ହେଡଲାଇନସ୍:

କାମ ନସରୁଣୁ ପୋଲରେରେ ଫାଟ, ପେଚ ମରା ମରାମତି ଚାଲିଛି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଲୋକଙ୍କ ପାଇଁ ଦୁର୍ଭାଗ୍ୟ ଆଣିବନି ତା ଯନ୍ତ୍ରୀ-ମେସର୍ସ ଫରଚୁନ ଗ୍ରୁପର ମଧୁଚନ୍ଦ୍ରିକା !!!
ସରକାରୀ ମାଲ ଦରିଆ ମେ ଡାଲ ନ୍ୟାୟରେ ଚାଲିଛି ଚିପଟ ପୋଲର ନିର୍ମାଣ କାର୍ଯ୍ୟ
ପୋଲର ସ୍ଥାୟିତ୍ୱ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ବାରିପଦା (ଦିଲ୍ଲୀପ ମହାନ୍ତି)- ବାରିପଦା ସହର ଉପକଣ୍ଠ ଦେଇ ପ୍ରବାହିତ ଚିପଟ ନଦୀ ଉପରେ ମୟୂରଭଞ୍ଜ ଗଡ଼ଜାତର ମହାରାଜାଙ୍କ ସମୟରେ ନିର୍ମାଣ ହୋଇଥିବା ପୋଲ ବିପଦ ସଙ୍କୁଳ ଅବସ୍ଥାକୁ ଆସିଯାଇଥିଲା । ଜନସାଧାରଣଙ୍କ ବାରମ୍ବାର ଦାବି ପରେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ଓ ନିର୍ମାଣ ବିଭାଗ(ପିଡବ୍ଲୁ୍ୟଡ଼ି) ପକ୍ଷରୁ ନୂତନ ସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ୟ ହାତକୁ ନେଇ ଭଦ୍ରଖ ଚରମ୍ପା ଅଞ୍ଚଳର ମେସର୍ସ ଫରଚୁନ ଗ୍ରୁପ ସହ ୧୧କୋଟି ୨୯ ଲକ୍ଷ ୪୧ ହଜାର ୧୭୬ ଟଙ୍କା ବ୍ୟୟ ଅଟକଳରେ ଏଗ୍ରୀମେଣ୍ଟ ନଂ-୨୮୨,ସିଓଏଫ୍ ୨୦୧୫/୧୬ ଅନୁସାରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ପୋଲର ନିର୍ମାଣ ସମୟରେ ଲଗାଯାଇଥିବା ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ତାରିଖ ୨୦୧୫ ଡ଼ିସେମ୍ବେ ୨୮ ରହିଥିବା ବେଳେ କାର୍ଯ୍ୟ ସମାପ୍ତ ହେବାର ତାରିଖ ୨୦୧୭ ଜୁନ ୨୭ ରହିଥିବାର ଦେଖିବାକୁ ମିଳିଥିଲା । ମାତ୍ର ନିର୍ମାଣ ଦାୟିତ୍ୱରେ ଥିବା କମ୍ପାନୀର ମନମୁଖୀ କାର୍ଯ୍ୟ ସହ ବିଭିନ୍ନ ଆନୁସଙ୍ଗିକ ସମସ୍ୟା ପାଇଁ କାର୍ଯ୍ୟ ଶେଷ ଅବଧିରେ ପରିବର୍ତ୍ତନ ଏବଂ ଏଷ୍ଟିମେଣ୍ଟ କଷ୍ଟରେ ବାରମ୍ବାର ବୃଦ୍ଧି କରାଯିବା ପରେ ମଧ୍ୟ ପୋଲର ନିର୍ମାଣ କାର୍ଯ୍ୟରେ ପରିସମାପ୍ତି ହେବାର ନାମ ଧରୁନାହିଁ । ଅପରପକ୍ଷେ ସରକାରୀ ମାଲ , ଦରିଆ ମେ ଡାଲ ନ୍ୟାୟରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ନିର୍ମାଣ ଶେଷ ନହେଉଣୁ ପୋଲ ଏବଂ ବାରିପଦା ଫାୟାର ଷ୍ଟେସନ ପଟରୁ ଏପ୍ରୋଚ ରୋଡର ଗାର୍ଡୱାଲ ଉଭୟ ପାର୍ଶ୍ୱ  ଫାଟି ଆଁ ହୋଇଥିବାର ଦେଖିବାକୁ ମିଳିଥିଲା । ଫଳରେ ଏହି ଆଁକୁ ପେଚ ମରାଯାଇ ବାରମ୍ବାର ମରାମତି ଚାଲିଥିବା ବିଷୟକୁ ନେଇ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ସେହିପରି ଗାଡର଼୍ୱାଲ ଭିତରେ ବାଲି ଭର୍ତ୍ତି କରିବାର ନିୟମ ରହିଥିବା ବେଳେ ଠିକାଦାର ଚିକିଟା, ମଟାଳିଆ ମାଟି ଭର୍ତ୍ତି କରିଥିବାରୁ ଏହା ଭବିଷ୍ୟତରେ ଦବି ଯାଇ ରାସ୍ତାକୁ ନଷ୍ଟ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।