ହେଡଲାଇନସ୍:

ହୀରାଖଣ୍ଡ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲା ପ୍ରଶାସନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡାରୁ ସରୋଜ ସାହୁ : ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାକୁ ଏକ ବର୍ଷ ପୂରିଥିବା ବେଳେ ସେହି ମର୍ମନ୍ତୁଦ ଦୁର୍ଘଟଣାକୁ ମନେ ପକାଇଛନ୍ତି ରାୟଗଡା ଜିଲ୍ଲା  ପ୍ରଶାସନ । ଆନ୍ଧ୍ର ଓଡିଶା ସୀମାନ୍ତ କୁନେରୁ ରେଳଷ୍ଟେସନ ଠାରେ ଜାନୁୟାର ୨୧, ୨୦୧୭ରେ ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହି ଦୁର୍ଘଟଣାରେ ୪୧ଜଣ ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ  । ଏହି ଦୁଖଦ ଘଟଣାକୁ ୧ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତ ବ୍ୟକ୍ତିଙ୍କ ଆତ୍ମାର ସଦ୍ଗତି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା  । ଏହା ପରେ ଏକ ଶାନ୍ତି ଶୋଭାଯାତ୍ର୍ରା  ଅନୁଷ୍ଠିତ ହୋଇଥିଲା  । ରାୟଗଡ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ  ଅଧିକାରୀ , କର୍ମଚାରୀ ସିଆରପିଏଫ, ବିଏସଏଫ ଜବାନଙ୍କ ସହ ରାୟଗଡା ପୋଲିସ, ଅଗ୍ନିଶମ କର୍ମଚାର  ଓ ଜିଲ୍ଲାର ବହୁ ମାନଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ  ।  

0
0
0
s2sdefault