ହେଡଲାଇନସ୍:

" ଓଡ଼ିଶାକୁ ବିକାଶର ଭୂଖଣ୍ଡରେ ପରିଣତ କରିବା ପାଇଁ ଆମେ ସଂକଳ୍ପବଦ୍ଧ ହେବା ଉଚିତ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ୫"ଟି' ସୂତ୍ରର ଆଧାରରେ ରେ କୃଷି କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାକୁ କୃଷିମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର(ଶାସକ ପ୍ରଶାସକ) କୃଷି ଓ କୃଷକର ଉନ୍ନତି ନିମନ୍ତେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରି ଅନେକ ଗୁଡ଼ିଏ ଯୁଗାନ୍ତକାରୀ ଯୋଜନା  ପ୍ରଣୟନ କରିଥିବା ବେଳେ ଏହିସବୁ ଯୋଜନାର ସଫଳ ରୂ ପାୟନ ଦିଗରେ କୃଷି ଓ କୃଷକ ସଶକ୍ତିକରଣବିଭାଗରଅଧିକାରୀ  ଓ କର୍ମଚାରୀମାନେ ଶତ ପ୍ରତିଶତ ଯୋଗଦାନ କରିବା ଦିଗରେ ବ୍ରତୀ ହେବା ଆବଶ୍ୟକା କୃଷିବିଭାଗର ସର୍ବୋଚ୍ଚ ସ୍ତରରୁ ସର୍ବନିମ୍ନ ସ୍ତରର କର୍ମଚାରୀମାନଙ୍କର ଏହା ଏକମାତ୍ର  ପ୍ରାଥମିକତା ହେବା ଉଚିତ ବୋଲି କୃଷି ଓ କୃଷିକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା
ଆଜି ପୂର୍ବାହ୍ନରେ କୃଷି ଭବନଠାରେ ମନ୍ତ୍ରୀ ଡ. ସାହୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ଏକ ନିଆରା ଢଙ୍ଗରେ ମତବିନିମୟ କରି କହିଲେ ରାଜ୍ୟରେ କୃଷିର ଉଲ୍ଲେଖନୀୟ ଅଗ୍ରଗତି ଘଟିଛିା ଓଡ଼ିଶା ଆଉ ପୂର୍ବର ଭୋକର ଭୂଗୋଳ ହୋଇ ରହିନାହିାଁବିକାଶର ଭୂଖଣ୍ଡ ପାଲଟିଛି ଏବଂ ରାଜ୍ୟବର୍ତ୍ତମାନ ବିକାଶ  ପର୍ବରୁ ମହାବିକାଶର ପର୍ବକୁ ଗତି କରୁଛିା ରାଜ୍ୟରେ ଏକ ସୁଶାସନ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ  ପଟ୍ଟନାୟକଙ୍କ ୫"ଟି' ସୂତ୍ରର ଆଧାରରେ ସମସ୍ତ  କାର୍ଯ୍ୟକରି କୃଷି କ୍ଷେତ୍ରରେ ଅଭୂତ ପୂର୍ବ ସଫଳତା ଆଣିବା  ପାଇଁ ମନ୍ତ୍ରୀ ଡ. ସାହୁ ଆହ୍ୱାନ ଦେଇଥିଲେ |
୫"ଟି' ସୂତ୍ରକୁ ଆଦର୍ଶ କରି ନିଜବିଭାଗର କର୍ମଚାରୀମାନଙ୍କ ସହିତ ମିଶି  କାର୍ଯ୍ୟକରିବା ସହିତ ଅନ୍ୟ ବିଭାଗ ସହିତ ସମନ୍ୱୟରଖିବା ଉପରେ  ମନ୍ତ୍ରୀ ଗୁରୁତ୍ୱାରୋ ପ କରିଥିଲେ  | କାର୍ଯ୍ୟକ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଆପଣେଇବା ଦ୍ୱାରା ଅନେକ  କାର୍ଯ୍ୟ ସହଜ ଓ ଶୀଘ୍ର ହୋଇ ପାରୁଛିା କୃଷକମାନଙ୍କର ପରିଶ୍ରମ, ନିଷ୍ଠା ଓ ତ୍ୟାଗକୁ ହୃଦୟଙ୍ଗମ କରିବା ସହିତ ନିଜ ସ୍ୱାର୍ଥକୁ ଆଗ୍ରାଧିକାର ଦେବା ପରିବର୍ତ୍ତେ କୃଷି ଓ କୃଷକମାନଙ୍କ ନିମନ୍ତେ ପ୍ରଣୟନ  କରାଯାଇଥିବା ଯୋଜନାର  କାର୍ଯ୍ୟୟାନ୍ୱୟନରେ ସ୍ୱଚ୍ଛତା ଅବଲମ୍ବନ  କରିବା ପାଇଁ ମନ୍ତ୍ରୀ ପରାମର୍ଶ  ଦେଇଥିଲେ | ଏହାସହିତ  ସହିତ ପ୍ରତ୍ୟେକଯୋଜନା  ଓ  କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କରିବା  ପାଇଁ ଚତୁର୍ଥ "ଟି' ସମୟ(ଟାଇମ୍) ଉ ପରେ ଗୁରୁତ୍ୱ ଦେଇଥ#ଲୋ ଏହା ଦ୍ୱାରା ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ (ଟ୍ରାନ୍ସଫରମେସନ୍) ଆସିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ |
୨୦୦୦ ମସିହାଠାରୁ ଓଡ଼ିଶାରେ କୃଷି ଉତ୍ପାଦନବହୁଗୁଣବୃଦ୍ଧି ପାଇଛିା ୨୦୦୦-୦୧ରେ ଖାଦ୍ୟଶସ୍ୟ ଉତ୍ପାଦନ ୫୫ ଲକ୍ଷ ମେଟି୍ରକ୍ ଟନ ଥିବାବେଳେ ଏହା ସର୍ବାଧିକ  ୧୧୮ ଲକ୍ଷ ମେଟି୍ରକ୍ ଟନ୍ରେ  ପହଂଚି  ପାରିଛିା ଓଡ଼ିଶା ୫ ଥର କୃଷିକର୍ମଣ ପୁରସ୍କାର ଲାଭ କରିଛିା ସେହି ପରି ପନି ପରିବା, ମାଛ, ମାଂସ, ଅଣ୍ଡା ଓ ଦୁଧ  ଉତ୍ପାଦନବୃଦ୍ଧି ପାଇ ଓଡ଼ିଶା ସ୍ୱାବଲମ୍ବୀ  ହୋଇ ପାରିଛି | ସଂପ୍ରତି ପାଣି ପାଗର ପରିବର୍ତ୍ତନ ଯୋଗୁ   ପାରମ୍ପରିକ  ଚାଷବଦଳରେ ଅର୍ଥକାରୀ ଓ ଅନ୍ୟ ଫସଲ ନିମନ୍ତେ କୃଷକମାନଙ୍କୁ ପ୍ରଭାବିତ କରିବା ଉ ପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ |  କୃଷିବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏବଂ କୃଷକର ଆୟବୃଦ୍ଧି କରିବା ପାଇଁ ୨୦୧୯ ମସିହାରେ ରାଜ୍ୟ ସରକାର ଏକ କି୍ରୟାଶୀଳ କୃଷିନୀତି ପ୍ରଣୟନ କରିବାକୁ ଯାଉଛନ୍ତି ବୋଲି ଡ. ସାହୁ ପ୍ରକାଶ କରିଥିଲେ |
ଏହି ଅବସରରେବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଥିଲେ କୃଷି ଓ କୃଷକ ସଶକ୍ତିକରଣବିଭାଗରେ ୫"ଟି' ସୂତ୍ରକୁ  କାର୍ଯ୍ୟକାରୀ କରିବା ପାଇଁ ଏକ  କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି | ଏହାଦ୍ୱାରା କାର୍ଯ୍ୟକ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଅଣାଯାଇ  ପାରିବ ଓ କୃଷକମାନେବହୁଳ ଭାବେ ଉପକୃତ ହୋଇ ପାରିବୋ ଶେଷରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର  ଧନ୍ୟବାଦ ଅର୍ପଣ କରିଥିଲେ |

0
0
0
s2sdefault