନ୍ତେ ଆମର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ବାରିପଦା ଟାଉନଥାନାରେ ପହଁଞ୍ଚି ଘଟଣାର ସତ୍ୟାସତ୍ୟ ଜାଣିବା ନିମନ୍ତେ ଆଇଆଇସି ଅଶୋକ କୁମାର ନାୟକଙ୍କୁ ଭେଟିଥିଲେ । ଏହି ସମୟରେ ପୋଲିସ ହାଜତ ଲକଆପ୍ ମଧ୍ୟରେ ଦୁଇ ଅଭିଯୁକ୍ତ ଥିବା ସହ ଥାନା ଭିତରେ ସେମାନଙ୍କ ନିକଟରୁ ଜବତ ହୋଇଥିବା ଦୁଇଟି ପ୍ୟାକେଟ ଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଆଇଆଇସି ଶ୍ରୀନାୟକ ଥାନାରେ କିଛି କହିବେ ନାହିଁ ଏବଂ ଅଭିଯୁକ୍ତମାନଙ୍କ ଫଟୋ ଉଠାଇବାକୁ ଦେବେ ନାହିଁ ବୋଲି ରୋକ୍ଠୋକ୍ ମନା କରିବା ସହ ଅଭିଯୁକ୍ତ ଦୁଇ ଜଣକୁ ଏବଂ ସେମାନଙ୍କ ନିକଟରୁ ଜବତ ସାମଗ୍ରୀକୁ ଘଟଣା ସ୍ଥଳକୁ ନିଆଯିବା ପରେ ସେଠାରେ କିପରି ସେମାନଙ୍କୁ ଧରାଗଲା ସେ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରାଯିବ ବୋଲି ଉତ୍ତର ଦେଇଥିଲେ । ହେଲେ ଏଭଳି ବୋଧ ହୁଏ ଗୋଟାଏ ଅଜବ ଗପ ଶୁଣାଇଲା ପୋଲିସ |  ଏକ ନିର୍ଦ୍ଦିଷ୍ଟ ବସରେ ଗଂଜେଇ ଯାଉଥିବା ବେଳେ ପୋଲିସ ଗଂଜେଇ ନେଇ ଯାଉଥିବା ବ୍ୟକ୍ତିଙ୍କୁ ଥାନାକୁ ଆଣିବା ପରେ ପୁଣି ସେମାନଙ୍କୁ ଘଟଣା ସ୍ଥଲଜୁ ନେଇ ବାଇଟ ଦେବୁ ବୋଲି ଆଇ ଆଇ ସି କହିବା ପଛରେ କି ମହତ ଉଦ୍ଦେଶ୍ୟ ଥିଲା | 

