ହେଡଲାଇନସ୍:

ଜିଲାପାଳ ମୟୂରଭଞ୍ଜର  ବିକାଶ ଚାହୁଁଛନ୍ତି ନ ଆଉ କିଛି ! : ଅନେକ ପଦକ୍ଷେପ ଏବେ ଆଇନର କାଠଗଡାରେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଧାୟକ ସାଂସଦଙ୍କ ଅହେତୁକ ଅସହାୟତାଯୁକ୍ତ ନୀରବତା  ବିଷୟକୁ ନେଇ ଚର୍ଚ୍ଚା 

 

“ମାନନୀୟ ସାଂସଦ ସରୋଜିନୀ ହେମ୍ବ୍ରମ ମହୋଦୟା,  କଲେକ୍ଟର ମହୋଦୟଙ୍କୁ ଏହି ସିସି ରୋଡ ମେଟାଲିକ୍ ଦେଖାଯାଉଛି  । ଏହି ରାସ୍ତା ତିଆରି କରିବାର ଆବବଶ୍ୟକତା ନାହିଁ  । ତେଣୁ ଏହା ବଦଳରେ ଆପଣ ଆଉ କୌଣସି ପ୍ରକଳ୍ପ ପାଇଁ ସୁପାରିସ ପଠାନ୍ତୁ  ।”:  ଉପନିଦେ୍ର୍ଧଶକ(ପିଆଣ୍ଡଏସ, ଡିପିଏମୟୁ, ବାରିପଦା

 

ବାରିପଦାରୁ ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଜିଲାପାଳ ସୁରେନ୍ଦ୍ର କୁମାର ମୀନା ଦିନକୁ ଦିନ ଅଧିକ ବିବାଦୀୟ ହେବାରେ ଲାଗିଛନ୍ତି । ପ୍ରଥମେ ବାରିପଦା କ୍ଲବ ପରିସରରେ ଇଭିଏମ ଗୋଦାମ ନିର୍ମାଣକୁ ନେଇ ବିବାଦ ପରିସର ମଧ୍ୟକୁ ଟାଣି ହୋଇଆସିଥିଲେ । ଏହାପରେ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରିଥିବା ଅଭିଯୋଗ, ସାଇକେଲ ଟେଣ୍ଡର, ସୋଲାର ପମ୍ପ ଓ ଲାଇଟ ଟେଣ୍ଡର, ବାରିପଦା ପୌରପରିଷଦରେ ବେଆଇନ ଦୋକାନ ଗୃହ ବଣ୍ଟନ, ଭଞ୍ଜପୁର ଛକରେ ଥିବା ପାର୍କିଂସ୍ଥଳ ସହିତ ୬୦ ବର୍ଷର ପୂଜା ମଣ୍ଡପରେ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତରିତ କରାଇବା ଆଦି ବିଭିନ୍ନ ବିଷୟକୁ ନେଇ ବିବାଦ ମଧ୍ୟରେ ଛନ୍ଦିହୋଇ ହୋଇପଡ଼ିଛନ୍ତି । ବର୍ତ୍ତମାନ ଜିଲାପାଳ ଶ୍ରୀମୀନାଙ୍କୁ ନେଇ ପୁଣି ଏକ ବିବାଦ ମୁଣ୍ଡ ଟେକି ଉଠିଛି  । ତାଙ୍କ ପଦକ୍ଷେପ କେତେ ଲୋକାଭିମୁଖୀ ତାହା ସମୟ କହିବ | ହେଲେ ମୟୂରଭଞ୍ଜ ଜିଲାର ସାମଗ୍ରିକ ବିକାଶ କ୍ଷେତ୍ରରେ ବିଧାୟକ ଓ ରାଜ୍ୟସଭା ସାଂସଦଙ୍କ ହାତପାଣ୍ଠିର ବିନିଯୋଗ କ୍ଷେତ୍ରରେ ଜିଲାପାଳ ଅଙ୍କୁଶ ଲଗାଉଥିବା ଓ ବିଧାୟକ ସାଂସଦଙ୍କ ଅହେତୁକ ଅସହାୟତାଯୁକ୍ତ ନୀରବତା  ବିଷୟକୁ ନେଇ ଚର୍ଚ୍ଚା ଜୋର ଧରିଛି ।

