ହେଡଲାଇନସ୍:

ଅଦାଲତ ନିର୍ଦ୍ଦେଶକୁ ପୁଲିସର ଫୁ----

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

         ପୁଲିସର ସ୍ୱେଚ୍ଛାଚାରୀ ମନୋଭାବ ଉପରକୁ କରାଉଛି ଅଙ୍ଗୁଳି ନିର୍ଦ୍ଦେଶ


ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଖ୍ୟମନ୍ତ୍ରୀ ନବୀନ ଓଡ଼ିଶାରେ ସ୍ୱଚ୍ଛ ନିର୍ମଳ ଶାସନ ବ୍ୟବସ୍ଥା ପ୍ରଚଳନ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଜନକଲ୍ୟାଣକାରୀ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଏହା ମଧ୍ୟରେ ଓଡ଼ିଶା ପୁଲିସର ଜନକଲ୍ୟାଣକାରୀ ପରିଯୋଜନା ‘ଆମ ପୁଲିସ’ ସମିତି ଅନ୍ୟତମ । ଉକ୍ତ ଆମ ପୁଲିସ ଯୋଜନା ପ୍ରଚଳନ ମାଧ୍ୟମରେ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ରହିଥିବା ଫାଙ୍କକୁ ଦୂର କରାଯିବା ସହିତ ଅପରାଧକୁ ନିୟନ୍ତ୍ରଣ କରିବାର ମୁଖ୍ୟ ଉଦ୍ଦେଶ୍ୟ  ନେଇ ସମିତି ତାର କାର୍ଯ୍ୟ ଆରମ୍ଭ କରିଛି । କିନ୍ତୁ, ବାରିପଦା ଟାଉନ ଥାନା ପୁଲିସ ରକ୍ଷକ ହୋଇ ଭକ୍ଷକ ସାଜି କାର୍ଯ୍ୟ କରିବା ଆରମ୍ଭ କରିଛି । ରାଜନେତାଙ୍କ ହାତବାରିସୀ ସାଜିଥିବାରୁ ଜନସାଧାରଣ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏପରିକି ବାରିପଦା ଟାଉନ ଥାନା ପୁଲିସ ଦିନକୁ ଦିନ ସ୍ୱେଚ୍ଛାଚାରୀ ମନୋଭାବ ପୋଷଣ ପୂର୍ବକ ମାନ୍ୟବର ଅଦାଲତଙ୍କ ନିଦେ୍ର୍ଧଶକୁ ଫୁ.. .. ମାରି କାର୍ଯ୍ୟ କରୁଥିବାର ଅଭିଯୋଗ ହେବା ସହ ଏହା ସହରରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ସହରର ଦେଉଳସାହି ଅଞ୍ଚଳର ଦିପ୍ତିରାଣୀ ଦାସ ଓ ତାଙ୍କ ପଡେ଼ାଶୀ ବାବୁ ମହାପାତ୍ର ଓ ତାଙ୍କ ପରିବାର ମଧ୍ୟରେ ଜମିଜମା ବିବାଦ ଉପୁଜିବାରୁ ସେ ନ୍ୟାୟ ପାଇବା ନିମନ୍ତେ ବାରିପଦା ଟାଉନ ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନାରେ ପୁଲିସ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବିଫଳ ହେବା ପରେ ବାରିପଦା ସିଭିଲ ଜଜ୍ ସିନିୟର ଡ଼ିଭିଜନଙ୍କ ଇଜିଲାସରେ ୨୦୧୯ ଫେବୃଆରୀ ୧ରେ ଆଇଏ କେଶ ନଂ ୧୫/୨୦୧୯ରେ ଏକ ମକଦ୍ଦମା  ରୁଜୁ କରିବା ପରେ ସିଭିଲ ଜଜ୍ ସିନିୟର ଡ଼ିଭିଜନର ଜଜ୍ ମାର୍ଚ୍ଚ ପହିଲାରେ ବିଚାରାଧୀନ ସମ୍ପତ୍ତି ଉପରେ କୌଣସି ପ୍ରକାରର ଗୃହ କାର୍ଯ୍ୟ ଅଥବା ଅଘଟଣ, ବିଶୃଙ୍ଖଳା ସୃଷ୍ଟି ନକରାଇବା ନିମନ୍ତେ ବିବାଦି ବାବୁ ମହାପାତ୍ର, ବାସନ୍ତୀ ମହାପାତ୍ର ଓ ଦୀପାଳି ମହାପାତ୍ର ପ୍ରମୁଖଙ୍କ ଉଦେ୍ଧଶ୍ୟରେ ଏକ ଆଦେଶନାମା ଜାରି କରାଇଥିଲେ ; ମାତ୍ର ବିବାଦି ପକ୍ଷ ଅଦାଲତର ଆଦେଶନାମାକୁ ଅବମାନନା କରି ବିରୋଧ ସମ୍ପତ୍ତି ଉପରେ ନିର୍ମାଣ କାର୍ଯ୍ୟ ଜାରି ରଖିବାରୁ ବାଦି ଦିପ୍ତୀରାଣୀ ଦାସ ପୁଣି ଅଦାଲତର ଦ୍ୱାରସ୍ଥ ହେବାରୁ ମାନ୍ୟବର ଜଜ୍ ବାଦିଙ୍କ ଆବଦେନ ଉପରେ ବିଚାର କରି ଗତ ଜୁଲାଇ ୧୦ରେ ବାରିପଦା ଟାଉନ ଥାନା ଅଧିକାରୀଙ୍କୁ ଅଦାଲତର ଆଦେଶନାମାକୁ କାର୍ଯ୍ୟକାରୀ କରାଇବା ସଂଗେସଂଗେ ଅଦାଲତରେ ମାମଲା ଚାଲିଥିବା ସମ୍ପତ୍ତି ଉପରେ ଯେପରି କୌଣସି ନିର୍ମାଣ କାର୍ଯ୍ୟ ହୋଇନପାରିବ ସେଥି ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନିମନ୍ତେ ନିଦେ୍ର୍ଧଶନାମା ଜାରି କରାଇଥିଲେ । ମାତ୍ର ବାଦି ଦିପ୍ତିରାଣୀ ଦାସଙ୍କ ଅଭିଯୋଗ ଅନୁସାରେ ବାରିପଦା ଟାଉନ ଥାନା ଅଧିକାରୀ ଆଦାଲତର ନିଦେ୍ର୍ଧଶକୁ କାର୍ଯ୍ୟକାରୀ ନକରିବା ଏବଂ ଆଦାଲତର ନିଦେ୍ର୍ଧଶ ସତ୍ୱେ କୌଣସି ପଦକ୍ଷେପ ଗ୍ରହଣ ନକରିବା ଫଳରେ ବିବାଦି ବାବୁ ମହାପାତ୍ରଙ୍କ ପକ୍ଷ ଅଦାଲତର ନିଦେ୍ର୍ଧଶକୁ ଅବମାନନନା କରି ବିଚାରାଧୀନ ସମ୍ପତ୍ତି ଉପରେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ।
            ସେହିପରି ଅନ୍ୟ ଏକ ଜମିଜମା ମାମଲାରେ ବାଦି ଚାରୁଲତା ପାଲ ବନାମ ବିବାଦି ପ୍ରଶାନ୍ତ କୁମାର ଜ୍ୟୋତି ଓ ଅନ୍ୟମାନଙ୍କ ନାମରେ ଆଇଏ କେଶ ନମ୍ବର ୧୧/୧୮ରେ ବାରିପଦା ଏସଡିଜେଏମ କାମ୍ ସିଭିଲ ଜଜଙ୍କ ଇଜିଲାସରେ ରୁଜୁ କରିବା ପରେ ଜଜ୍ ଉକ୍ତ ମାମଲାରେ ଗତ ଜୁନ ୨୬ରେ ବାରିପଦା ଟାଉନ ଥାନା ଅଧିକାରୀଙ୍କୁ ସ୍ଥିତାବସ୍ଥା ଜାରି ରଖିବା ନିମନ୍ତେ ଦେଇଥିବା ଆଦେଶ ନାମାକୁ ଥାନା ଅଧିକାରୀ କାର୍ଯ୍ୟକାରୀ କରୁନଥିବାର ବାଦି ଚାରୁଲତା ପାଲ ଅଭିଯୋଗ କରିବା ସହ ପୁଲିସ କୋର୍ଟର ନିଦେ୍ର୍ଧଶକୁ କେମିତି କାର୍ଯ୍ୟକାରି କରାଇବାକୁ ହୁଏ ସେହି ତରିକା ଓ ଶୈଳୀ ଜଣାନାହିଁ ବୋଲି ତାଚ୍ଛଲ୍ୟ କରୁଥିବାର ପ୍ରକାଶ କରିଛନ୍ତି । ଫଳରେ ବାଦି ଚାରୁଲତା ପାଲ ପୁଣି ଥରେ ଆଦାଲତର ଦ୍ୱାରସ୍ଥ ହୋଇ ