ହେଡଲାଇନସ୍:

ମାଝୀ  ଜୋ  ନାଵ  ଡୁବୋଏ,ଉସେ  କୌନ ବଚାଏ ? 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲା ପ୍ରଶାସନର ଦାୟିତ୍ବହୀନ ନିଷ୍ପତ୍ତି

ବାରିପଦାରେ ବଢ଼ାଇଛି ଅସନ୍ତୋଷର ତାତି

 

ଲୋକଙ୍କ ସନ୍ଦେହ : ପ୍ରଶାସନ କରୁଛି ରାଜନୀତି !!!!!

ପୌରପରିଷଦ ପକ୍ଷରୁ ଗତ ୨୦୧୭ ନଭେମ୍ବର ୮ରେ ପ୍ରସ୍ତାବ ଅନୁସାରେ ଭଞ୍ଜପୁର ତିନିକୋଣିଆ ଛକରେ ଥିବା ସବଷ୍ଟେସନକୁ ନିଜସ୍ୱ ବ୍ୟୟବରାଦରେ ସ୍ଥାନାନ୍ତରିତ କରାଇ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଅନୁମତି ପ୍ରଦାନ କରିଥିଲେ । ମାତ୍ର ହଠାତ୍ କଣ ହେଲା ଜିଲାପ୍ରଶାସନ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଜିଦ ଧରିବସିବା ସଂଗେସଂଗେ ସର୍ବସାଧାରଣ ପାର୍କିଂସ୍ଥଳ ଭାବେ ବ୍ୟବହାର କରିଆସୁଥିବା ଏବଂ ୬୦ ବର୍ଷରୁ ଅଧିକ ସମୟ ଧରି ପୂଜାମଣ୍ଡପ ଭାବେ ବ୍ୟବହାର ହୋଇଆସୁଥିବା ସ୍ଥାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ | ହେଲେ ପୌର ପରିଷଦ ର ନିଷ୍ପତ୍ତିକୁ ବଦଳାଇବାକୁ ଜିଲ୍ଲାପାଳ ସୁରେନ୍ଦ୍ର ମୀନା ମହୋଦୟଙ୍କ ମୁଣ୍ଡକୁ କାହିଁକି ଜୁଟିଲା | ଶାନ୍ତ ବାରିପଦା ସହରରେ ଆଦିବାସୀ ସମୁଦାୟ ମଧ୍ୟରେ ଅଶାନ୍ତିର ମଞ୍ଜି କାହିଁକି ବୁଣାଗଲା ? କାହିଁକି ବିବାଦ ଉଗ୍ର ରୂପ ନେଲା ଓ କାହିଁକି ଜିଲ୍ଲାପାଳଙ୍କ ଅନାବଶ୍ୟକ ବିବାଦୀୟ ନିଷ୍ପତ୍ତି ମାନ୍ୟବର ହାଇକୋର୍ଟରେ ପହଁଚିଲା ? ସୁନାରାମ ସୋରେନଙ୍କ  ଷ୍ଟାଚ୍ୟୁକୁ ନେଇ ପ୍ରଶାସନ ରାଜନୀତିକୁ ପ୍ରୋତ୍ସାହିତ କରୁନି ତ ! ପ୍ରଶାସନ ଏକ ନିର୍ଦିଷ୍ଟ ଗୋଷ୍ଠୀକୁ ସୁହାଇବା ଭଳି ସେମାନଙ୍କ କଥାରେ ପରିଚାଳିତ ହେଉନି ତ ! ଆଉ ଗୋଟିଏ ପ୍ରଶ୍ନ  ଆସୋସିଏସନ ନିଜସ୍ୱ ବ୍ୟୟରେ ମୂର୍ତ୍ତି ସ୍ଥାପନ କରିବାକୁ ଚାହୁଥିବା ବେଳେ ଜିଲାପାଳ ପ୍ରାୟ ୪୦ ଲକ୍ଷରୁ ଅଧିକ ଟଙ୍କା  ବ୍ୟୟ କରି ମୂର୍ତ୍ତି ସ୍ଥାପନ  କରାଇବା ପଛରେ କି ମହତ ଉଦ୍ଦେଶ୍ୟ ଅଛି ! ଅଡୁଆ ତୁଟାଇବା ବଦଳରେ ବଢ଼ାଉଛି କାହିଁକି ଜିଲ୍ଲା ପ୍ରଶାସନ ????????? ଜିଲ୍ଲାର ବିକାଶ ପାଇଁ ଆଉ ଶାନ୍ତି ସୌହାର୍ଦ୍ୟପୁର୍ଣ ବାତାବରଣ ବଜାୟ ରଖିବା ପାଇଁ ଜିଲଲପାମନକୁ ଦାଇତ୍ୱ ଦିଆଯାଇଥିବା ବେଳେ ଏଅ କି ପ୍ରକାର ଦାଇତ୍ୱ ନିର୍ବାହ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା |

 

ବାରିପଦା/Dillp Mohanty  କୌଣସି ସ୍ଥାନରେ ବିବାଦ ସୃଷ୍ଟି ହେଲେ ତାକୁ ସମାଧାନ କରିବା ଜିଲ୍ଲା ପ୍ରଶାସନର କାମ | ନିଆଁ ଜଳୁଥିଲେ ଲିଭାଇ ପ୍ରଶାସନ | ହେଲେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଯେ ଅଶାନ୍ତି ଆଉ ରାଜନୀତିକୁ ପ୍ରୋତ୍ସାହନ ଦେବା ତାହା ଦେଖାଇବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାରେ | ଜିଲ୍ଲା ପ୍ରଶାସନ ର ଅନାବଶ୍ୟକ ଦୟିତ୍ବହୀନ ନିଷ୍ପତ୍ତି କାରଣରୁ ବାରିପଦାରେ ଅସନ୍ତୋଷ ଏବେ ତୀବ୍ର ରୂପ ଧାରଣା କରୁଛି | ଜଣକର ପ୍ରତିମୂର୍ତ୍ତୀ ସ୍ଥାପନକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିଯୋଗୁ କେହି ରାଜନୈତିକ ଫାଇଦା  ନନେଉ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି |

 ବାରିପଦା ସହରର ଭଞ୍ଜପୁର ଛକରେ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିସ୍ଥାନାନ୍ତରିତକୁ ନେଇ ବିବାଦ କ୍ରମଶଃ ତେଜିବାରେ ଲାଗିଛି । ଷ୍ଟେଚୁ୍ୟ ସ୍ଥାନାନ୍ତରିତକୁ ନେଇ ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟକଳାପ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ଆଦିବାସୀ ସୋସିଓ ଏଜୁକେଶନାଲ ଆଣ୍ଡ କଲ୍ଚରାଲ  ଆସୋସିଏସନର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ହେମ୍ବ୍ରମ । ଜାନୁଆରୀ ୨୭ ଶନିବାର ପୂର୍ବାହ୍ନ ୭ଟାରେ ଏକ ଖବରଦାତା ସମ୍ମିଳନୀ ଡ଼କାଇ ଗଣମାଧ୍ୟମର ପ୍ରତିନିଧିମାନଙ୍କ ଜରିଆରେ ଜିଲାପାଳଙ୍କୁ ବାରିପଦା ପୌରପରିଷଦର ପାରିତ ପ୍ରସ୍ତାବ ତଥା ଚିହ୍ନଟ କରାଯାଇଥିବା ୧୦/୧୦ ଫୁଟ ଜମିରେ ଷ୍ଟାଚ୍ୟୁକୁ ସ୍ଥାନାନ୍ତରିତ କରାଇ ପ୍ରତିଷ୍ଠା  କରାଇବା ନିମନ୍ତେ କାର୍ଯ୍ୟ ଆରମ୍ଭ ପାଇଁ ଅନୁମତି ମାଗିଛନ୍ତି । ଏହାପୂର୍ବରୁ ଏହି ମର୍ମରେ ମୟୂରଭଞ୍ଜ ଜିଲାପାଳ ସହିତ ସରକାରଙ୍କୁ ପତ୍ର ପଠାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ଉତ୍ତର ମିଳିପାରି ନ ଥିବାରୁ ବିକଳ୍ପ ଭାବେ ଖବରଦାତା ସମ୍ମିଳନୀ ମାଧ୍ୟମରେ ଜିଲାପ୍ରଶାସନ ନିକଟରୁ ଅନୁମତି ମାଗିଛନ୍ତି । ଖବରଦାତା ସମ୍ମିଳନୀରେ ଆଦିବାସୀ ସୋସିଓ ଏଜୁକେଶନାଲ ଆଣ୍ଡ କଲ୍ଚରାଲ  ଆସୋସିଏସନର ସଭାପତି କୁଅଁର ମାଝି ଓ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ହେମ୍ବ୍ରମ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ କହିଥିଲେ, ସେମାନଙ୍କର ଆସୋସିଏସନ ପକ୍ଷରୁ ସୁନାରାମ ସୋରେନଙ୍କ ଜନ୍ମ ଜୟନ୍ତୀ ଅବସରରେ ଭଞ୍ଜପୁର ଛକରେ ୮ ଲକ୍ଷ ଟଙ୍କା ବ୍ୟୟ ବରାଦରେ ୮ ଫୁଟ ଉଚ୍ଚର ଏକ ବ୍ରୋଞ୍ଜ ପ୍ରତିମୂତ୍ତି ପ୍ରତିଷ୍ଠା  କରାଯିବ ଏବଂ ମୂର୍ତ୍ତି ମଧ୍ୟ ବାରିପଦାରେ ଜାନୁଆରୀ ୨୮ରେ ପହଁଞ୍ଚିବ । ଏଥି ନିମନ୍ତେ ପୂର୍ବରୁ ଜମି ଯୋଗାଇ ଦେବା ନିମନ୍ତେ ଜିଲାପ୍ରଶାସନକୁ ଅନୁରୋଧ କରାଯିବା ପରେ ଅତିରିକ୍ତ ଜିଲାପାଳ ବାରିପଦା ପୌରପରିଷଦକୁ ପତ୍ର ଲେଖିଥିଲେ । ପୌରପରିଷଦ ପକ୍ଷରୁ ଗତ ୨୦୧୭ ନଭେମ୍ବର ୮ରେ ରିଜୁ୍ୟଲୋସନ ଅନୁସାରେ ଭଞ୍ଜପୁର ତିନିକୋଣିଆ ଛକରେ ଥିବା ସବଷ୍ଟେସନକୁ ନିଜସ୍ୱ ବ୍ୟୟବରାଦରେ ସ୍ଥାନାନ୍ତରିତ କରାଇ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଅନୁମତି ପ୍ରଦାନ କରିଥିଲେ । ମାତ୍ର ହଠାତ୍ କଣ ହେଲା ଜିଲାପ୍ରଶାସନ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଜିଦ ଧରିବସିବା ସଂଗେସଂଗେ ସର୍ବସାଧାରଣ ପାର୍କିଂସ୍ଥଳ ଭାବେ ବ୍ୟବହାର କରିଆସୁଥିବା ଏବଂ ୬୦ ବର୍ଷରୁ ଅଧିକ ସମୟ ଧରି ପୂଜାମଣ୍ଡପ ଭାବେ ବ୍ୟବହାର ହୋଇଆସୁଥିବା ସ୍ଥାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ । ଯାହାକୁ ନେଇ ବିବାଦ ଦେଖା ଦେବାରୁ ମାମଲା ଉଚ୍ଚ ନ୍ୟାୟାଳୟରେ ପହଁଞ୍ଚିଲା । ରଞ୍ଜନ କୁମାର ମିଶ୍ର ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାଏର କରିବାରୁ ମାନ୍ୟବର ଅଦାଲତ ପୂଜା ମଣ୍ଡପରେ ପ୍ରତିମୂର୍ତ୍ତି ନିର୍ମାଣ କରାଇବା ଉପରେ ରହିତାଦେଶ ଜାରି କରାଇଛନ୍ତି । ମାତ୍ର ପୌରପରିଷଦ ଚିହ୍ନଟ କରାଇଥିବା ଜମି ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନ ଥିବାରୁ ସେହି ନିର୍ବିବାଦୀୟ ସ୍ଥାନରେ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତରିତ କରାଇବା କ୍ଷେତ୍ରରେ କୌଣସି ସମସ୍ୟା ରହି ନାହିଁ । ତେଣୁ ଆସୋସିଏସନ ଏଥି ନିମନ୍ତେ ଜିଲାପ୍ରଶାସନ ନିକଟରୁ ଅନୁମତି ଚାହୁଁଛି । ଆସୋସିଏସନ ନିଜସ୍ୱ ବ୍ୟୟରେ ମୂର୍ତ୍ତି ସ୍ଥାପନ କରିବାକୁ ଚାହୁଥିବା ବେଳେ ଜିଲାପାଳ ପ୍ରାୟ ୪୦ ଲକ୍ଷରୁ ଅଧିକ ଟଙ୍କା  ବ୍ୟୟ କରି ମୂର୍ତ୍ତି ସ୍ଥାପନ କରିବାର ଆବଶ୍ୟକତା ନାହିଁ ବୋଲି ଆସେକା ଖବରଦାତା ସମ୍ମିଳନୀ ମାଧ୍ୟମରେ ଗଣମାଧ୍ୟକୁ ସୂଚନା ଦେଇଥିବା ବେଳେ ଅନ୍ୟ ପକ୍ଷରେ ଆଜିର ରାତିରେ ସ୍ଥାନୀୟ ଅମ୍ବିକା ହୋଟେଲ ସମ୍ମିଳନୀ ହଲରେ ଯୁମିଦ ଖେରୱାଳ ମିଦୁନ ମାଡ଼ୱା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସୁନାରାମ ସୋରେନ ଜନ୍ମଜୟନ୍ତୀ ପାଳନକୁ ନେଇ ଅନୁଷ୍ଠିତ  ହୋଇଥିଲା । ସମ୍ମିଳନୀରେ ପ୍ରକାଶ ସୋରେନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଥିଲେ , ଭଞ୍ଜପୁର ଛକରେ ସାର୍ବଜନୀନ ପୂଜାମଣ୍ଡପ ଓ ଜନସାଧାରଣ ପାର୍କିଂ  ଭାବେ ବ୍ୟବହାର କରିଆସୁଥିବା ସ୍ଥାନରେ ପ୍ରତିମୂର୍ତ୍ତି ସ୍ଥାପନ କରାଇବା ହିନ୍ଦୁ ସମ୍ପ୍ରଦାୟଙ୍କ ଧାର୍ମିକ ଭାବନାରେ ଆଞ୍ଚ ଆଣିବା । ଏହା ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରହିତାଦେଶ ଲାଗୁ କରାଇଛନ୍ତି । ଫେବୃଆରୀ ୪ରେ ଆମେ ସୁନାରାମ ସୋରେନଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବାକୁ ଯାଉଛେ । ଏଥିରେ ବିଭିନ୍ନ ସ୍ଥାନରୁ ହଜାର ହଜାର ଆଦିବାସୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ । ଏଥି ସହିତ ପୂର୍ବରୁ ସୁନାରାମସୋରେନଙ୍କୁ ନେଇ କୌଣସି ବାଦବିବାଦ ଦେଖା ଦେଇ ନ ଥିବା ବେଳେ ହଠାତ୍ ଜିଲାପ୍ରଶାସନ ପକ୍ଷରୁ ପ୍ରତିମୂର୍ତ୍ତି ନିର୍ମାଣ ଉପରେ ଉଚ୍ଚ ନ୍ୟାୟାଳୟର ରହିତାଦେଶ ପରେ ବିଭିନ୍ନ ସଂଗଠନ ସକ୍ରିୟ ହୋଇଉଠିବା ପଛରେ କେଉଁ କାରଣ ରହିଛି ବୋଲି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଆଜି  ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିଭିନ୍ନ ସଂଗଠନ ଆଗେଇ ଆସିଛନ୍ତି ଏହା ରାଜନୈତିକ ମାଇଲେଜ ନେବା ପାଇଁ ଉଦ୍ଧିଷ୍ଟବୋଲି ମୟୂରଭଞ୍ଜ ଜିଲା ପରିଷଦର ପୂର୍ବତନ ସଭାପତି ପ୍ରକାଶ ସୋରେନ କହିଥିଲେ । ିଏଥି ସହିତ ଗଣମାଧ୍ୟମକୁ ଯେଉଁ ପ୍ରେସ ରିଲିଜ ଜାରି କରିଥିଲେ ସେଥିରେ ରାଜ୍ୟ ସରକାରଙ୍କୁ ତୀବ୍ର ଭାବେ ଭତ୍ସନା କରିବା ସଂଗେସଂଗେ ସରକାର ବିକାଶ ନାମରେ ବିନାଶ ପଥରେ ନେଇ ଯାଉଛନ୍ତି ବୋଲି ଦର୍ଶାଇଛନ୍ତି । ପୁଣି ସେଥିରେ ଜିଲାର ବିଭିନ୍ନ ବିଦ୍ୟାଳୟରେ ସୁନାରାମ ସୋରେନଙ୍କ ଉପରେ କାର୍ଯ୍ୟକ୍ରମ ପ୍ରସାରଣ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁଣ୍ଡୁରିଆ ହତ୍ୟାକାଣ୍ଡର ଐତିହାସିକ ତଥ୍ୟ ଉପରେ ଗବେଷଣା କରାଯିବା, ରାଜ୍ୟ ସରକାରଙ୍କ ପ୍ରଚଳିତ ପାଠ୍ୟଖସଡ଼ାରେ ସୁନାରାମ ସୋରେନଙ୍କ ଐତିହାସିକ ଆନେ୍ଦାଳନକୁ ସ୍ଥାନ ଦିଆଯିବା ଆଦି ବିଭିନ୍ନ ଦାବି ଉପସ୍ଥାପନ କରାଇ ଥିଲେ । ଏହି ଖବରଦାତା ସମ୍ମିଳନୀରେ ନରେନ୍ଦ୍ର ପ୍ରଧାନ, ସୁନ୍ଦର ମୋହନ ସିଂ, କାରୁ ସୋରେନ ପ୍ରମୁଖ ଉପସ୍ଥିତ ରହିଥିଲେ । ତେଣୁ ବର୍ତମାନ ବାରିପଦାରେ ସୃଷ୍ଟି ହୋଇଥିବା ଏହି ଅଶାନ୍ତି ପାଇଁ ଜିଲ୍ଲା ପ୍ରଶାସନକୁ ଦାୟୀ କରୁଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ | ଭଞ୍ଜପୁର ତିନିକୋଣିଆ ଛକରେ ଥିବା ସବଷ୍ଟେସନକୁ ନିଜସ୍ୱ ବ୍ୟୟବରାଦରେ ସ୍ଥାନାନ୍ତରିତ କରାଇ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଅନୁମତି ପ୍ରଦାନ କରିଥିଲେ । ମାତ୍ର ହଠାତ୍ କଣ ହେଲା ଜିଲାପ୍ରଶାସନ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଜିଦ ଧରିବସିବା ସଂଗେସଂଗେ ସର୍ବସାଧାରଣ ପାର୍କିଂସ୍ଥଳ ଭାବେ ବ୍ୟବହାର କରିଆସୁଥିବା ଏବଂ ୬୦ ବର୍ଷରୁ ଅଧିକ ସମୟ ଧରି ପୂଜାମଣ୍ଡପ ଭାବେ ବ୍ୟବହାର ହୋଇଆସୁଥିବା ସ୍ଥାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ | ହେଲେ ପୌର ପରିଷଦ ର ନିଷ୍ପତ୍ତିକୁ ବଦଳାଇବାକୁ ଜିଲ୍ଲାପାଳ ସୁରେନ୍ଦ୍ର ମୀନା ମହୋଦୟଙ୍କ ମୁଣ୍ଡକୁ କାହିଁକି ଜୁଟିଲା | ମୀନ ମହାଶୟଙ୍କର କିଛି ମହତ ଉଦ୍ଦେଶ୍ୟ ଥିବା, ହେଲେ ଏବେ ଆଦିବାସୀ ବହୁଳ ଜିଲ୍ଲା ମୟୁରଭଞ୍ଜ ଜିଲ୍ଲା ଖାସ କରି ବାରିପଦାରେ  ଉଙ୍କିମାରିଲାଣି ଅସନ୍ତୋଷ |

ଏଇଠି କିଶୋର କୁମାରଙ୍କ ଗୋଟାଏ ଗୀତ ମାନେ ପଡୁଛି , ତାହା ହେଲା : 

ମଝଧାର  ମେ  ନଇୟା ଡୂବେ, 

ତୋ  ମାଝୀ  ପାର  ଲଗାଏ 

ମାଝୀ  ଜୋ  ନାଵ  ଡୁବୋଏ 

ଉସେ  କୌନ ବଚାଏ ?

0
0
0
s2sdefault