କୋଟି କୋଟି ଟଙ୍କା ବ୍ୟୟ ବରାଦରେ ପୋଲ ନିର୍ମାଣ ହେଉଛି ସତ କିନ୍ତୁ ଏହା କାହା ସ୍ୱାର୍ଥରେ ବୋଲି ଜନସାଧାରଣ ପ୍ରଶ୍ନ କରିବା ସହ ପୋଲର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେହିପରି ଉକ୍ତ ରାସ୍ତା ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସିଧାସଳଖ ଭାବେ ସଂଯୋଗ କରିଥାଏ ଏବଂ ପ୍ରାୟ ୨୦ଟି ପଞ୍ଚାୟତର ହଜାର ହଜାର ଜନସାଧାରଣ ଏହା ଉପରେ ନିର୍ଭର କରିଥାନ୍ତି । ଏହି ସମସ୍ତ ପଞ୍ଚାୟତର ଗାଁ ଗଣ୍ଡାମାନଙ୍କରେ ବସବାସ କରୁଥିବା ଅଧିକାଂଶ ଜନସାଧାରଣ କୃଷକ ଓ ଶ୍ରମିକ ଶ୍ରେଣୀର ହୋଇଥିବାରୁ ବାରିପଦା ଉପରେ ନିର୍ଭର କରିଥାନ୍ତି । କୃଷକମାନେ ସେମାନଙ୍କର ଉପôାଦିତ ସାମଗ୍ରୀର ବ୍ୟବସାୟ ବାରିପଦା ମାର୍କେଟ ଉପରେ ନିର୍ଭର କରୁଥିବା ସମୟରେ ଶ୍ରମିକମାନେ ମଧ୍ୟ ବାରିପଦା ଉପରେ ନିର୍ଭର କରିଥାନ୍ତି । ବାରିପଦା ସେମାନଙ୍କ ପରିବାରକୁ ଦୁଇ ବେଳେ ଆହାର ଯୋଗାଇବାର ଏକ ମାଧ୍ୟମ ହୋଇଥାଏ । ପୁଣି ବାରିପଦା ସହରରେ ଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ଶହଶହ ଛାତ୍ରଛାତ୍ରୀ ଉକ୍ତ ରାସ୍ତାରେ ଯାତାୟତ କରିଥାନ୍ତି । ପୋଲ ନିର୍ମାଣ କାର୍ଯ୍ୟ ନିମନ୍ତେ ମୁଖ୍ୟ ରାସ୍ତାକୁ ବନ୍ଦ କରିଦିଆଯାଇ ଦୁଇଟି ଡାଇଭରସନ ରୋଡ ଖୋଲାଯାଇଥିଲା । ସେଥିମଧ୍ୟରୁ ଗୋଟିଏ ନିର୍ମାଣ ପରେ ପରେ ଧୋଇ ଯାଇଥିବା ବେଳେ ଅନ୍ୟଟି ଅତ୍ୟନ୍ତ ଅଣଓସାରିଆ । ପୁଣି ଉକ୍ତ ଡାଇଭରସନ ରାସ୍ତା ଖାଲଖମାରେ ଭରି ରହିଛି । ବର୍ଷା ହେଲେ ପାଣି କାଦୁଆ ପରିପୂର୍ଣ୍ଣ ରାସ୍ତା ଉପରେ ଦୈନିକ ଶହ ଶହ ଗାଡ଼ି ମୋଟର ଚଳାଚଳ କରିବା ହୋଇ ଥିବାରୁ ଏହା ମରଣଯନ୍ତାରେ ପରିଣତ ହୋଇ ଛୋଟବଡ଼ ଦୁର୍ଘଟଣାର କାରଣ ପାଲଟି ଯାଇଛି । ଏଥି ସହିତ ନଦୀର ଜଳସ୍ତର ଉପରକୁ ଆସିଲେ ରାସ୍ତା ଉପରେ ପ୍ରବାହିତ  ହେଉଥିବାରୁ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଥାଏ । ଫଳରେ ଜନସାଧାରଣଙ୍କୁ ବାରିପଦା ଯିବା ପାଇଁ ହେଲେ ୧୦ / ୧୨ କି.ମି. ବୁଲି ୧୮ ନମ୍ବର ଜାତୀୟ ରାଜପଥରେ ଯିବାକୁ ହୋଇଥାଏ । ଆକସ୍ମିକ ଦୁର୍ଘଟଣା କିମ୍ବା କୌଣସି ଜରୁରୀ ପରିସ୍ଥିତିରେ ଫାୟାର ବା ଆମ୍ବୁଲାନ୍ସ ସହଜରେ ପହଁଞ୍ଚି ପାରୁ ନାହିଁ । ଜନସାଧାରଣ ଏଭଳି ପରିସ୍ଥିତିରେ ମଧ୍ୟ ଦେଇ ଗତି କରୁଥିବା ସମୟରେ ନିର୍ମାଣ ଦାୟିତ୍ୱରେ ଥିବା କମ୍ପାନୀ ପୋଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା କ୍ଷେତ୍ରରେ ଅହେତୁକ ବିଳମ୍ବ ସେମାନଙ୍କ ନିମନ୍ତେ ଦୁଃଖର କାରଣ ପାଲଟି ଯାଇଛି ।
