ହେଡଲାଇନସ୍:

 ରାଜ୍ୟସ୍ତରୀୟ ଆଦିବାସୀ ଜନଜୀବନ ଚିତ୍ରାଙ୍କନ ପ୍ରତିଯୋଗିତାରେ ଗାନ୍ଧୀ ସ୍ମୃତି ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କ ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

     Paralakhemundi/ Balakrusna Panigrahi : ଓଡିଶା ଲଳିତକଳା ଏକାଡେମୀ ପକ୍ଷରୁ ଭୁବନେଶ୍ୱର ଭଞ୍ଜକଳା  ମଣ୍ଡପ ଠାରେ ଆଦିବାସୀ  ଚିତ୍ରକଳା ପ୍ରତିଯୋଗିତା ଓ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ ଓଡିଶାର  ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଚିତ୍ରକଳା  ପ୍ରଦର୍ଶନୀକୂ ଉଦଘାଟନ କରି ପରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ଅନ୍ୟ ଅତିଥି ମାନଂକ ମଧ୍ୟରେ  ଏଥିରେ ବିଭାଗୀୟ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ , ନିର୍ଦେଶକ ବିଜୟ କୁମାର ନାୟକ , ଏକାଡେମୀର  ଭାରପ୍ରାପ୍ତ ସଚିବ ମନସ୍ୱିନୀ ସାହୁ ପ୍ରମୁଖ ମଂଚାସୀନ  ରହି ମଧ୍ୟ କୃତି ପ୍ରତିଯୋଗୀ ମାନଙ୍କୁ  ପୁରସ୍କାର ବଣ୍ଟନ କରିଥିଲେ ।
          ଅନୁଷ୍ଠିତ ହୋଇଥିବା  ଏହି ପ୍ରତିଯୋଗିତାରେ ଗଜପତି ଜିଲ୍ଲାର  ପାରଳାଖେମୁଣ୍ଡି ଠାରେ ଥିବା ଗାନ୍ଧୀସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪ ଜଣ ଅଷ୍ଟମ ଶ୍ରେଣୀର ଛାତ୍ର , ସେମାନେ ହେଲେ--ନୂତନ ରଇତ , ସମର୍ପିତ ଭୂୟାଁ , ଅନିଲ ମଲ୍ଲିକ ଏବଂ ପର୍ଶୁରାମ ରଇତ , ପ୍ରମୁଖ ପ୍ରତିଯୋଗିତାରେ କ୍ରୁତିତ୍ତ୍ୱ ହାସଲ କରି ମଂଚସିନ ଅତିଥି ମାନଂକ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।
         ଗାନ୍ଧୀ ସ୍ମୃତି ବିଦ୍ୟାଳୟର ଏହି ୪ ଜଣ ଛାତ୍ର , ବିଦ୍ୟାଳୟର  ଶିକ୍ଷକ ରବୀନ୍ଦ୍ର କୁମାର ପ୍ରଧାନ ଏବଂ କଳା-ଶିକ୍ଷକ ମୁରଲୀ ଧର ପରିଛା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ।ଧ୍ୟାନରେ  ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
      ରାଜ୍ୟ ସ୍ତରୀୟ ଚିତ୍ରକଳାର ଏଭଳି ପ୍ରତିଯୋଗିତାରେ , ଗଜପତି ଜିଲ୍ଲାର ପିଲାମାନଙ୍କ ସଫଳତାରେ  ଗାନ୍ଧୀ-ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ବେହେରା ,ଆଞ୍ଚଳିକ  ଗୋଷ୍ଠି ସମ୍ବଳ ସଂଯୋଜକ , ପି: କ୍ରିସ୍ନା , ସମସ୍ତ ଶିକ୍ଷକ/ ଶିକ୍ଷୟତ୍ରୀ ଏବଂ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ , ଆସିଥିବା କଳା ଶିକ୍ଷକ ମୁରଲୀ ଧର ପରିଛା ଙ୍କ ସମେତ କ୍ରୁତିତ୍ତ୍ୱ ହାସଲ କରିଥିବା ୪ ଜଣ ଛାତ୍ରଙ୍କୁ  ବିଦ୍ୟାଳୟ ପକ୍ଷରୁ ଉଛ୍ୱସିତ ସ୍ୱାଗତ-ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଭୂୟସୀ ପ୍ରସଂଶ୍ୱା କରିଥିଲେ |

0
0
0
s2sdefault