ହେଡଲାଇନସ୍:

କିରତୀ ଚନ୍ଦ୍ରରେ ଲାଗିଗଲା କଳଙ୍କ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଏଇଠି ସମ୍ବର୍ଦ୍ଧନା , ସେଠି କୁନ୍ଦୁଲି କାନ୍ଦଣା 

ପୂନେରୁ କୁନ୍ଦୁଲି ଯାଏଁ  

ଭୁବନେଶ୍ୱର : ବିରୋଧୀ ଦଳଙ୍କ ସମାଲୋଚନା ଓ ଅସହିଷ୍ଣୁତା ସତ୍ତ୍ୱେ ମହାରାଷ୍ଟ୍ରର ପୁନେରେ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇବା ଘଟଣା ରାଜ୍ୟରେ ନିଶ୍ଚିତ ଭାବେ ଉତ୍ସାହ ଭରିଯାଇଥିଲା | ସମର୍ଥକ ମାନେ ଉଲ୍ଲସିତ ହୋଇଥିଲେ ଓ ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଭବ୍ୟ ଆୟୋଜନ ବି ହୋଇଥିଲା | ନିଜ ପ୍ରିୟ ,ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ଛୁଟି ଆସିଥିଲେ ରାଜ୍ୟର କୋଣ ଅନୁକୋଣରୁ | ଅପରାହ୍ନ ପ୍ରାୟ ୩ଟା ୨୫ରେ ମୁଖ୍ୟମନ୍ତ୍ରୀ ବିମାବନ୍ଦରରେ ପହଞ୍ଚିଥିଲେ। ମନ୍ତ୍ରୀ ଓ ବିଧାୟକମାନେ ତାଙ୍କୁ ପ୍ରଥମେ ସ୍ୱାଗତ କରିଥିଲେ। ସେଠାରୁ ଏକ ସ୍ୱତନ୍ତ୍ର ବସ୍‌ ଯୋଗେ ସେ ଆସିଥିଲେ ନବୀନ ନିବାସ। ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଲୋକଙ୍କ ସ୍ଲୋଗାନ ଓ ନାରାବାଜି ମଧ୍ୟରେ ନବୀନ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟକୁ ଯାଇ ମାଲ୍ୟାର୍ପଣ କରିଥିଲେ। ନିକଟରେ ନିର୍ମାଣ ହୋଇଥିବା ମଞ୍ଚକୁ ଯାଇ ଦୁଇ ମିନିଟ୍‌ ଉଦ୍‌ବୋଧନ ଦେଇଥିଲେ। ପୁଣି ମୁହାଁଇଥିଲେ ନବୀନ ନିବାସ। ପ୍ରାୟ ୪ଟା ୧୦ ବେଳକୁ ସେ ନବୀନ ନିବାସରେ ପହଞ୍ଚିଥିଲେ।  ବିମାନ ବନ୍ଦର ଠାରୁ ନବୀନ ନିବାସ ଯାଏ ଉଛୁଳି ଉଠୁଥିଲା ସମ୍ବର୍ଦ୍ଧନାର ବିଶାଳ ଆୟୋଜନରେ | ଶବ୍ଦାୟିତ  ହେଉଥିଲା ଆତସବାଜି, ହେଲେ ହଠାତ ସେ ଖୁସିର ଜୁଆରରେ ଭଟ୍ଟା ପକାଇଦେଇଥିଲା କୁନ୍ଦୁଲିର ବିକଳ କାନ୍ଦଣା | ଆତସବାଜି ଶୁଭିଲା ବୋମା ବା ଗୁଳିର ଶବ୍ଦ ପରି ! ମୁଖ୍ୟମନ୍ତ୍ରୀଙ୍କ ଏତେବଡ ସଫଳତା ପରିପ୍ରେକ୍ଷୀରେ ବିଜୟସୂଚକ ମହୋତ୍ସବର ମାହୋଲକୁ ଫିକା କରିଦେଇଥିଲା କୁନ୍ଦୁଲି ଗଣବଲାତ୍କାର ପୀଡିତାଙ୍କ ଆତ୍ମହତ୍ୟା ଖବର ! କାକତାଲିୟ ହେଲେ ବେ ନବୀନଙ୍କ ବିଜୟ ଯାତ୍ରା ବେଳକୁ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ନିହାତି ଭାବେ ଦୁଃଖଦାୟକ ଆଉ ହୃଦୟ ବିଦାରକ | ଆମ ଶାସନ ଆଉ ଆମ ପ୍ରଶାସନ କେତେ ଅପାରଗ ଆଉ ଆମ ସମାଜ କେତେ କଳୁଷିତ ତାହା ପ୍ରମାଣିତ କରିଦେଲା | ଆଉ ସବୁଠାରୁ ଦୁଃଖର କଥା ହେଲା ଯେ ଯେଉଁମାନେ କୁନ୍ଦୁଲି ପୀଡ଼ିତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ପ୍ରତିବାଦ ସ୍ୱରକୁ ଶାଣିତ ନକରି ସେମାନଙ୍କ ବିରୋଧକୁ କେବଳ ଔପଚାରିକତା ଭିତରେ ସୀମିତ ରଖିଥିଲେ, ସେମାନଂକ ବି ଅବେଳିଆ ରାସ୍ତାକୁ ଓଲ୍ହାଇବା ଭଳି ଦୃଶ୍ୟ ଦେଖିବାକୁ ମିଲିଥିଲା | କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବାପାଇଁ ୨୧କିମି ପଦଯାତ୍ରା କରି ଅଭିଯୁକ୍ତଙ୍କ ଗିରଫ ଦାବିରେ ଡ଼ିଆଇଜିଙ୍କୁ ଦାବିପତ୍ର ଦେଇଥିବା ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବି ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବି କଲେ | ହେଲେ ଆଗକୁ କଣ ହେବ ତାହା ତା ଭିନ୍ନ କଥା, ପୀଡିତଙ୍କ ପରିବାରଙ୍କୁ କେମିତି ନ୍ୟାୟ ମିଳିବ ଆଉ ଦୋଷୀଙ୍କୁ କି  ଦଣ୍ଡ ମିଳିବ ତାହା ତା ସମୟ କହିବା  ମାଟିରେ ପାଦ ଦେବା |

