ହେଡଲାଇନସ୍:

ଶୀତଳ ଭଣ୍ଡାର ମଧ୍ୟକୁ ଠେଲି ହୋଇଯାଇଛି  ବାଙ୍ଗିରିପୋଷି-ଗୋରୁମହିଷାଣି ରେଳଲାଇନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଳପଥ ସମ୍ପ୍ରସାରଣ  ନେଇ ଛାତ୍ର ଆନ୍ଦୋଳନ ତେଜିଲା, ସାମିଲ ହେଲେ ଛାତ୍ରଛାତ୍ରୀ-ବୁଦ୍ଧିଜୀବୀ 

ବାରିପଦା/ Dillip Mohanty  - ମୟୂରଭଞ୍ଜ ଜିଲାରେ ରେଳର ବିକାଶ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ଆଜି ପ୍ରତିବାଦର ସ୍ୱର ଉଠିଛି । ତେଜି ଉଠିଛି ଜନ ଆନେ୍ଦାଳନ । ସାମିଲ ହୋଇଛନ୍ତି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ । ବହୁଦିନରୁ ଶୀତଳ ଭଣ୍ଡାର ମଧ୍ୟକୁ ଠେଲି ଦିଆଯାଇଥିବା ବାଙ୍ଗିରିପୋଷି-ଗୋରୁମହିଷାଣି ରେଳଲାଇନ ପାଇଁ ଜିଲାବାସୀ ଆନେ୍ଦାଳନକୁ ଆପଣେଇ ନେଇଛନ୍ତି । ଏହିପରିପ୍ରେକ୍ଷୀରେ ଜାନୁଆରୀ ୨୫ ଗୁରୁବାର ପୂର୍ବାହ୍ନ ୭ଟାରୁ ୧୨ଟା ପର୍ଯ୍ୟନ୍ତ ବାରିପଦା ରେଳଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଗଣଧାରଣାରେ ବସିଥିଲେ ମୟୂରଭଞ୍ଜ ରେଲୱେ ଟ୍ରାଭେଲର୍ସ ଫୋରମ, ସଚେତନ ନାଗରିକ ମଞ୍ଚ, ଯୁବାନ୍ୱେଷ, ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟେନସି ଆଣ୍ଡ ମ୍ୟାନେଜମେଣ୍ଟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟ, ବାରିପଦା ମହାବିଦ୍ୟାଳୟ, ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗୁଡ଼ିକରୁ ଆସିଥିବା ଶତାଧିକ ଆନେ୍ଦାଳନକାରୀ  ଯୁବକଯୁବତୀ । ବାଙ୍ଗିରିପୋଷି-ଗୋରୁମହିଷାଣି ରେଳପଥ ସମ୍ପ୍ରସାରଣ ଦାବି ପୂରଣ ନିମନ୍ତେ ସ୍ଲୋଗାନମାନ ଦେଇଥିଲେ । ମୟୂରଭଞ୍ଜ ରେଲୱେ ଟ୍ରାଭେଲର୍ସ ଫୋରମର ଅଧ୍ୟକ୍ଷ ଅଭିଜିତ ରାମଙ୍କ ଅଧ୍ୟକ୍ଷତାରେ ଅନୁÂିତ ପ୍ରତିବାଦ ସଭାରେ ସମସ୍ତେ ଆଜିଠାରୁ ଦାବି ପୂରଣ ନିମନ୍ତେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ କରିବେ ବୋଲି ଘୋଷଣା କରାଯାଇ ଥିଲା । ବାଙ୍ଗିରିପୋଷିରୁ ବାଦାମପାହାଡ଼ ପର୍ଯ୍ୟନ୍ତ ରେଳପଥକୁ ସମ୍ପ୍ରସାରଣ ହେଲେ କେବଳ ମୟୂରଭଞ୍ଜବାସୀ ଉପକୃତ ହେବେ ତାହା ନୁହେଁ ଦକ୍ଷିଣରୁ ଉତ୍ତରକୁ ଯାଉଥିବା ସମସ୍ତ ରେଳ ଯାତ୍ରୀମାନେ ଉପକୃତ ହେବେ । ବାଙ୍ଗିରିପୋଷିରୁ ବାଦାମପାହାଡ଼ ମାତ୍ର ୪୨ କିଲୋମିଟର । ଏହି ୪୨ କିଲୋମିଟର ରେଳପଥ ସମ୍ପ୍ରସାରଣ ହୋଇପାରିଲେ ଉତ୍ତରରୁ ଦକ୍ଷିଣ ଓ ଦକ୍ଷିଣରୁ ଉତ୍ତରକୁ ଯାତ୍ରାର ସମୟ ପ୍ରାୟ ଏକ ଘଣ୍ଟାରୁ ଅଧିକ କମିଯିବ । ଏଥି ସହିତ ପଶ୍ଚିମବଙ୍ଗ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ବନ୍ୟାବାତ୍ୟା ହେଲେ ଖଡ଼ଗପୁର ମଧ୍ୟଦେଇ ଯାତାୟତ କରୁଥିବା ସମସ୍ତ ଟ୍ରେନକୁ ବାତିଲ କରିବାକୁ ପଡେ଼, ମାତ୍ର ବାଙ୍ଗିରିପୋଷି-ବାଦାମପାହାଡ଼ ରେଳପଥ ସଂଯୋଗ କରାଯାଇ ପାରିଲେ ଏହା ଏକ ବିକଳ୍ପ ଭାବେ କାର୍ଯ୍ୟ କରିପାରିବ । ତେଣୁ ଏହା ଜାତୀୟ ସ୍ୱାର୍ଥରେ ଆସୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ବକ୍ତାମାନେ ଗଭୀର କ୍ଷୋଭ ପ୍ରକାଶ କରିବା ସଂଗେସଂଗେ ଆନଦୋଳନକୁ ଆଗାମୀ ଦିନରେ ଅଧିକ ତୀବ୍ର କରାଯିବ ବୋଲି କହିଥିଲେ । ଆଜିର ଏହି ବିକ୍ଷୋଭ ଓ ଗଣଧାରଣାରେ ସୁଶ୍ରୀ ନାୟକ, ସାଇ ପ୍ରକାଶ ମହାନ୍ତି, ପ୍ରଦୀପ ନାୟକ, ସନ୍ତୋଷ ମହାନ୍ତି, ସୁଶୀଳ କୁମାର ପାତ୍ର, ସ୍ୱରୂପ ମିଶ୍ର, ଅନୂପ କୁମାର ପାଲ, ରାଜ କୁମାର ମହାନ୍ତ, ରାକେଶ ସିଂ, ଦେବେନ୍ଦ୍ର ଦାସ, ଜନ୍ମେଜୟ ବେହେରା, ପ୍ରିୟବ୍ରତ ମହାନ୍ତ, ବିଭୂ ପ୍ରସାଦ ବେହେରା, ପ୍ରମୋଦ କୁମାର ପଣ୍ଡା, କ୍ରୀଷ୍ଣା ରାଉତ, କୁମାରେଶ ନାୟକ, ସତ୍ୟବତୀ ବେହେରା, ତାରା ବାରିକ, ଅମିତାଞ୍ଜଳୀ ମହାନ୍ତ, ଅଙ୍କିତା କର, ଦିବ୍ୟଜ୍ୟୋତି ଗିରି, ବବିତା ରାଣି ହେମ୍ବ୍ରମ, ଶୁଭାସିନୀ ମହାନ୍ତ, ଶ୍ରୀକାନ୍ତ ବାରିକ ପ୍ରମୁଖ ଯୋଗ ଦେଇଥିଲେ । 

 

 

 

0
0
0
s2sdefault