ହେଡଲାଇନସ୍:

କେତେ ଯୁଗ ଲାଗିବ ସରକାରଙ୍କୁ ?

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶିକ୍ଷାନୁଷ୍ଠାନମାନଙ୍କର  ପଡିରହିଥିବା ସରକାରୀ ଜମି ଆବଣ୍ଟନ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାକୁ ହେବ କେବେ ???

ବାରିପଦା/ଦିଲ୍ଲୀପ ମହାନ୍ତି - - ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ସରକାରୀ ଜମି ଉପରେ ସ୍ଥାପିତ ମହାବିଦ୍ୟାଳୟମାନଙ୍କୁ ପଟ୍ଟା ପ୍ରଦାନ ନିମନ୍ତେ ରାଜ୍ୟସଭା ସାଂସଦ  ସରୋଜିନୀ ହେମ୍ବ୍ରମ  ସେତେବେଳର କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରର ତଥା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି ଏ.ବି. ଓତାଙ୍କୁ ପ୍ରସ୍ତାବ ଦେଇଥିଲେ |  କିନ୍ତୁ ତାହା ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ  ଜିଲ୍ଲାରେ ସରକାରୀ ଜମି ଉପରେ ପ୍ରତିଷ୍ଠା  କରାଯାଇଥିବା ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବୃତ୍ତିଗତ ମହାବିଦ୍ୟାଳୟ ମାନଙ୍କର ସରକାରୀ ଜମି ଆବଣ୍ଟନ ପ୍ରକ୍ରିୟା  ବହୁ ବର୍ଷ ପୂର୍ବରୁ ଆରମ୍ଭ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସଂପୃକ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୃତ୍ତିଗତ ମହାବିଦ୍ୟାଳୟମାନଙ୍କୁ ପଟ୍ଟା ପ୍ରଦାନ କରାଯାଇ ନ ପାରିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସଚେତନ ନାଗରିକ ମଞ୍ଚର ସଭାପତି ତଥା ପୂର୍ବତନ ବିଧାୟକ କିଶୋର ଦାଶ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ସଦର ମହକୁମାରେ ସ୍ଥାପିତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୃତ୍ତିଗତ ମହାବିଦ୍ୟାଳୟମାନଙ୍କୁ ସରକାରୀ ଜମି ଲିଜ ଦେବା ପ୍ରକ୍ରିୟା ୧୫ ରୁ ୨୫ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲିଜ ପ୍ରକି୍ରୟା ସରି ନାହିଁ । ସଂପୃକ୍ତ ଶିକ୍ଷାନୁଷ୍ଠାନମାନଙ୍କରେ କାର୍ଯ୍ୟ ଆରମ୍ଭ କରିଥିବା କର୍ମଚାରୀମାନେ ସରକାରୀ ଅନୁଦାନ ପାଇ ଅବସର ନେଇସାରିଲେଣି କିନ୍ତୁ ସେହି ସରକାରୀ ଜମି ସଂପୃକ୍ତ ଶିକ୍ଷାନୁଷ୍ଠାନ  ନାମରେ କରାଯାଇପାରିନାହିଁ । ଶିଳ୍ପ, ପର୍ଯ୍ୟଟନ ଓ ମତ୍ସ୍ୟ ଚାଷ ନିମନ୍ତେ ଶିଳ୍ପ ଦରରେ ସରକାର ଜମି ଯୋଗାଇ ଦେଉଥିବା ବେଳେ, ଶିକ୍ଷାନୁଷ୍ଠାନମାନଙ୍କୁ ସରକାରୀ ଜମି ବଜାର ଦରରେ ଯୋଗାଇ ଦେବା ପ୍ରକ୍ରିୟା କେଉଁମାନଙ୍କର ସ୍ୱାର୍ଥରେ କରାଯାଉଛି ତାହା ରାଜ୍ୟ ସରକାର ତଦନ୍ତ କଲେ ଜଣା ପଡନ୍ତା ବୋଲି ମତପ୍ରକାଶ ପାଉଛି । ସେହିପରି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ବୃତ୍ତିଗତ ଶିକ୍ଷାନୁଷ୍ଠାନ  ମାନଙ୍କୁ ଶିଳ୍ପ ଦରର ଅଧା ଦରରେ ସରକାରୀ ଜମି ଯୋଗାଇ ଦେବାର ନିୟମ ଥିଲେ ମଧ୍ୟ ତାହା ଜିଲ୍ଲା ପ୍ରଶାସନ ଦ୍ୱାରା କାର୍ଯ୍ୟକାରୀ କରାଯାଉନାହିଁ । ବିଧାୟକ ଓ ସାଂସଦମାନେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ କିଛି ଲାଭ ହେଉନାହିଁ । କାରଣ ତହସିଲଦାରମାନେ ଲିଜ ଫାଇଲକୁ ବିଭ୍ରାନ୍ତ କର କରି ଜିଲ୍ଲା ପ୍ରଶାସନକୁ ଦେଉଛନ୍ତି । ତେଣୁ ମୟୂରଭଞ୍ଜ ଜିଲ୍ଲାପାଳ ଶିକ୍ଷାନୁଷ୍ଠାନ ମାନଙ୍କର ଲିଜ କେସ ରେକର୍ଡ ରାଜ୍ୟ ସରକାରଙ୍କୁ ପୁରୁଣା ଦରରେ ଲିଜ ପାଇଁ ସୁପାରିଶ କଲେ ରାଜ୍ୟ ସରକାର ନିଷ୍ପତ୍ତି ନେବା ନିଶ୍ଚିତ ସହଜ ହୁଅନ୍ତା । ସରକାରୀ ଜମିର ପଟ୍ଟା ସେହି ଶିକ୍ଷାନୁଷ୍ଠାନ  ନାମରେ ନ ଥିବାରୁ ସେମାନେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ବିଭିନ୍ନ ଅନୁଦାନରୁ ବଞ୍ଚିତ ହେଉଛନ୍ତି । ତେଣୁ ମୟୂରଭଞ୍ଜ ଜିଲ୍ଲାପାଳ ଏଥିପ୍ରତି ବିଶେଷ ଭାବେ ଦୃଷ୍ଟି ଦେବାକୁ ସଚେତନ ନାଗରିକ ମଞ୍ଚ ସଭାପତି ତଥା ପୂର୍ବତନ ବିଧାୟକ କିଶୋର ଦାଶ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଏକାଡେମିକ କାଉନସିଲ ସଦସ୍ୟ ପ୍ରଦୀପ ନାୟକ, ପୂର୍ବତନ ସିନେଟ ସଦସ୍ୟା ସଂଘମିତ୍ରା ରାଉତ, ରଣଜିତା ନାଏକ, ଦାବି କରିଛନ୍ତି । 

0
0
0
s2sdefault