ସେପଟେ  ନିଜ  ଘରେ ନିଜ ଓଢଣୀରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି କୁନ୍ଦୁଲି ପୀଡିତା ସରକାର, ପ୍ରଶାସନ, ପ୍ରଶାସନ, ପୋଲିସ ବ୍ୟବସ୍ଥା, ଟିଆର୍ପି ପଛରେ ଦୌଡୁଥିବା ଗଣମାଧ୍ୟମ ଉପରୁ ଆସ୍ଥା ହରାଇ ପ୍ରାଣ ହାରିବା ଭଳି ଚରମ ନିଷ୍ପତ୍ତି ହେଲା କୁନ୍ଦୁଲିର ସେ ନାବାଳିକା |  କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳର ଏହି ନବମ ଶ୍ରେଣୀ ଛାତ୍ରୀଙ୍କୁ ଗତ ଅକ୍ଟୋବର ୧୦ତାରିଖରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। କୁନ୍ଦୁଲିରେ ଫଟୋ ଉଠାଇ ଦିନ ପ୍ରାୟ ୧୧ଟା ବେଳକୁ ନିଛାଟିଆ ରାସ୍ତାରେ ଏକୁଟିଆ ଯାଉଥିବା ସମୟରେ ୪ଜଣ ଯବାନ ପୋଷାକ ପିନ୍ଧା ଦୁର୍ବୃତ୍ତ ତାଙ୍କୁ ଗଣ ଦୁଷ୍କର୍ମ କରିଥିବା ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ କୁନ୍ଦୁଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କିଛି ଦିନ ପରେ ତାଙ୍କୁ କଟକ ବଡ ମେଡିକାଲ ମଧ୍ୟ ନିଆଯାଇଥିଲା। ସେଠାରୁ ସୁସ୍ଥ ହୋଇ ଫେରିବା ପରେ ଗତ ନଭେମ୍ବର ୨୮ତାରିଖରେ ଘରକୁ ଫେରିଥିଲେ। ସେହିଦିନଠାରୁ ସେ ଘରେ ରହି ଆସୁଥିଲେ। ଆଉ ଦୁର୍ଭାଗ୍ୟଜନକ ଭାବେ ନ୍ୟାୟ ପାଇବାରୁ ବଂଚିତ ହୋଇ ଆତ୍ମହତ୍ୟା କଲା ନାବାଳିକାଟି | ହେଲେ ଦେଖାଯାଉ ପୂର୍ବରୁ ଶ୍ରେଷ୍ଠ ହୋଇ ଏବେ ଆଦର୍ଶ ମୁଖ୍ୟମନ୍ତ୍ରୀର ନାଗରା ବାଯାଉଥିବା  ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କି ପଦକ୍ଷେପ ନେଉଛନ୍ତି ! ନିଜ କିରତୀ ଚନ୍ଦ୍ରରେ ଲାଗିଥିବା କଳଙ୍କ ପୋଛିବା ସହ ଆଗକୁ ଯେପରି ଏହିଭଳି ଅଘଟଣ  ନ ଘଟେ ଓ ଆଉ କୌଣସି ନୀରିହର ଇଜ୍ଜତ ନଯାଏ, ସେଥିପାଇଁ କି କଠୋର ପଦକ୍ଷେପ ନେଉଛନ୍ତି ! 

0
0
0
s2sdefault