ହେଡଲାଇନସ୍:

ଜନଜାତି ଅଧିକାର ଆନେ୍ଦାଳନ ଫେବୃଆରୀ-୨ରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦାରୁ ଦିଲ୍ଲୀପ ମହାନ୍ତି - ଜନଜାତି ଅଧିକାରକୁ ନେଇ ଓଡ଼ିଶା ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଜଳ, ଜମି ଓ ଜଙ୍ଗଲ ଉପରେ ଜନଜାତିର ଅଧିକାର, ପେସା ଆଇନ ଅନ୍ତର୍ଗତ ପଲ୍ଲୀସଭା ଓ ଗ୍ରାମସଭାର ନିଷ୍ପତିକୁ ଗୁରୁତ୍ୱ, ସମସ୍ତ ବୃଦ୍ଧ, ବୃଦ୍ଧା, ବିଧବା ଓ ଅକମଣ୍ୟମାନଙ୍କୁ ଭତ୍ତା, ବନାଧିକାର କାନୁନ ଅନ୍ତର୍ଗତ ଗ୍ରାମକୁ ସାମୁହିକ ବନାଧିକାର ଏବଂ ବ୍ୟକ୍ତିମାନଙ୍କୁ ଜମି ପଟ୍ଟା ପ୍ରଦାନ, ବନାଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନକୁ ପ୍ରାଥମିକତା ଆଦି ୫ ଦଫା ଦାବିକୁ ନେଇ ଆନ୍ଦୋଳନ  ଆସନ୍ତା ଫେବୃଆରୀ ୨ରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବନବାସୀ କଲ୍ୟାଣ ଆଶ୍ରମ ସଙ୍ଗଠନ ପକ୍ଷରୁ ବାରିପଦା ସହରର ଷ୍ଟେସନ ବଜାର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଜନଜାତି ଓ ସମାବରଶର ସଭାପତି ତଥା ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଅବସରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଚନ୍ଦନ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଥିଲା । ଏଥିରେ ପ୍ରାନ୍ତ ଜନଜାତି ସମ୍ପର୍କ ପ୍ରମୁଖ ଇଂ ବିଶେଶ୍ୱର ଟୁଡ଼ୁ, ଓଡ଼ିଶା ବନବାସୀ କଲ୍ୟାଣ ଆଶ୍ରମର ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ବିଶ୍ୱାମିତ୍ର ମହାନ୍ତ ପ୍ରମୁଖ ଯୋଗ ଦେଇ ସମଗ୍ର ଭାରତରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟଙ୍କ ସାମାଜିକ ସ୍ଥିତି ସହିତ କିପରି ମୌଳିକ ଅଧିକାରରୁ ବଞ୍ଚିତ ହୋଇଆସୁଛନ୍ତି ତା ଉପରେ ଗଭୀର ଉଦବେଗ ପ୍ରକାଶ କରିଥିଲେ । ଏହା ବ୍ୟତୀତ ବନବାସୀ କଲ୍ୟାଣ ଆଶ୍ରମ ସଂଗଠନ ଗଠନର ଉଦେ୍ଧଶ୍ୟ, ଲକ୍ଷ ଓ କାର୍ଯ୍ୟ ଉପରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବାକୁ ଯାଇ କହିଥିଲେ ତାଙ୍କର ସଙ୍ଗଠନ ସାମାଜିକ ଓ ସାସ୍କୃତିକ ସଙ୍ଗଠନ । ଜନଜାତି ସମ୍ପ୍ରଦାୟର ଜନସାଧାରଣଙ୍କ କ୍ଷେତ୍ରରେ କ୍ରୀଡ଼ାର ବିକାଶ ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ କ୍ଷେତ୍ରରେ ଆୱାରନେଓ କରାଇବା ନିମନ୍ତେ କାର୍ଯ୍ୟକରି ଆସୁଛି । ଭାରତରେ ୧୭ ଶହରୁ ଅଧିକ ପ୍ରୋଜେକ୍ଟ କାର୍ଯ୍ୟ କରୁଥିବା ବେଳେ ଓଡ଼ିଶାରେ ୬ଟି ପ୍ରୋଜେକ୍ଟ ରହିଛି । ଜନଜାତିମାନଙ୍କର ଅଧିକାରକୁ ନେଇ ରାଜ୍ୟର ୮ଟି ଜିଲାରେ ଆନେ୍ଦାଳନ ହୋଇସାରିଥିବା ବେଳେ ମୟୂରଭଞ୍ଜ ଜିଲା ୯ରେ ପଡ଼ିଛି । ମୟୂରଭଞ୍ଜ ଜିଲାର ସଦର ମହକୁମା ବାରିପଦାର ଷ୍ଟେସନ ସମ୍ମୁଖରୁ ଫେବୃଆରୀ ୨ରେ ଏକ ବିଶାଳ ର୍ୟାଲି ବାହାରି ସହରପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚିବା ପରେ ସେଠାରେ ଏକ ସାଧାରଣସଭା ଅନୁଷ୍ଠିତ  ହେବ । ଏଥିରେ ଜନଜାତିମାନଙ୍କର ୫ ଦଫା ଦାବି ସହିତ ସେମାନେ ସେମାନଙ୍କର ଦୈନନ୍ଦିନ ଜୀବନଯାପନରେ ସମ୍ମୁଖୀନ ହୋଇଆସୁଥିବା ସମସ୍ୟାଗୁଡ଼ିକ ଉପରେ ସଙ୍ଗଠନର କର୍ମକର୍ତ୍ତା ଡ଼ା.ମୁର୍ମୁ, ଇଂ.ଟୁଡ଼ୁ ପ୍ରମୁଖଙ୍କ ସମେତ କ୍ଷେତ୍ରବାସୀ ପଣ୍ଡା, ଧୁମେଶ୍ୱର ବାସ୍କେ, ସୋନୁ ସିଂ ଡ଼ା. ପରମେଶ୍ୱର ସିଂ ପ୍ରମୁଖ ଉଦବୋଧନ ଦେବେ । ଏହାପରେ ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ବକ୍ତାମାନେ ସୂଚନା ଦେଇଥିଲେ ।

 

 

0
0
0
s2sdefault