ହେଡଲାଇନସ୍:

 ମହାନଦୀ ପ୍ରସଙ୍ଗରେ ଟ୍ରିବୁନାଲ ତୁରନ୍ତ ଗଠନ କର ,  ମାସକ ଭିତରେ ବିଜ୍ଞପ୍ତି ଜାରି କର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆପୋଷ ଆଲୋଚନା ପାଇଁ କେନ୍ଦ୍ରର ଆଳକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ଭୁବନେଶ୍ୱର :  କେନ୍ଦ୍ର ସରକାରଙ୍କ ଆପୋଷ ଆଲୋଚନା ଜନିତ ସମାଧାନ ଆଳ କୁ ଝଟକା ଲାଗିଛି | ମାନ୍ୟବର ସୁପ୍ରିମ କୋର୍ଟ ଓଡିଶା ଓ ଛତିଶଗଡ ଓ ଓଡିଶା ମଧ୍ୟରେ ଚାଲିଥିବା  ଜଳ ବିବାଦ ର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ | ମାନ୍ୟବର  ବିଚାରପତି ଏଲ୍‌ ନାଗେଶ୍ୱର ରାଓ ଓ ଏସ୍‌ଏ ବେଦିଙ୍କୁ ନେଇ  ଗଠିତ ଖଣ୍ଡପୀଠ  ଟ୍ରିବୁନାଲ ଗଠନ କରିବାକୁ ନିର୍ଦ୍ଦେଶ ଦେବା ସହ ମାସକ ମଧ୍ୟରେ ଏ ନେଇ ବିଜ୍ଞପ୍ତି ଜାରି କରିବାକୁ ନିର୍ଦ୍ଦେଶ । ସୂଚନାଯୋଗ୍ୟ ଯେ ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ବିଜେପି ସରକାରଙ୍କ ଦାଦାଗିରିରେ ପ୍ରଭାବିତ ହୋଇଥିଲା ଓଡିଶା | ଆଉ କେନ୍ଦ୍ର ସରକାର ମଧ୍ୟ କାମ ବାଣ୍ଡ  କରିବା ପାଇଁ ଛଂତିଶଗଡକୁ ନିର୍ଦ୍ଦେଶ ଦେବା ନେଇ ଟାଳଟୁଳ ନୀତି ଅବଲମ୍ବନ କଲେ  | ଓଡିଶା ସରକାରଙ୍କ ପକ୍ଷରୁ ଟ୍ରିବୁନାଲ ଗଠନ ପାଇଁ ଦାବି କରାଯାଇ  ଆସୁଥିଲେ ମଧ୍ୟ ଓ ପ୍ରଦେଶ କଂଗ୍ରେସପକ୍ଷରୁ  ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରାଯାଇଆସୁଥିଲେ ବି  ତାହାରି ଉପରେ କେନ୍ଦ୍ର ଉଁ କି ଚୁଁ କରୁନଥିଲା ` ଆଜିର ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଓଡିଶା ପାଇଁ ଏକ ପ୍ରକାର ଆଶ୍ବସ୍ତି ଆଣିଦେଇଛି |

ସୂଚନାଯୋଗ୍ୟ ଯେ  ଆନ୍ତଃରାଜ୍ୟ ନଦୀ ଜଳ ବଣ୍ଟନ ଆଇନ୍ ୧୯୫୬ ଧାରା ୪ ଉପଧାରା ୧ ଅନୁଯାୟୀ ୧ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଟି୍ରବୁନାଲ ଗଠନ କରିବା ବାଞ୍ଛାନୀୟ । ନଭେମ୍ବର ୧୯ ତାରିଖରୁ ୧ବର୍ଷ ପୂରଣ ହୋଇଥିଲେ ମଧ୍ୟ ଛତିଶଗଡ଼ର ସ୍ୱାର୍ଥର ସୁରକ୍ଷା ପାଇଁ କେନ୍ଦ୍ର ସରକାର ମହାନଦୀ ଟ୍ରିବୁନାଲ ଗଠନକୁ ଗଡେ଼ଇ ଚାଲିଥିଲେ । ଗତ ଡ଼ିସେମ୍ବର ୧୧ ତାରିଖ ଦିନ ମାନ୍ୟବର ସୁପ୍ରିମ କୋର୍ଟ ଯେତେବେଳେ କେନ୍ଦ୍ର ସରକାରଙ୍କୁ ଟି୍ରବୁନାଲ ଉପରେ ପ୍ରଶ୍ନ କରିଥିଲେ, କେବେ ଟ୍ରିବୁନାଲ ଗଠନ କରିବ  କୁହ !   ସେତେବେଳେ କୌଣସି ଉତ୍ତର ଦେବାରେ କେନ୍ଦ୍ର ସରକାର ସମର୍ଥ ହୋଇନଥିଲେ । ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଟ୍ରାଇବୁନାଲ ଗଠନ କରିବାରେ ବିଫଳ କେନ୍ଦ୍ର ସରକାରଙ୍କୁ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ନିୟମ-୧୯୫୬ର ଧାରା-୩ ମୁତାବକ ଟ୍ରାଇବୁନାଲ ଗଠନ କରିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ ଚେତାଇ ଦେଇଥିଲେ । କେନ୍ଦ୍ର ସରକାର ଟ୍ରାଇବୁନାଲ ଗଠନ ନ ହେଲେ, ପରବର୍ତ୍ତୀ ଶୁଶାଣିରେ ଟ୍ରାଇବୁନାଲ ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇପାରନ୍ତି ବୋଲି ବିଚାରପତି ଏସ. ଏ. ବୋବଡ଼େ ଓ ବିଚାରପତି ଏଲ. ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ ରୋକଠୋକ ଶୁଣାଇ ଦେଇଥିଲେ !

ଆଜି ଏହି ମାମଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ସହକାରୀ ସଲିସଟର  ଜେନେଲାର ଆତ୍ମାରାମ ନାଦକରନେ ପରିଚାଳନା କରୁଥିଲେ | ସେ ଟ୍ରିବୁନାଲ ନୁହେ , ବରଂ ମାନ୍ୟବର ଅଦାଲତଙ୍କ ନିକଟରେ ଅନୁରୋଧ କରିଥିଲେ ଯେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ଓ ଏଥିପାଇଁ  ଦୁଇମାସ ସମୟ ଦେବାକୁ ନିବେଦନ  କରିଥିଲେ| ହେଲେ ଓଡିଶା ତରଫରୁ ମାମଲା ପରିଚାଳନା କରୁଥିବା ଜଣାଶୁଣା ଆଡ଼ଭୋକେଟ ମୁକୁଲ୍‌ ରୋହତଗୀ ଯୁକ୍ତି ଉପସ୍ଥାପନ କରିଥିଲେ ଯେ ଟ୍ରିବୁନାଲ  ଗଠନ ନହେଲେ ମହାନଦୀ ଜଳ ବିବାଦର ସମାଧାନ ହୋଇ ପାରିବ ନାହିଁ | ମାନ୍ୟବର ଅଦାଲତ ଓଡିଶାର ଯୁକ୍ତିକୁ ଗ୍ରହଣ କରି କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରିଦେଇଥିଲେ |

0
0
0
s2sdefault