           ବିଧାୟକ ଓ ସାଂସଦମାନଙ୍କ ହାତପାଣ୍ଠି(ଏମଏଲଏ ଲ୍ୟାଡ଼) । ଜନସାଧାରଣ ଏହାକୁ କର୍ମୀ ଥଇଥାନ ପାଣ୍ଠି ବୋଲି କହିଥାନ୍ତି । ଉକ୍ତ ହାତପାଣ୍ଠିକୁ ବିଧାୟକମାନେ ଓ ସାଂସଦ ନିଜ ନିଜ ଅଞ୍ଚଳର ଉନ୍ନୟନ କାର୍ଯ୍ୟରେ ବିନିଯୋଗ କରାଇବା ନିମନ୍ତେ ଜିଲା ଯୋଜନା ଓ ନିରୀକ୍ଷଣ କାର୍ଯ୍ୟାଳୟ ଜରିଆରେ ପ୍ରପୋଜାଲ ପଠାଇଥାନ୍ତି ଏବଂ ଜିଲାପାଳଙ୍କ ମୋହର ବାଜିବା ପରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ଥାଏ । ଏହି ବିଧାୟକ ଓ ସାଂସଦ ହାତପାଣ୍ଠିର ବିନିଯୋଗର ସୁପରଭିଜନ ଦାୟିତ୍ୱ କେବଳ ଜିଲାପାଳଙ୍କ ହାତରେ ରହିଥାଏ । ବିଧାୟକ ଓ ସାଂସଦମାନେ କେଉଁ କେଉଁ କାର୍ଯ୍ୟରେ ହାତପାଣ୍ଠିକୁ ବିନିଯୋଗ କରାଇପାରିବେ ସେଥି ନିମନ୍ତେ ସରକାର ଏକ ଗାଇଡ଼ ଲାଇନ ପ୍ରସ୍ତୁତ କରିଛନ୍ତି । ମାତ୍ର ମୟୂରଭଞ୍ଜ ଜିଲାପାଳ ଶ୍ରୀମୀନା ନିଜ କ୍ଷମତା ପରିସରର ବାହାରକୁ ଯାଇ ବିଧାୟକ ଓ ସାଂସଦମାନେ ସେମାନଙ୍କ ହାତପାଣ୍ଠିର ବିନିଯୋଗ ନିମନ୍ତେ ଦେଉଥିବା ପ୍ରପୋଜାଲଗୁଡ଼ିକ ମଧ୍ୟରୁ କେତେକ ପ୍ରପୋଜାଲକୁ ବାତିଲ କରିଦେଉଥିବାର ଅଭିଯୋଗ ଆସିଛି । ହେଲେ ଏହା ଯଦି ସତ୍ୟ ତେବେ ତାହା ସରକାରଙ୍କ ଲୋକାଭିମୁଖୀ ଆଭିମୁଖ୍ୟ ପ୍ରତି ଶକ୍ତ ଆଘାତ ଆଉ ଜିଲ୍ଲାର ବିଧାୟକ ଓ ସଂସଦମାନଙ୍କ ଅଧିକାର ଉପରେ କସ୍ତକ୍ଷେପ ବୋଲି ସହରରେ ଚର୍ଚା ହେଉଛି | 

