ହେଡଲାଇନସ୍:

ଥାନା- ଡାକ୍ତରଖାନାରେ ଆରଂଭ ହେବ ସୁରାଜ :  ରହିବନି ଆଉ ପୁଲିସିଆ ତୋଡ , ଗାନ୍ଧୀ ଜୟନ୍ତିରୁ ଆରମ୍ଭ " ମୋ ସରକାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲୋକଂକୁ ଖରାପ ବ୍ୟବହାର କଲେ ଚାକିରୀ ଯିବା ଆଶଙ୍କା, ଭଲ ହେଲେ ପୁରସ୍କାର 

ଥାନାବାବୁମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ପାଣ୍ଡିଆନ 

 ଭୁବନେଶ୍ୱର :  ଆଉ ପୁଲିସିଆ ତୋଡ ରହିବ  ନାହିଁ | ସାଧାରଣ ଲୋକ ଥାନାକୁ ଗଲେ ଆଉ ଅପଦସ୍ତ ହେବାକୁ ପଡିବ ନାହିଁ | ବ୍ୟବହାର ଖରାପ କରି ପାରିବେ ନାହିଁ ପୋଲିସ ସେମାନଙ୍କୁ | କାରଣ ଲୋକଂକ ହାତରେ ଏବେ ଥାନାବାବୁଙ୍କ  ଚାକିରୀ | ଲୋକ ସାର୍ଟିଫିକେଟ ଭଲ  ଦେଲେ ଚାକିରୀ ରହିବ ଓ ପଦୋନ୍ନତି ହେବ |  ଲୋକ ଯଦି ଟିକେ ବେଙ୍ଗା କରି କିଛି କହିଦିଅନ୍ତି  ତେବେ ଚାକିରୀ ଯିବାର ଭୟ | ଆଉ ଏହା ସାରା ପୋଲିସ ଫଟରନିଟିର ଟେନ୍ସନ ବଢ଼ାଇ ଦେଇଛି | ଆଉ ଆଜି ସିଧା ସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସଚିବ ଥାନାବାବୁ ମାନଙ୍କୁ ରୋକଠୋକ କହିଦେଇଛନ୍ତି |

ଆଜି ଲୋକ ସେବା ଭବନରୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ କହିଦେଇଛନ୍ତି ଯେ,  ଜନସାଧାରଣ ହେଉଛନ୍ତି ପ୍ରକୃତ ସରକାର । ମୋ ସରକାର ହେଉଛି ସେମାନଙ୍କ ସରକାର । ସେମାନଙ୍କ ଟଙ୍କାରେ ପ୍ରଶାସନ ଓ ପୁଲିସ ଷ୍ଟେସନ୍ ଚାଲୁଛି । ତେଣୁ ସେମାନଙ୍କୁ ସମ୍ମାନର ସହିତ ବ୍ୟବହାର କରିବା ଆମର ନୈତିକ ଦାୟିତ୍ୱ । ଯେତେବେଳେ କୌଣସି ଅଭିଯୋଗକାରୀ ଥାନାକୁ ଆସୁଛନ୍ତି, ସେତେବେଳେ ସେମାନଙ୍କୁ ଆମେ ସମ୍ପୂର୍ଣ୍ଣ ବୃତ୍ତିଗତ, ନୈତିକ ଓ ମାନବିକତାର ସହ ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ । ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | 

ଲୋକଙ୍କ ମତାମତ ଉପରେ ଭଲ କାମକୁ ତୁରନ୍ତ ପ୍ରଶଂସା କରାଯିବ । ଏଥିପାଇଁ ସେ ନିଜେ ସଂପୃକ୍ତ ଅଧିକାରୀଙ୍କୁ ପ୍ରଶଂସାପତ୍ର ଦେବେ ଏବଂ କାମ ସନ୍ତୋଷଜନକ ନହେଲେ କାର୍ଯ୍ୟାନୁଷ୍ଠାନ କରାଯିବ । ଥାନାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀଙ୍କ ଫୋନ ନମ୍ବର ପଂଜୀକରଣ କରାଯିବ ଏବଂ ଏହା ଏସପିଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଉପବଲବ୍ଧ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ପୁଲିସ ଅଧିକାରୀମାନେ ନିଜକୁ ଜନସେବକ ଭାବି କାର୍ଯ୍ୟ କରନ୍ତୁ । ସବୁ କର୍ମଚାରୀଙ୍କ ୫-ଟି ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ କହିଥିଲେ |

ଥାନାକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ସମ୍ମାନର ସହିତ ବ୍ୟବହାର କରିବା ଓ ତାର ଅଭିଯୋଗ ପ୍ରତି ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ଥାନା ବାବୁମାନଙ୍କୁ ପୁଲିସ ଡିଜି ବିଜୟ କୁମାର ଶର୍ମା ପରାମର୍ଶ ଦେଇଥିଲେ ।

ଆଜିର ଥାନା ବାବୁ କାନଫରେନସିଂ କାର୍ଯ୍ୟ କ୍ରମରେ ମେନ ରୋଲ ଥିଲା   ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କର | ଯାହା ଭିତରେ ଭିତରେ କହୁଥିଲେ, ବା ଚଳାଉଥିଲେ | ହେଲେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସଚିବ, ତାପଟେ ୫-ଟି ସଚିବ ଭାବେ ଦାୟିତ୍ୱ ନେବା ପରେ ଆଜି ଖୋଲାଖୋଲି ସର୍ବସମକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ହୃଦୟର କଥା ଗୁଡିକ  ସ୍ପଷ୍ଟ କରିଛନ୍ତି ଶ୍ରୀ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ତରଫରୁ | ମୋ  ସରକାର’ କାର୍ଯ୍ୟକ୍ରମ କ’ଣ ଆଜି ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ପୋଲିସ ଡିଜି ତଥା ଅନ୍ୟ ବରିଷ୍ଠ ପୋଲିସ ଅଧିକାରଙ୍କ ଉପସ୍ଥିତିରେ ଫୁଲ କ୍ଳାସ ନେଇଥିଲେ ୫ଟି ସଚିବ ଶ୍ରୀ  ପାଣ୍ଡିଆନ । ଥାନା ବାବୁଙ୍କ ତାଗିଦ କରି କହିଲେ, ଲୋକଙ୍କୁ ଥାନାରେ ଭଲ ବ୍ୟବହାର ଦେବାପାଇଁ | ସେମାନେ କେମିତି ବ୍ୟବହାର ଦେଖାଉଛନ୍ତି ତାହାର  ଫିଡବ୍ୟାକ୍ ଲୋକଙ୍କ ଠାରୁ ନିଆଯିବ । ଥାନା ଓ ହସ୍ପିଟାଲରେ ଲୋକ କିପରି ପାଉଛନ୍ତି ରେସପନ୍ସ ପାଉଛନ୍ତି ସେ ନେଇ କରାଯିବ ଅନୁଧ୍ୟାନ | କାମ କରିଥିଲେ ପୁରସ୍କାର, ହଇରାଣ କରିଥିଲେ କାର୍ଯ୍ୟାନୁଷ୍ଠାନ ବୋଲି ରୋକଠୋକ ଶୁଣାଇଦେଇଛନ୍ତି ଶ୍ରୀ ପାଣ୍ଡିଆନ | 

ସେ କହିଛନ୍ତି ଯେ “ମୋ ସରକାର” ପୋର୍ଟାଲ୍ ରୁ ୧୦ଟି ନମ୍ବରକୁ ମନଇଚ୍ଛା ବାଛି ଅଭିଯୋଗକାରୀଙ୍କ ସହିତ ସିଧାସଳଖ ମୁଖ୍ୟମନ୍ତ୍ରୀ କଥା ହେବେ । ଯଦି ଅଭିଯୋଗକାରୀଙ୍କ ମୋବାଇଲ ନମ୍ବର ନ ଥାଏ, ତେବେ ସେ ତାଙ୍କର ଆତ୍ମୀୟ ସ୍ୱଜନଙ୍କ ନମ୍ବର ଦେଇପାରିବେ। ସେହିପରି ଯଦି ଥାନା ଅଧିକାରୀ ଯଦି  ଅଭିଯୋଗକାରୀଙ୍କ ମୋବାଇଲ ନମ୍ବର ପଂଜୀକରଣ ନକରନ୍ତି, ସେ କ୍ଷେତ୍ରରେ ଅଭିଯୋଗକାରୀ ଟୋଲ୍ ଫ୍ରି ନମ୍ବରକୁ ଫୋନ୍ କଲେ ଏସଏମଏସ ପାଇ ପାରିବେ । ଥାନା ଅଧିକାରୀଙ୍କ ଏହି ଅବହେଳା ପାଇଁ ତାଙ୍କ  ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ପାଣ୍ଡିଆନ ।

 

0
0
0
s2sdefault