ହେଡଲାଇନସ୍:

ଭଦ୍ରକ ପୌରପାଳିକାରେ ଦୁର୍ନୀତିର ଗନ୍ଧ ; ବିନା ଟେଣ୍ଡରରେ କୋଟିଏ ଟଙ୍କାର କାମ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ (ସତ୍ୟଭୂଷଣ ସ୍ବାମୀ) : ଭଦ୍ରକ ପୌରପାଳିକାରେ ଉନ୍ନତି ଯୋଜନା ଫେଲ୍ ମାରିଛି । ବିକାଶ ନାଁରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଇଛି । ବିନା ଟେଣ୍ଡରରେ କୋଟିଏରୁ ଉଦ୍ଧ୍ୱ ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଛି । ଟେଣ୍ଡର କାର୍ଯ୍ୟାଦେଶକୁ ବଳି ପଡିଛି ଅଣଟେଣ୍ଡର କାର୍ଯ୍ୟାଦେଶ । ଯୋଜନା କାର୍ଯ୍ୟକାରୀ ହେବାର ଛଅମାସ ପରେ ମଧ୍ୟ ୩୦ ପ୍ରତିଶତ କାମ ସଂପୂର୍ଣ୍ଣ ହୋଇପାରିନି ।

ଭଦ୍ରକ ପୌରପାଳିକାରେ ଉନ୍ନତି ଯୋଜନାର ସଫଳତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଗତବର୍ଷ ପୌରପାଳିକାକୁ ସହରାଞ୍ଚଳ ବିକାଶ ଉନ୍ନତି ଯୋଜନାରେ ୭ କୋଟି ୫୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ପୌରପାଳିକାରେ କଂକି୍ରଟ୍ ରାସ୍ତା ଏବଂ ଡ୍ରେନ୍ ଆଦି ୨୦୬ ଟି କାମ ଲାଗି ଏହି ଅର୍ଥ ମଂଜୁର କରାଯାଇଥିଲା । ତେବେ ଆସନ୍ନ ନିର୍ବାଚନକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ସେଥିରୁ ୪ କୋଟି ଟଙ୍କା ବ୍ୟୟରେ ୧୪୧ ଟି କାମର ତୁରନ୍ତ କାର୍ଯ୍ୟାଦେଶ ଦିଆଯାଇଥିଲା । ସେଥିରେ ସର୍ବାଧିକ ୭୬ ଟି କାମକୁ ବିନା ଟେଣ୍ଡରରେ କାର୍ଯ୍ୟାଦେଶ ଦିଆଯାଇଥିବାବେଳେ ଅବଶିଷ୍ଟ ୬୫ ଟି କାମକୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ଦିଆଯାଇଥିଲା । ଦୁଇଲକ୍ଷ ଅଥବା ଏହାଠୁ କମ୍ ମୂଲ୍ୟର କାମ ଦେଖାଇ ସେଗୁଡିକୁ ବିନା ଟେଣ୍ଡରରେ କାର୍ଯ୍ୟାଦେଶ ଦିଆଯାଇଥିଲା । ତେବେ ଏହି କାର୍ଯ୍ୟାଦେଶ ଜାରି କରାଯିବାର ଇତିମଧ୍ୟରେ ପ୍ରାୟ ୫ ମାସ ବିତିବାକୁ ବସିଥିଲେ ମଧ୍ୟ ସେଥିରୁ ମାତ୍ର ୪୫ଟି କାମ ସଂପୂର୍ଣ୍ଣ କରାଯାଇଥିବା ବେଳେ ମାତ୍ର ଏକ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସବୁଠାରୁ ବଡ କଥା ହେଲା ନିର୍ବାଚନ ପୂର୍ବରୁ ଏହି କାମର କାର୍ଯ୍ୟାଦେଶ ଜାରି କରାଯାଇଥିବା ହେତୁ ନିର୍ବାଚନ ପରେ ବିଧାୟକ ପରିବର୍ତ୍ତନ ସହିତ ଏହି କାମ ଏବେ ବିବାଦ ଘେରକୁ ଚାଲିଆସିଛି । କାର୍ଯ୍ୟାଦେଶର ଯଥାର୍ଥତାକୁ ନେଇ ଖୋଳତାଡ ଆରମ୍ଭ ହୋଇଥିବା ବେଳେ କେତେକ ସ୍ଥାନରେ ଏହି କାମ ଉପରେ ରାଜନୈତିକ ରୋକ ଲାଗିଥିବା ଜଣାପଡିଛି । ଫଳରେ ଟେଣ୍ଡର ମାଧ୍ୟମରେ ହେଉ ଅଥବା ବିନା ଟେଣ୍ଡର ଯୋଗେ ହେଉ ଦିଆଯାଇଥିବା କାମର କାର୍ଯ୍ୟାଦେଶ କାର୍ଯ୍ୟକାରୀ ହେବା କ୍ଷେତ୍ରରେ ବିଳମ୍ବିତ ହେଉଛି । ତେବେ ଏଥିନେଇ ଭଦ୍ରକ ବ୍ଲକ୍ର ଭାରପ୍ରାପ୍ତ ବିଡିଓ ଉମେଶ ମଲ୍ଲିକଙ୍କୁ  ପଚରାଯାଇଥିବା ବେଳେ ନିର୍ବାଚନ ଅଚାରଣବିଧି ଯୋଗୁଁ ଏହି କାମ ଗୁଡିକ ବିଳମ୍ବିତ ହୋଇଛି । ଖୁବ୍ ଶିଘ୍ର ଏହି କାମ ଗୁଡିକୁ ସାରିବାକୁ ଏଜେନ୍ସିକୁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି । ତେବେ ଭଦ୍ରକ ପୌରପାଳିକାରେ ଉନ୍ନତି ଯୋଜନାରେ କାମ ଏବଂ ଏହାର କାର୍ଯ୍ୟାଦେଶକୁ ଏବେ ରାଜନୈତିକ ବିବାଦ ଚର୍ଚ୍ଚାର ବିଷୟ ହୋଇଛି । ତେବେ ପୂର୍ବରୁ ହୋଇଥିବା ଯୋଜନା ଗୁଡିକରେ ମହା ଦୁର୍ନୀତିର ଗନ୍ଧ ବାରି ହେଉଥିବାରୁ ବର୍ତ୍ତମାନର ବିଧାୟକ ସମସ୍ତ କାର୍ଯ୍ୟକୁ ତଦାରଖ କରୁଛନ୍ତି । ଏଥି ସହିତ କାର୍ଯ୍ୟରେ ହୋଇଥିବା ଅନିୟମତତା ଗୁଡିକ ତଦନ୍ତ କରାଯିବ ବୋଲି ବିଧାୟକ ସଂଜୀବ ମଲ୍ଲିକ କହିଛନ୍ତି ।

0
0
0
s2sdefault