          ଆମର ମୟୂରଭଞ୍ଜ ଜିଲାପ୍ରତିନିଧି ହାତରେ ଲାଗିଛି ଏକ ସରକାରୀ ପତ୍ର । ଯେଉଁଥିରେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କ ହାତପାଣ୍ଠିରେ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ସିସି ରୋଡ଼ର ନିର୍ମାଣ ନିମନ୍ତେ ସାଂସଦ ସରୋଜିନୀଙ୍କ  ଏକ ପ୍ରପୋଜାଲକୁ ଜିଲାପାଳ ଶ୍ରୀମୀନା ବାତିଲ କରିଦେଇଥିବାର ଦର୍ଶାଯାଇଛି । ଏହାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି । ବାରିପଦା ପୌରପରିଷଦ ସୀମାରେଖାରୁ ଆରମ୍ଭ ହୋଇଛି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଶ୍ୟାମାଖୁଣ୍ଟା ବ୍ଲକର ସିନ୍ଦୁରଗୌରା ଗ୍ରାମପଞ୍ଚାୟତର ବୁଢ଼ାରାଉଳ ମଠରୁ ତାରିଣୀ ମନ୍ଦିର ରାସ୍ତା । ଉକ୍ତ ମଠ ବୁଢ଼ାବଳଙ୍ଗ, ଇଟାଯୋଡ଼ି ଓ ଚିପଟ ନଦୀର ସଙ୍ଗମସ୍ଥଳରେ ପ୍ରାକୃତିକ ଶୋଭାରାଜି ସହିତ ଅନେକ ଐତିହ୍ୟ ବାର୍ତ୍ତା ଦେଇଥାଏ ଜନସମାଜକୁ । ଉକ୍ତ ମଠଠାରୁ  ତାରିଣୀ ମନ୍ଦିର ପର୍ଯ୍ୟନ୍ତ ସିସି ରୋଡ଼ ରାସ୍ତା ନିର୍ମାଣ ନିମନ୍ତେ ବିଜେଡ଼ିର ରାଜ୍ୟସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ ତାଙ୍କ ହାତପାଣ୍ଠି ମାଧ୍ୟମରେ ଏକ କଂକ୍ରିଟ ରାସ୍ତା ନିର୍ମାଣ ନିମନ୍ତେ ୫ ଲକ୍ଷ ଟଙ୍କାର ପ୍ରପୋଜାଲ ଦେଇଥିଲେ । ମାତ୍ର ପ୍ରପୋଜାଲକୁ ଜିଲାପାଳ ଶ୍ରୀ ମୀନା ବାତିଲ କରିଦେଇଥିବା ଅଭିଯୋଗକୁ ନେଇ ଜନଅସନ୍ତୋଷ ଦେଖା ଦେଇଛି । ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା  ସମ୍ପାଦକ ତଥା ସମାଜସେବୀ ଶରତ କୁମାର ନାୟକଙ୍କ କହିବା ଅନୁସାରେ ଉକ୍ତ ରାସ୍ତାରେ ଦୈନିକ ଶହଶହ ଜନସାଧାରଣ ଯାତାୟତ କରିଥାନ୍ତି । ଗତ ୨୦୧୩ ଫାଇଲିନ ମହାବାତ୍ୟା ଓ ଏହା ପ୍ରଭାବରେ ଆସିଥିବା ପ୍ରଲୟଙ୍କରୀ ବନ୍ୟାରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ତକ୍ରାଳୀନ ବିଧାୟିକା  ତଥା ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ରାଜ୍ୟସଭା ସାଂସଦ ସରୋଜିନ ହେମ୍ବ୍ରମଙ୍କ ହାତପାଣ୍ଠିରେ ନିର୍ମାଣ ହୋଇଥିବା ରାସ୍ତା ନଷ୍ଟ ହୋଇଯାଇ ଥିଲା । ବୁଢ଼ାରାଉଳ ମଠ ଯାହା ଧୂନିମଠ ଭାବେ ଖ୍ୟାତି ଲାଭ କରିଛି । ଏହା ମୟୂରଭଞ୍ଜ ଜିଲାର ଐତିହ୍ୟଗୁଡ଼ିକ ମଧ୍ୟରୁ ଅନ୍ୟତମ । ପୁଣି ଏହାପରିସରରେ ରହିଛି ମହାଦେବ ମନ୍ଦିର । ପବିତ୍ର ଶିବ ରାତ୍ରିରେ ମନ୍ଦିରକୁ ଜାଗର ଜାଳିବା ନିମନ୍ତେ ଜିଲା ତଥା ଜିଲାବାହାରୁ ଆସିଥାନ୍ତି ହଜାରହଜାର ଭକ୍ତ । ପୁଣି ତିନି ନଦୀର ସଙ୍ଗମସ୍ଥଳୀରେ ୫ଦିନ ଧରି ଆୟୋଜିତ ହୋଇଥାଏ ବଳାଙ୍ଗୀ ମହୋତ୍ସବ । ଏହି ରାସ୍ତାକୁ ସ୍ଥାନୀୟ ଜନସାଧାରଣ ସହିତ ସମସ୍ତେ ବ୍ୟବହାର କରିଆସୁଛନ୍ତି । ବୁଢ଼ାରାଉଳ ମଠ(ଧୂନିମଠ) ସହିତ ଏହା ପଛରେ ରହିଥିବା ବିଭିନ୍ନ ଇତିହାସକୁ ଲୋକଲୋଚନକୁ ଆଣିବା ଦାୟିତ୍ୱ ପ୍ରଶାସନ ସହିତ ସରକାରଙ୍କର । ଗମନାଗମନ ନିମନ୍ତେ ଉପଯୁକ୍ତ ରାସ୍ତା ନିର୍ମାଣ ସଂଗେସଂଗେ ଏହାକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ କରାଇବା ଦାୟିତ୍ୱ ମଧ୍ୟ ସରକାରଙ୍କର । ଜିଲାପ୍ରଶାସନ ଏଦିଗରେ ଆଖି ବନ୍ଦ କରିଦେଇଥିବା କାରଣରୁ ରାସ୍ତାର ଦୁରାବସ୍ଥା ଓ ଜନସାଧାରଣଙ୍କ ଆବଶ୍ୟକତାକୁ ଦେଖି ରାଜ୍ୟସଭା ସାଂସଦଙ୍କୁ ଭେଟି ତାଙ୍କ ହାତପାଣ୍ଠିରୁ ଏହି ରାସ୍ତା ନିର୍ମାଣ ନିମନ୍ତେ ଅର୍ଥ ଦେବାକୁ ଅନୁରୋଧ ଜଣାଇଥିଲି । ରାସ୍ତାର ଦୁଇ ପାଶ୍ୱର୍ରେ ଡ୍ରେନ ଓ ସ୍ଥାୟୀ ରାସ୍ତା ନିର୍ମାଣ ନିମନ୍ତେ ପ୍ରାୟ ୨୦ ଲକ୍ଷ ପାଖାପାଖି ଅର୍ଥର ଆବଶ୍ୟକତା ରହିଛି । ମାତ୍ର ଜିଲାପାଳ ଜାନସାଧାରଣଙ୍କ ସାମୁହିକ ସ୍ୱାର୍ଥକୁ ନଜରକୁ ନେଇ ଉକ୍ତ ରାସ୍ତା ନିର୍ମାଣ ନିମନ୍ତେ ଗୁରୁତ୍ୱ ଦେବା ବଦଳରେ ସାଂସଦଙ୍କ ପ୍ରପୋଜାଲକୁ ବାତିଲ କରାଇ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିହୟ ବୋଲି ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା  ସମ୍ପାଦକ ଶ୍ରୀ ନାୟକ କହିଛନ୍ତି । ସେପରି ଏମଏଲଏ ଏମ୍ପି ଲ୍ୟାଡ଼ ପ୍ରପୋଜାଲ ସହିତ ବ୍ୟୟ ଆଦି ବିଷୟରେ ତଥ୍ୟ ସଂଗ୍ରହ ନିମନ୍ତେ ଜିଲା ଯୋଜନା ଓ ନିରୀକ୍ଷଣ କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ  ଶ୍ରୀକାନ୍ତ ନାୟକଙ୍କୁ ସାକ୍ଷାତ କରିବାରୁ ପ୍ରଥମେ ଆଇଡେଣ୍ଟି କାଡର଼୍ ମାଗି ଥିଲେ । ଏହାପରେ ସୂଚନା ନେବାକୁ ହେଲେ ଆଇଡେ଼ଣ୍ଟିକାଡର଼୍ର ଫଟୋ କପି ସଂଯୋଗ କରି ଆବେଦନ କରିବାକୁ ହେବ । ଏହାପରେ ଜିଲାପାଳଙ୍କ ଅନୁମତି ମିଳିବା ପରେ ବିଚାର କରାଯିବ ବୋଲି କହିଥିଲେ । କେବଳ ରାଜ୍ୟସଭା ସାଂସଦଙ୍କ  ପ୍ରପୋଜାଲ ନୁହେଁ ଜିଲାର ବିଭିନ୍ନ  ବିଧାୟକ ଦେଉଥିବା ପ୍ରପୋଜାଲଗୁଡ଼ିକ ମଧ୍ୟରୁ କେତେକ ପ୍ରପୋଜାଲକୁ ଜିଲାପାଳ ବାତିଲ କରିଦେଉଥିବା ଅଭିଯୋଗକୁ ନେଇ ଜିଲାରେ ଜନସାଧାରଣଙ୍କ ମଧ୍ୟରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ଏଥି ସହିତ ଏହି ଘଟଣାକୁ ନେଇ ଜିଲାରେ ବିଧାୟକ ଓ ସାଂସଦମାନେ କୌଣସି କାରଣରୁ ମୁହଁରେ ତାଲା ପକାଇ ବସିଥିବା ବେଳେ ଜିଲାବାସୀ ଏମାନଙ୍କର ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହାର ବାସ୍ତବତା  ଉପରେ ଜିଲାପାଳ ଶ୍ରୀମୀନାଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା ।

 

0
0
0
s2sdefault