ହେଡଲାଇନସ୍:

ଶ୍ରେଷ୍ଠ ଥିଲେ, ଆଦର୍ଶ ହେଲେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ## ଲୋକଙ୍କ ପ୍ରେମରେ ନପଡ଼ିଲେ ଭଲ ନେତା ହୋଇପାରିବନି ##

ମୁଁ ଅବିବାହିତ, ହେଲେ ସାଢେ ୪ କୋଟି ଲୋକର ମୋ ବିଶାଳ ପରିବାର : ନବୀନ ପଟ୍ଟନାୟକ

ପୁଣେ/ ଭୁବନେଶ୍ୱର: ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଗତ କିଛିଦିନ ତଳେ ଶ୍ରେଷ୍ଠ ପ୍ରଶାସକ ବିବେଚିତ ହୋଇଥିବା ବେଳେ ରବିବାର ଦିନ ପାଇଛନ୍ତି ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ  । ଭାରତୀୟ ଛାତ୍ର ସଂସଦ ଫାଉଣ୍ଡେସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଇଡିଆଲ ସିଏମ୍ ବା ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପ୍ରଦାନ କରାଯାଇଛି ତାଙ୍କର ଉଲ୍ଲେଖନୀୟ ସେବା ଓ ଦକ୍ଷତାପୂର୍ଣ୍ଣ ଶାସନ ପାଇଁ  ।  ପୁଣେ କଥାରୁଡସ୍ଥିତ ମହାରାଷ୍ଟ୍ର ବୈଷୟିକ ପ୍ରତିଷ୍ଠାନ - ବିଶ୍ୱଶାନ୍ତି ବିଶ୍ୱବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ  । ସମ୍ମାନ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ବୋଧନ ଦେଇଛନ୍ତି ଯେ, ସାଢେ ୪ କୋଟି ଲୋକଙ୍କୁ ନେଇ ମୋର ପରିବାର, ଓଡିଶାବାସୀ ମୋ ଉପରେ ଭରସା ରଛନ୍ତି  । ଲୋକଙ୍କୁ ଭଲପାଇଥିଲେ ଲୋକଙ୍କ ପାଇଁ ନିର୍ବାଚନ ଲଢି ଲୋକଙ୍କୁ ଆଗରେ ରବା ହିଁ ପ୍ରକୃତ ସୁଶାସନ  । ଅଧିକରୁ ଅଧିକ ଲୋକ ରାଜନୀତିକୁ ଆସିବା ଦରକାର କାରଣ ଲୋକଙ୍କ ବିକାଶ ପାଇଁ ରାଜନୀତି ଏକ ଶକ୍ତିଶାଳୀ ମାଧ୍ୟମ ନବୀନ ଏହି ସମ୍ମାନକୁ ଓଡିଶାବାସୀଙ୍କୁ ସମର୍ପିତ କରିଛନ୍ତି  ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ରାଜନୀତି ହେଉଛି ଲୋକଙ୍କ ଜୀବନରେ ପରିବ ର୍ନ ଆଣିବାରେ ସବୁଠାରୁ ବଳିଷ୍ଠ  ମାଧ୍ୟମ । ନିଜର ମନୋବୃତି ଓ ଉଦ୍ୟମରେ ଯଦି ଜନସାଧାରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରନ୍ତି, ଏଥିରେ କୌଣସି ଜଟିଳତା ନାହିଁ । ଉତମ ପ୍ରଶାସନ ଓ ନିଃସ୍ୱାର୍ଥପର ଜନସେବା ହେଉଛି ଗଣତନ୍ତ୍ରର ଦୃଢ଼ ସ୍ତମ୍ଭ । ଆମର ପ୍ରଶାସନ ଓ ଜନସେବା ଏବଂ ଏହା ଜରିଆରେ ଗଣତନ୍ତ୍ରକୁ କିପରି ସୁଦୃଢ଼ କରିପାରିବା ଆଜିର ଯୁବ ସମାଜ ପାଖରେ ହେଉଛି ସବୁଠାରୁ ବଡ଼ ଆହ୍ୱାନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ଲୋକଙ୍କ ଜୀବନରେ ପରିବ ର୍ନ ଆଣିବାର ସବୁଠୁ ବଳିଷ୍ଠ  ମାଧ୍ୟମ ହେଉଛି ରାଜନୀତି  । ତେଣୁ ନେତାଙ୍କ ମନୋବୃତି ଓ ଉଦ୍ୟମ ଯଦି ଜନସାଧାରଣ ଗୁରୁତ୍ପୂର୍ଣ୍ଣ ସ୍ଥାନ ନେଲେ ରାଜନୀତି ସରଳ ହୋଇଯାଏ । ଏହା ସହ ଲୋକଙ୍କୁ ପ୍ରାଥମିକତା ଦେଲେ ହିଁ ଭଲ ରାଜନୀତି ହୋଇପାରିବ  ।  ତୁମେ ଯଦି ଲୋକଙ୍କୁ ପ୍ରାଥମିକତା ଦେବ,  ତାହା ହେଉଛି ଭଲ ରାଜନୀତି । ଯେ ପଯର୍ୟନ୍ତ ଲୋକଙ୍କୁ ଭଲ ନ ପାଇବ ସେମାନଙ୍କର ନେତୃତ୍ୱ ନେଇ ପାରିବ ନାହିଁ ବୋଲି ବିଶ୍ୱର ଜଣେ ମହାନ ଦୂରଦ୍ରଷ୍ଟା ମାର୍ଟିନ ଲୁଥର କହିଛନ୍ତି । ଏହା ହେଉଛି ମୋ ରାଜନୈତିକ ଦର୍ଶନର ପଥ ପ୍ରଦର୍ଶକ । ଲୋକଙ୍କୁ ଭଲ ପାଇଲେ ରହିଥିବା ପଦବୀକୁ କେବଳ ପଦବୀ ବୋଲି ଭାବିବ ନାହିଁ ବରଂ ଏହାକୁ ସେବାର ଏକ ମାଧ୍ୟମ ବୋଲି ଗ୍ରହଣ କରିବ । କ୍ଷମତାକୁ କ୍ଷମତା ବୋଲି ଭାବ ନାହିଁ । ଲୋକଙ୍କ ଜୀବନର ପରିବ ର୍ନ ଆଣିବାର ମାଧ୍ୟମ ବୋଲି ଭାବି କାମ କରି ·ଲ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅଧିକରୁ ଅଧିକ ଭଲ ଲୋକ ରାଜନୀତିରେ ଯୋଗ ଦେବା ଉଚିତ । ନିଜେ ଚାହୁଁଥିବା ପରିବ ର୍ନର ଅଂଶ ହେବା ଉଚିତ । ଯଦି ତୁମେ ଲୋକଙ୍କୁ ସବୁଠାରୁ ଆଗରେ ରଖିବ ତେବେ ଏହା ଏକ ରାଜନୈତିକ ଯାତ୍ରା ହେବ ନାହିଁ ତାହା ହେବ ଏକ ଆଧ୍ୟାତ୍ମିକ ଅନୁଭୂତି ବୋଲି ସେ କହିଛନ୍ତି । କ୍ଷମତା, ସମ୍ପତି, ପଦବୀ ସବୁର ମୂଲ୍ୟହୀନ ହୋଇପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  ।

ଏହି ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ଶ୍ରୀମତି ପାଟିଲ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ମାନପତ୍ର, ସାଲ, ପଗଡ଼ି, ସ୍ୟ ଜ୍ଞାନେଶ୍ୱରଙ୍କର ଫଟୋଚିତ୍ର ପ୍ରଦାନ କରାଯାଇଥିଲା ।  ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ, ୟୁନେସ୍କୋ ମାନବାଧିକାର ବେଂଚ ଓ ଏମଆଇଟି ସ୍କୁଲ ଅଫ ଗଭର୍ଣ୍ଣାନ୍ସ ପକ୍ଷରୁ ମିଳିତ ଭାବରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ  ।  ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉଟଲୁକ୍ ମାଗାଜିନ ପକ୍ଷରୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ ପ୍ରଦାନ କରାଯାଇଥିଲା  ।

ଆଦର୍ଶ ମୁଖ୍ୟମନ୍ତ୍ରୀ ବୋଲି ବାଛିଥିବା ଜୁରିରେ ଦେଶର ବିଭିନ୍ନ  କ୍ଷେତ୍ରରେ ଉକ୍ରର୍ଷ ହାସଲ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତି ରହିଥିଲେ  । ମୁଖ୍ୟ ପାଟ୍ରନ ହେଉଛନ୍ତି ମହାରାଷ୍ଟର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ,  ଆବହାକ ରହିଛନ୍ତି ଏମ୍ଆଇଟି ଗ୍ରୁପ୍  ଅଫ ଇନଷ୍ଟିଚୁ୍ୟସନର ଉପାଧ୍ୟକ୍ଷ ରାହୁଲ ଭି କରଦ । ଏହାର ଅଧ୍ୟକ୍ଷ ଟି ଏନ ଶେଷାନ, ରହିଥିବା ବେଳେ ସଭାପତି ଅଛନ୍ତି ପ୍ରଖ୍ୟାତ ବୈଜ୍ଞାନିକ  ଡ ଆର ଏ ମାସେଲକର, କାର୍ଯ୍ୟନିର୍ବାହୀ ସଭାପତି ଡ ବିଶ୍ୱନାଥ ଡି କରଦ୍, କାଯର୍ୟକାରୀ ଅଧ୍ୟକ୍ଷ ମହାତ୍ମାଗନ୍ଧୀ ଫାଉଣ୍ଡେସନର ଅଧ୍ୟକ୍ଷ ତୁଷାର ଗାନ୍ଧୀ, ରାଜ୍ୟସଭା ସାଂସଦ ଅନୁ ଆଗା, ଫୋର୍ସ ମୋଟର୍ସର ଅଧ୍ୟକ୍ଷ ଡ ଅଭୟ ଫିରୋଦିଆ, ଶିକ୍ଷାବିତ୍ ତଥା ରାଜ୍ୟସଭା ସାଂସଦ ଡ ରାଜୀବ ଗୌଡ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡ ବିନୟ ସହସ୍ରବୁଦେ୍ଧ, ସୁପ୍ରିମକୋର୍ଟର  ପୂର୍ବତନ ବି·ରପତି ଜଷ୍ଟିସ ସନ୍ତୋଷ ହେଗ୍ଡେ, ତିବ୍ଦ୍ତ ର ପ୍ରଧାନମନ୍ତ୍ରୀ(ନିର୍ବାସନରେ ଥିବା)ଡ ଲୋବସାଙ୍ଗ ସାଙ୍ଗେ, ବରିଷ୍ଠ  ସାମ୍ବାଦିକ ମାର୍କ ଟୁଲି, ଟାଟା ସାମାଜିକ ପ୍ରତିଷ୍ଠାନ  ଅଧ୍ୟକ୍ଷ ପ୍ର. ଏସ ପରଶୁରାମନ ଓ ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳପତି ଡ ବିଜୟ ଭଟ୍ଟକର  ।       

 ଓଡ଼ିଶାବାସୀଙ୍କ ପ୍ରିୟ ନେତା ଆଦର୍ଶ ମୁଖ୍ୟମନ୍ତ୍ରୀ ରୂପେ ସମ୍ମାନିତ ହେବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ: ବିଜୟ ନାୟକ

ଭୁବନେଶ୍ୱର: ଗଣତନ୍ତ୍ରର ସ୍ତମ୍ଭ କହିଲେ ଉତ୍ତମ ପ୍ରଶାସନ ଓ ସ୍ୱାର୍ଥବିହୀନ ଜନସେବାକୁ ବୁଝାଇଥାଏ, ଯାହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ନୀତି ରୂପେ ଗ୍ରହଣ କରି ଆସିଥିବାରୁ ଓଡ଼ିଶାବାସୀ ତାଙ୍କୁ ହୃଦୟରୁ ସମର୍ଥନ ଦେଇଆସୁଛନ୍ତି । ଆଜି ମହାରାଷ୍ଟ୍ରର ପୁନେସ୍ଥିତ ଏମ୍‍ଆଇଟି ବିଶ୍ୱବିଦ୍ୟାଳୟ ପରିସରରେ ଭାରତୀୟ ଛାତ୍ର ସଂସଦ ଫାଉଣ୍ଡେସନ୍‍ ପକ୍ଷରୁ ଓଡ଼ିଶା ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂପାଟିଲ ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ରୂପେ ସମ୍ମାନିତ କରିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି । 

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା ପୂର୍ବରୁ ଦେଶର ଶ୍ରେÂ ପ୍ରଶାସକ ରୂପେ ସମ୍ମାନିତ ହୋଇଥିବା ବେଳେ ଆଜି ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ରୂପେ ସମ୍ମାନିତ ହେବା ଆମ ପାଇଁ ଖୁସିର ବିଷୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସବୁକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ଓଡ଼ିଶାର ଅନେକ ଜନହିତକର କାର୍ଯ୍ୟକ୍ରମକୁ ଅନ୍ୟ ରାଜ୍ୟ ଅନୁସରଣ କରିଛନ୍ତି । ଓଡ଼ିଶା ସରକାରଙ୍କ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ କେବଳ ଗ୍ରହଣୀୟତା ଅର୍ଜନ କରିନାହିଁ, ସମଗ୍ର ଭାରତବର୍ଷରେ ଦୃଷ୍ଟି ଆକର୍ଷଣ କରିପାରିଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଯେତେବେଳେ ରାଜ୍ୟବାସୀ ଶାସନ ଦାୟିତ୍ୱ ଦେଇଥିଲେ ସେତେବେଳେ ଓଡ଼ିଶାର ରାଜକୋଷ ପ୍ରାୟତଃ ଶୂନ ଥିଲା । ସରକାର ନିଜ କର୍ମଚାରୀଙ୍କୁ ଦରମା ଦେବା ପାଇଁ ସକ୍ଷମ ନଥିଲେ । ଏହି ସମୟରେ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ସମସ୍ତ ସମସ୍ୟାକୁ ସମାଧାନ କରିବା ସହିତ ସରକାର କିଭଳି ବିକାଶମୂଳକ କାର୍ଯ୍ୟରେ ସହଯୋଗ କରିପାରିବେ ସେଥିପାଇଁ ଉପାୟ ଚିନ୍ତା କରିଥିଲେ । ନବୀନ ପଟ୍ଟନାୟକଙ୍କ ଶାସନର ୧୭ବର୍ଷରେ ଓଡ଼ିଶାର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ ହୋଇପାରିଛି । ଓଡ଼ିଶାର ପ୍ରଗତିକୁ ସମଗ୍ର ଭାରତବର୍ଷରେ ମର୍ଯ୍ୟାଦା ଦିଆଯାଇଛି । ଏହା ଓଡ଼ିଶା ଓ ରାଜ୍ୟବାସୀଙ୍କ ପାଇଁ ଏକ ଉଲ୍ଲେଖନୀୟ ଉପଲବ୍ଧି । ଏହି ପ୍ରଗତି ପ୍ରକ୍ରିୟାକୁ ଆହୁରି ଆଗେଇ ନେବାକୁ ଏବଂ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗୀକାରବଦ୍ଧ । ଏହି ଲକ୍ଷ୍ୟ ହାସଲ ନିମନ୍ତେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ଅନେକ ଅଭିନବ ଯୋଜନା କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । ଆଗାମୀ ସମୟରେ ଓଡ଼ିଶା ଭାରତର ପ୍ରଗତି ମାନଚିତ୍ରରେ କେବଳ ଏକ ନମ୍ବର ସ୍ଥାନ ହାସଲ କରିବ ତା’ନୁହେଁ, ଅନ୍ୟ ରାଜ୍ୟଗୁଡିକ ପାଇଁ ଅନୁକରଣୀୟ ହୋଇପାରିବ ବୋଲି ଶ୍ରୀ ନାୟକ କହିଛନ୍ତି ।

0
0
0
s2sdefault