ହେଡଲାଇନସ୍:

ଉଧାରରେ ଆଦର୍ଶ : ପର ଘରେ ଜାକି ହୋଇ ଉଧାରୀ ଶିକ୍ଷକରେ ଚାଲିଛି ଆଦର୍ଶ ବିଦ୍ୟାଳୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

   ଘର ନାହିଁ , ମାଷ୍ଟ୍ର ନାହାନ୍ତି ,କେମିତି ପଢିବେ ପିଲା ଅଭିଭାବକ ଚିନ୍ତାରେ


ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଚଳିତବର୍ଷ ୨୦୧୯/୨୦ ଶିକ୍ଷାବର୍ଷପାଇଁ ଓଡଗାଁ ବ୍ଲକ ଓଡଶା ଆଦର୍ଶ ବିଦ୍ୟାଲୟରେ ଛାତ୍ରଛାତ୍ରୀ ମାନେ ପ୍ରଥମ କରି ଆଡମିସନ ଗ୍ରହଣ କରିବା ପରେ ଏ ଭିତରେ ୨ମାସ ବିତିଗଲାଣି । ହେଲେ ଏ ପର୍ଯ୍ୟନ୍ତ ଜଣେ ହେଲେ ଶିକ୍ଷକ ନିଯୁକ୍ତ ନହେବା, ବହୁଅର୍ଥ ବ୍ୟୟରେ ନିର୍ମାଣ ହୋଇଥିବା ବିଦ୍ୟାଳୟ କାର୍ଯ୍ୟରେ ନଲାଗି ପଡିରହିବା, ସର୍ବୋପରି ଆଦର୍ଶ ବିଦ୍ୟାଳୟର ଲକ୍ଷ୍ୟ ଓ ଉଦେଶ୍ୟକୁ ପୁରଣ କରିବାଭଳି କୈାନସି କାର୍ଯ୍ୟକ୍ରମ ଆରମ୍ଭ ନହେବା ନେଇ ଅଭିଭାବକ ଓ ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ଏବଂ ଏନେଇ କିଛି ଅଭିଭାବକ ଆଦର୍ଶ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ସ୍ଥାନୀୟ ସାମ୍ବାଦିକ ମାନଙ୍କର ଦୃଷ୍ଟିଆକର୍ଷଣ କରିଛନ୍ତି । ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାନସ ପ୍ରସୂତ  ଆଦର୍ଶ ବିଦ୍ୟାଳୟ ସାଧାରଣ ଗ୍ରାମାଂଚଳ ଠାରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱଳ୍ପ ବ୍ୟୟରେ ସ୍ୱତନ୍ତ୍ର ତଥା ଉତମ ଶିକ୍ଷା ପ୍ରଦାନ କରିବା ପାଇଁ ସୁଯୋଗ ସୃଷ୍ଟି କରିବା ଥିଲା ଏହାର ମୂଳ ଲକ୍ଷ୍ୟ । ହେଲେ ଏହା ବର୍ତମାନ ଲକ୍ଷଠାରୁ ଅନେକ ଦୁରରେ ଥିବାପରି ମନେ ହେଉଛି । ୩ କୋଟି ୩୬ଲକ୍ଷ ଟଙ୍କା ବ୍ୟୟରେ ଓଡଗାଁ ଠାରେ ନିର୍ମିାଣାଧିନ ଥିବା ଆଦର୍ଶ ବିଦ୍ୟାଳୟର ତା.୪/୧୨/୧୬ ରିଖରେ ତତ୍କାଳୀନ  ପଂଚାୟତରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ଭିତିପ୍ରସ୍ତର ସ୍ଥାପନ ହୋଇଥିଲା । ଇତିମଧ୍ୟରେ ଅଢେଇ ବର୍ଷ କାଳ ବିତିଗଲେ ସୁଧା ବିଦ୍ୟୁତ ଯୋଗାଣ ସହିତ ଅନ୍ୟାନ୍ୟ ଆନୁସଙ୍ଗିକ  କାର୍ଯ୍ୟ ସରିନଥିବାରୁ ସ୍ଥାନୀୟ ରଘୁନାଥ ବିଦ୍ୟାପିଠର ପୁରୁଣା ଛାତ୍ରାବାସ ଗୃହରେ ଛାତ୍ରଛାତ୍ରୀ ମାନଙ୍କ ଅଧ୍ୟୟନ କାର୍ଯ୍ୟ ଚାଲୁ ରହିଛି । ଗୋଟିଏ ଶ୍ରେଣୀରେ ୭୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ କୈାଣସି ଶିକ୍ଷକ ନିଯୁକ୍ତ ହୋଇନଥିବାରୁ ସ୍ଥାନୀୟ ଅନ୍ୟ ବିଦ୍ୟାଳୟ ମାନଙ୍କରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ୩ ଜଣ ଏବଂ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଦ୍ୱାରା ୧୦ଜଣ ମୋଟ ୧୩ଜଣ ଶିକ୍ଷକ ଡେପୁଟେସନରେ ଆସି ଶିକ୍ଷାଦାନ କରିବା ପାଇଁ ବ୍ୟବସ୍ଥା ରହିଛି । ହେଲେ ଗୋଟିଏ ଦିନରେ ୫ଟିରୁ ୬ଟି କ୍ଲାସ ହେଉଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଯେଉଁ ବିଦ୍ୟାଳୟରୁ ଶିକ୍ଷକ ମାନଙ୍କୁ ଡେପୁଟେସନରେ ଅଣା ଯାଇଛି ସେଠାରେ  ମଧ୍ୟ ପାଠ ପଢାରେ ବ୍ୟାହତ ସୃଷ୍ଟି ହେଉଛି । ଏଣୁ ଆଦର୍ଶ ବିଦ୍ୟାଳୟ ପାଇଂ ଯେତେଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତ ହୋଇନଥିବେ ସେତେ ଦିନ ପର୍ଯ୍ୟନ୍ତ ଉଭୟ ଆଦର୍ଶ ବିଦ୍ୟାଳୟ ଓ ଡେପୁଟେସନ ନେଇ ଆସିଥିବା ଶିକ୍ଷକ ମାନଙ୍କ ବିଦ୍ୟାଲୟର ଛାତ୍ର/ଛାତ୍ରୀମାନେ ଉତମ ଶିକ୍ଷାଦାନରୁ ବଂଚିତ ରହିବେ । ହାଇସ୍କୁଲରେ ଅସ୍ଥାୟୀ ଭାବେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରତିଦିନ ନୟାଗଡ-ଭଞ୍ଜନଗର ମୁଖ୍ୟରାସ୍ତା ଦେଇ ଅନତି ଦୁରରେ ଥିବା ସରକାରି ମଧ୍ୟଇଂରାଜି ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଯିବେ ଏବଂ ଆସିବେ । ଏହା ଅବିଭାବକ ମାନଙ୍କ ଅନ୍ୟଏକ ଚିନ୍ତାର କାରଣ । ଦୁରଦୁରାନ୍ତରୁ ଏଠାକୁ ଏକ ସ୍ୱତନ୍ତ୍ର ଗାଡିରେ ଆସିବା ପାଇଁ ପ୍ରତି ୯/୧୦ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଅଭିଭାବକ ମାନଙ୍କୁ ପ୍ରତିମାସରେ ୧୮ ହଜାରଟଙ୍କା ବ୍ୟୟ କରିବାକୁ ପଡେ । ଏହା ଅଭିଭାବକ ମାନଙ୍କ ପାଇଁ ଅତିରିକ୍ତ ଚାପ ପଡୁଥିବାରୁ ବର୍ତମାନ ସେମାନଙ୍କୁ ପଶ୍ଚାତାପ କରିବାକୁ ପଡୁଛି । ଏ ଅବ୍ୟବସ୍ଥା ମଧ୍ୟରେ ଛାତ୍ରଛାତ୍ରୀ ମାନେ ବର୍ତମାନ ଘରୋଇ ଶିକ୍ଷାବ୍ୟବସ୍ଥା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ହେଲେ ମୁଖ୍ୟମନ୍ତ୍ରୀଙ୍କ ମାନସ ପ୍ରସୂତ ଆଦର୍ଶ ବିଦ୍ୟାଳୟ କଣ ତାର ଲକ୍ଷ୍ୟ ଉଦେଶ୍ୟ ପୁରଣ କରିପାରିବ ଏହା ସମସ୍ତଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଆଗାମି ଅଗଷ୍ଟମାସ ପ୍ରଥମ ସପ୍ତାହ ମଧ୍ୟରେ ୩ ଜଣ ଶିକ୍ଷକ ନିଯୁକ୍ତ ହେବେ ଏବଂ ଖୁବ୍ ଶିଘ୍ର ନିର୍ମାଣାଧିନ ବିଦ୍ୟାଳୟ ଗୃହକୁ ବିଦ୍ୟୂତ ସଂଯୋଗ କରାଯାଇ ଉପରୋକ୍ତ ସମସ୍ୟାର ଧିରେ ଧିରେ ସମାଧାନ କରା ଯିବ ବୋଲି ବର୍ତମାନ ଅଧ୍ୟକ୍ଷ ଦାୟୀତ୍ୱରେ ଥରବା ଓଡଗାଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଠାରୁ ପ୍ରକାଶ ।   

0
0
0
s2sdefault