ହେଡଲାଇନସ୍:

ଯାଜପୁର ଜିଲ୍ଳ୍ାରେ ମିଳିମିଳା ଓ ରୁବେଲା ଟୀକାକରଣର ଶୁଭାରମ୍ଭ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 



ଯାଜପୁରରୁ ଜୟଶଙ୍କର ଦାଶ :       ମିଳିମିଳା ଓ ରୁବେଲା ପିଲ୍ଳ୍ା ମାନଙ୍କ ପାଇଁ ଏକ ମାରାତ୍ମକ   ରୋଗ ।  ଏହାର ସଂପୂର୍ଣ୍ଣ ମୂଳୋପôାଟନ ପାଇଁ ଜନ ସହଯୋଗ ଏକାନ୍ତ ଜରୁରୀ ବୋଲି ବକ୍ତାମାନେ ଆହ୍ୱାନ ଦେଇଚ୍ଥନ୍ତି ।  ସୋମବାର ପୂର୍ବାହ୍ନରେ  ଜିଲ୍ଳ୍ା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିମିଳା ଓ ରୁବେଲା ଟୀକାକରଣର ଜିଲ୍ଳ୍ା ସ୍ତରୀୟ ଶୁଭାରମ୍ଭ ଜିଲ୍ଳ୍ା ସ୍କୁଲ ଠାରେ ଅନୁÂିତ ହୋଇଥିଲା ।  ଏହାକୁ ଉଦ୍ଘାଟନ କରି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଜିଲ୍ଳ୍ାର ସମସ୍ତ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ମାନଙ୍କର ସମସ୍ତ ପିଲା ଓ ଘରେ ରହୁଥିବା ୯ ମାସରୁ ୧୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ଟୀକାକରଣ କରିବାର ବ୍ୟବସ୍ଥା କରାଯାଇଚ୍ଥି ବୋଲି କହିଥିଲେ ।  ଟୀକା ଅତ୍ୟନ୍ତ ସହଜ ପ୍ରକ୍ରିୟାରେ ପ୍ରଶିକ୍ଷିତ କର୍ମଚାରୀ ମାନେ ଦେଉଥିବାରୁ ଏଥିରେ ଭୟ କରିବାର କାରଣ ନାହିଁ ବୋଲି ସେ କହିଥିଲେ ।  ଯେପରି ସମସ୍ତଙ୍କ ଉଦ୍ୟମରେ ପୋଲିଓକୁ ଆମେ ନିପାତ କରିପାରିଲେ ସେହିପରି ସମସ୍ତଙ୍କ ସକ୍ରିୟ ସହଯୋଗରେ ଏହି ଦୁଇ ରୋଗକୁ ମଧ୍ୟ ଶେଷ କରିପାରିବା ବୋଲି ଶ୍ରୀ ଦାସ କହିବା ସହ ଯେପରି କୈାଣସି ୯ ମାସରô ୧୫ ବର୍ଷର ହିତାଧିକାରୀ ଏହି ଟୀକାକରଣରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ପ୍ରତ୍ୟେକ ଦୃଷ୍ଟି  ଦେବାକୁ ଅନୁରୋଧ କରିଥିଲେ ।  ମୁଖ୍ୟ ଅତିଥି ଭାବେ ଜିଲ୍ଳ୍ା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ଏହି ମାରାତ୍ମକ ମିଳିମିଳା ଓ ରୁବେଲା ରୋଗ ପାଇଁ ଆମେ ପ୍ରତ୍ୟେକ ସଚେତନ ହେବା ସହ ପ୍ରତ୍ୟେକ ପିତା, ମାତା, ଅନୁÂାନ ସେମାନଙ୍କ ପିଲା ମାନଙ୍କୁ ନିଶ୍ଚିତ ଟୀକାକରଣ କରାଇବାକୁ ଅନୁରୋଧ କରିଥିଲେ ।  ପ୍ରାରମ୍ଭରେ ଜିଲ୍ଳ୍ା ମୁଖ୍ୟ ଚିକିସôାଧିକାରୀ ଡା. ବିଜୟ କୁମାର ସାହୁ ସମସ୍ତଙ୍କୁ  ସ୍ୱାଗତ କରିବା ସହ ଜିଲ୍ଳ୍ାର ୪୮୩୩୯୯ ଜଣ ଶିଶୁଙ୍କୁ ଏହି ଟୀକାକରଣର ବ୍ୟବସ୍ଥା କରାଯାଇଚ୍ଥି ବୋଲି କହିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳ୍ାପାଳ ବ୍ରଜବନ୍ଧୁ ଭୋଳ, ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ବ୍ରଜଗୋପାଳ ଆଚାର୍ଯ୍ୟ, ଯାଜପୁର ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସ,  ଜିଲ୍ଳ୍ା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର, ଏ.ଡି.ଏମ୍.ଓ. ଡା. କାହ୍ନୁ ଚରଣ ନାୟକ, ଡା.  ରୁଦ୍ର ପ୍ରତାପ କର, ଜିଲ୍ଳ୍ା ସ୍କୁଲର ପ୍ରଧାନ ଶିକ୍ଷକ ପ୍ରପୁଂଲ କୁମାର ଦେବତା, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।  ପରେ ଜିଲ୍ଳ୍ା ସ୍କୁଲର ଚ୍ଥାତ୍ର ଚ୍ଥାତ୍ରୀଙ୍କୁ ଏହି ଟୀକା ଦିଆଯାଇଥିଲା । 

0
0
0
s2sdefault