                 ପୋଲ ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିବାରୁ ଜିଲ୍ଲାପ୍ରଶାସନ ତଥା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ତୁରନ୍ତ ପୋଲ କାମ ସମାପ୍ତ ହେବାର ପ୍ରତିଶୃତି ଦେଇ ରାସ୍ତାକଡ ନୟନଯୋରୀ ଜମିରେ ଦୀର୍ଘ ବର୍ଷ ବସବାସ କରିଆସୁଥିବା ଲୋକଙ୍କୁ ବର୍ଷାଝଡି ସମୟରେ ବିସ୍ଥାପନ କଲେ ଏବଂ ଜିଲ୍ଲାପାଳ ବିସ୍ଥାପିତମାନଙ୍କୁ ୪ଡେସିମିଲ ଲେଖାଏଁ ଘରଡିହ ଜମି ତୁରନ୍ତ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ଅଦ୍ୟାବଧି ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଥିବାର ଜଣାପଡ଼ିଛି । ସ୍ଥାନୀୟ ବୁଦ୍ଧିଜୀବୀ ଶରତ ଚନ୍ଦ୍ର ନାୟକ, ନିହାର ରଞ୍ଜନ ସେନାପତି, ଅଜୟ ବେହେରା, ଉଦୟ କୁମାର ନାୟକ, କାର୍ତ୍ତିକ ଲାଲ ସାହା, ଭୁବନ କୁମାର ଦାସ, ଅଶୋକ କୁମାର ସାହୁ, ମହାଦେବ ଦାସ, ଅଜୟ କୁମାର ଘଡେଇ, ସୁଶାନ୍ତ କୁମାର ଦାସ, ସତ୍ୟରଞ୍ଜନ ଦାସ, ପ୍ରଶାନ୍ତ କୁମାର ନାଏକ, ତପନ କୁମାର ସ୍ନିହା, ରଞ୍ଜିତ କୁମାର ପଲେଇ, ମୃତ୍ୟୁଞ୍ଜୟ ବେହେରା, ମିଥୁନ କୁମାର ବାରିକ ପ୍ରମୁଖ ଶତାଧିକ ଗ୍ରାମବାସୀ ଏବାବଦରେ ଅଭିଯୋଗ କରିବା ସହ ଜନସାଧାରଣଙ୍କ ଜୀବନ ସହ ଖେଳ ନଖେଳି ତୁରନ୍ତ ପୋଲର ସ୍ଥିତାବସ୍ଥା ଯାଞ୍ଚ କରାଯାଇ ସଠିକ୍ ଭାବରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାର ଦାବୀ କରିଛନ୍ତି । ନଚେତ ଆଗାମୀ ଦିନରେ ଏକ ଜନଆନେ୍ଦାଳନ ପୁଣି ଥରେ ମୁଣ୍ଡ ଟେକି ଉଠିବ ବୋଲି ଚେତାବନୀ ଦେଇଛନ୍ତି । ଏବିଷୟରେ ପୂର୍ତ୍ତ ଓ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ଠିକାଦାର ବି୍ରଜର ଯେତିକି କାର୍ଯ୍ୟ କରିବା କଥା ସେତିକି ପରି ଅବଶିଷ୍ଟ କାର୍ଯ୍ୟ ଆଉ କରୁ ନାହିଁ । ବର୍ଷା ଛାଡ଼ିବା ପରେ ବାକି ରହିଯାଇଥିବା କାର୍ଯ୍ୟ ଶେଷ କରାଯିବ ବୋଲି କହିଥିବା ବେଳେ ନିର୍ମାଣାଧୀନ ପୋଲ କ୍ରେକ୍ କରିବା ବିଷୟକୁ ଖଣ୍ଡନ କରିଥିଲେ । ନିର୍ବାହୀ ଯନ୍ତ୍ରୀ ଶ୍ରୀପଣ୍ଡାଙ୍କ କହିବା ଅନୁସାରେ ନିଜେ ବ୍ରିଜର ତଦାରଖ କରିବାକୁ ଯାଇ ଥିଲେ କୌଣସିଠାରେ ଫାଟ ହୋଇ ନାହିଁ । ଯାହା ଫାଟ ବୋଲି ଦେଖାଯାଉଛି, ତାହା ଏକ୍ସପାନସନ ଜଏଣ୍ଟ ବୋଲି କହିଥିଲେ । ସେହିପରି ଗାଡର଼୍ୱାଲରେ ପ୍ଲାନ ଏଷ୍ଟିମେଣ୍ଟ ଅନୁସାରେ ବାଲି ଫିଲ୍ିଂ ହେବା ପରେ ମାଟି ଭର୍ତ୍ତି କରାଯାଇଛି । ବର୍ତ୍ତମାନ ବ୍ରିଜ ଉପର ଦେଇ ଜନସାଧାରଣ ଯାତାୟତ ଆରମ୍ଭ କରିଥିବାର ପ୍ରକାଶ କରିଥିଲେ ।






0
0
0
s2sdefault