 ଏହାପରେ ମଧ୍ୟହ୍ନ ପ୍ରାୟ ଗୋଟାଏ ସମୟରେ ପୁଲିସ ଗାଡ଼ିରେ ସେମାନଙ୍କୁ ବସାଇ ଘରୋଇ ବସଷ୍ଟାଣ୍ଡକୁ ନେଇ ଯାଇଥିଲେ ଏବଂ ସେଠାରେ ପ୍ୟାକେଟ କଟାଯାଇ ତା ମଧ୍ୟରେ ଥିବା ଗଞ୍ଜେଇର ଓଜନ କରାଯାଇଥିଲା । କହିବେ ବୋଲି ଆଗରୁ କହିଥିଲେ ମଧ୍ୟ ଆଇଆଇସି  ଶ୍ରୀନାୟକ ଘଟଣା ଉପରେ କୌଣସି ସୂଚନା ଦେଇ ପାରିବେ ନାହିଁ, ଏଡ଼ିସନାଲ ଏସପି କିମ୍ବା ଏସଡ଼ିପିଓ ପ୍ରମୁଖଙ୍କୁ ପଚାରିବାକୁ କହିଥିଲେ । ଏହାପରେ ଅପରାହ୍ନ ୫.୪୫ ମିନିଟରେ ପ୍ରେସ ଓ ପୁଲିସ ଏମବିଜେ ଗ୍ରୁପରେ ସୋସିଆଲ ମିଡ଼ିଆ ରେ ପୋଲିସ ଆଇଆଇସି ଛାଡିଛନ୍ତି ଯେ, ପଡେ଼ାଶୀ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଜିଲ୍ଲା ହୁଗୁଲବାଡ଼ିଆ ଥାନା  ଅନ୍ତର୍ଗତ କୁମାରୀ ଗ୍ରାମର କାନାଇ ମଣ୍ଡଲଙ୍କ ପୁଅ ରଞ୍ଜିତ୍ ମଣ୍ଡଲ(୩୭)ଙ୍କ ନିକଟରୁ ୯ କେଜି ଗଞ୍ଜେଇ, ନଗଦ ୯୮୫ ଟଙ୍କା , ଗୋଟାଏ ମୋବାଇଲ ଏବଂ ଉକ୍ତ ଥାନା ପୋଡ଼ାଘାଟିମୋର ଗ୍ରାମର ନନି ସର୍ଦ୍ଧାରଙ୍କ ପୁଅ ବାବୁଲ ସର୍ଦ୍ଧାର(୪୮)ଙ୍କ ନିକଟରୁ ୮ କେଜି ଗଞ୍ଜେଇ, ୬୩୦ ଟଙ୍କା, ଗୋଟାଏ ମୋବାଲ ଜବତ କରାଯାଇଛି । ଏଥି ସହିତ ଏହି ଦୁଇ ଅଭିଯୁକ୍ତଙ୍କ ନାମରେ ବାରିପଦା ଟାଉନ ଥାନାରେ କେଶ ନଂ ୨୧୨ ଓ ଙ୍କ/ଗ୍ଦ ୨୦(ଭ)(ସସ)(ଇ) ଘଊଚଝ ଇଉଞରେ ମାମଲା ରୁଜୁ କରାଯାଇଛି ବୋଲି ଆଇଆଇସି ଶ୍ରୀନାୟକ  ଅଭିଯୁକ୍ତମାନଙ୍କ ସହ ଫଟୋ ଉଠାଇ ଏକ ସୂଚନା  ପୋଷ୍ଟ କରିଥିଲେ । ଏଥି ନିମନ୍ତେ ଆଇଆଇସିଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । ସୋସିଆଲ ମିଡ଼ିଆରେ ଗଜେଇ ନେଉଥିବା ବେଳେ ଜଣେ ବସ କର୍ମଚାରୀ ସହ ଦୁଇ ଆସାମୀ ପୁଲିସ ହାବୁଡ଼ରେ ପଡ଼ିଲେ ବୋଲି ଖବର ଭାଇରାଲ ହୋଇଥିବା ବେଳେ ଟାଉନଥାନା ଅଧିକାରୀ ତାଙ୍କ ପୋଷ୍ଟରେ ଏବିଷୟରେ କିଛି ସୂଚନା ଦେଇନାହାନ୍ତି । କାରଣ ବସରୁ ଜବତ କରାଯାଇଥିବାର ଦର୍ଶାଇଥିଲେ ବସ ଓ ଷ୍ଟାଫକୁ ଅଟକ ରଖିବାକୁ ପଡ଼ିଥାନ୍ତା । ତେଣୁ ଆଇଆଇସି ଜାଣିଶୁଣି କିଛି ଚିତ୍ରନାଟ୍ୟ ପ୍ରସ୍ତୁତ କଲେ ବୋଲି ଲଲେ ଅଭିଯୋଗ କରିଛନ୍ତି | କାରଣ ହେଉଛି  ବସଟି ଜନୈକ ପ୍ରଭାବଶାଳୀ ନେତାଙ୍କ ହୋଇଥିବା କାରଣରୁ ଆଇଆଇସି ଆଇନ ଅନୁସାରେ ପଦକ୍ଷେପ ନେବାକୁ ପଛଘୁଞ୍ଚା ମାରିଲେ ଏବଂ ବାରିପଦା ଟାଉନଥାନା ପୁଲିସର ଏହି ପ୍ରକାରର କାର୍ଯ୍ୟକଳାପ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ବୋଲି ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ସେହିପରି ଗଞ୍ଜେଇ ଜବତ ମାମଲାରେ ପୁଲିସର ନିରପେକ୍ଷତା ଉପରକୁ ମଧ୍ୟ ଜନସାଧାରଣ ଅଙ୍ଗୁଳି ଉଠାଇଛନ୍ତି । ସେହିପରି ପୁଲିସ ଗାଡ଼ିରେ ପଛ ସିଟରେ ଅଭିଯୁକ୍ତ ଦୁଇ ଜଣ ବସିଥିବା ବେଳେ ସେମାନଙ୍କ ନିକଟରେ ପୁଲିସର ଏକ ଅତ୍ୟାଧୁନିକ ରାଇଫଲ ରହିଥିଲା । ଯଦି ଅଭିଯୁକ୍ତ ଦୁଇ ଜଣ ଆତଙ୍କବାଦୀ ଅଥବା ନକ୍ସଲ ହୋଇଥିଲେ କଥା ସରିଯାଇଥାନ୍ତା । ପୁଲିସର ଏହା ଖାମଖିଆଲି ମନୋଭାବ ନା ଅଭିଯୁକ୍ତ ସହିତ ଭିତିରି ସଲାସୁତୁରା ତାହାକୁ ନେଇ ପ୍ରଶ୍ନ ମଧ୍ୟ ଉଠିଛି । ଆପଣ ମାନେ ଫୋଟୋକୁ ନିରେଖି ଦେଖିଲେ ଠିକଣା ଭାବେ ବାରି ପାରିବେ | ଅନ୍ୟ ପକ୍ଷରେ ନିଶା ଦ୍ରବ୍ୟ ଜବତ ହେଲେ ଏନଡିପିଏସ ଆକ୍ଟ ଲାଗୁଥିବା ବେଳେ ଅବକାରୀ ବିଭାଗ କୌଣସି ସ୍ଥାନରେ ଚିତ୍ରରେ ନଥିଲେ | ଜଣାଶୁଣା ସମାଜସେବି ବିଭୁ ପ୍ରସାଦ ଦାସଙ୍କ କହିବା ଅନୁଯାୟୀ ଏନଡିପିଏସ ଆକ୍ଟ ପିକ୍ଚରକୁ ଆସିବା ପରେ ପୋଲିସ ଅବକାରୀ ବିଭାଗର ସହଯୋଗ ଲୋଡ଼ିବା କଥା | ତେଣୁ ମତାମତ ଭାବେ ଆଜିର ଗଂଜେଇ ଜବତ ଘଟଣାରେ ପୋଲିସ୍ର ଭୂମିକାକୁ ବେଉ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି |  

 

0
0
0
s2sdefault