ହେଡଲାଇନସ୍:

‘ରାଜ୍ୟର ବିକାଶ ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ 

ବାଲେଶ୍ୱରରୁ ଉଜ୍ଜ୍ୱଳ କର : ସହରର ରିଜର୍ଭ ପୁଲିସ ପଡ଼ିଆଠାରେ ୬୯ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ବେଶ୍ ଉତ୍ସାହ ଉଦ୍ଧୀପନାର ସହ ୨୬ ତାରିଖ ଦନ ପାଳିତ ହୋଇଯାଇଛି । ରାଜ୍ୟ କୃଷି ଓ ପଞ୍ଚାୟତରାଜ ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ମାଟି, ମାଆ ଓ ମାତୃଭୂମି ପ୍ରତି ଥିବା ସମ୍ମାନ, ଆବେଗ ଏବଂ ଚେତନାର ପରିପ୍ରକାଶ ହିଁ ଏହି ଉସôବର ବୈଶିଷ୍ଟ ବୋଲି ସେ କହିଥିଲେ । ଭାରତୀୟ ସ୍ୱାଧୀନତା ଆନେ୍ଦାଳନରେ ବାଲେଶ୍ୱର ଜିଲ୍ଲାର ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ସାମ୍ପ୍ରତିକ ସ୍ଥିତିରେ ଓଡ଼ିଶାରେ ପ୍ରବାହିତ ବିକାଶର ଧାରା ଉପରେ ବିଶେଷ ସୂଚନା ଦେଇଥିଲେ । ସେ ଆହୁରି କହିଥିଲେ କି ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ରାଜ୍ୟରେ ଦାରିଦ୍ର୍ୟତା ହାର ହ୍ରାସ ପାଇବା ସହିତ କୃଷି, ପାନୀୟଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରଭୃତି ମୌଳିକ ବ୍ୟବସ୍ଥାର ଆଶାତୀତ ଉନ୍ନତି ପରିଲକ୍ଷିତ ହୋଇଛି । ଓଡ଼ିଶାକୁ ପ୍ରଗତିଶୀଳ ପଥରେ ଆଗେଇ ନେଇ ଦେଶର ୧ ନଂର ରାଜ୍ୟରେ ପରିଣତ କରିବାକୁ ଆଜି ଭଳି ପବିତ୍ର ଦିନରେ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପୁଲିସ ବ୍ୟାଣ୍ଡ ସମେତ ୫୧ଟି ଟିମ୍ଙ୍କ ଦ୍ୱାରା ପ୍ରଦର୍ଶିତ ପ୍ୟାରେଡ଼୍ ଅଭିଭାଦନ ଗ୍ରହଣ ସହିତ ୮ଟି ଦଳର ଛାତ୍ରଛାତ୍ରୀଙ୍କ  ଦ୍ୱାରା ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶ୍ରୀ ମହାରଥୀ  ଉପଭୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀ, ପ୍ୟାରେଡ଼ରେ ଶ୍ରେଷ୍ଠ  ବିବେଚିତ ହୋଇଥିବା ଟିମ୍, ଶ୍ରେଷ୍ଠ  ବିବେଚିତ ସାଂସ୍କୃତିକ ଟ୍ରୁପ୍ ସମେତ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ ସ୍ୱାବଲମ୍ବୀ ହେବା ନିମନ୍ତେ ଜିଲ୍ଲାର ୨୦ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମନ୍ତ୍ରୀ ଶ୍ରୀ ମହାରଥୀ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଆଜିର ଏହି ସାଧାରଣତନ୍ତ୍ର ଦିବସ ସମାରୋହରେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଏବଂ ଆରକ୍ଷୀ ଅଧୀକ୍ଷକ ନୀତିଶେଖର ଏଥିରେ ଯୋଗଦେଇଥିଲେ । ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ଅତିରିକ୍ତ ଜିଲ୍ଲାପାଳ ମନ୍ମଥ କୁମାର ପାଣି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ  ତ୍ରିଲୋଚନ ପ୍ରଧାନ, ବାଲେଶ୍ୱର ଉପ-ଜିଲ୍ଲାପାଳ ରଶ୍ମିରେଖା ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାସ ନିଆଲ  ସମେତ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗର ଅଧିକାରୀ ଏବଂ ବହୁସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ । ସାଧାରଣତନ୍ତ୍ର ଦିବସ ଅବସରରେ ରୋଟାରୀ ଭବନଠାରେ ଅନୁଷ୍ଠିତ  ପୁଷ୍ପ ପ୍ରଦର୍ଶନୀ, ଜିଲ୍ଲା ରକ୍ତଭଣ୍ଡାର ଓ ପ୍ରେସ ଫୋରମ୍ ପକ୍ଷରୁ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ମନ୍ତ୍ରୀ ଶ୍ରୀ ମହାରଥୀ ଉଦ୍ଘାଟନ କରିଥିଲେ । ଏଥି ସହିତ ଜିଲ୍ଲା ଡାକ୍ତରଖାନାର ରୋଗୀଙ୍କୁ ଫଳ ଓ ହେଣ୍ଡିକେପ୍ଟ ୱେଲଫେୟାର ଇନଷ୍ଟିଚୁ୍ୟଟର ଛାତ୍ର-ଛାତ୍ରୀମାନଙ୍କୁ ବିସ୍କୁଟ-କେକ୍ ବଂଟନ କରିଥିଲେ । ଏହା ବ୍ୟତୀତ ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀକୁ ମନ୍ତ୍ରୀ ଶ୍ରୀ ମହାରଥୀ ଉଦ୍ଘାଟନ କରିଥିଲେ । ସାଧାରଣତନ୍ତ୍ର ଦିବସ ଅବସରରେ ଅପରାହ୍ନରେ ସହରର ପରମିଟ୍ ପଡ଼ିଆଠାରେ ମହିଳାମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ଏବଂ ପ୍ରେସ-ପ୍ରଶାସନ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଗାନ୍ଧୀସ୍ମୃତି ଭବନରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସb ଅନୁଷ୍ଠିତ ହୋଇଥିଲା ।

 

0
0
0
s2sdefault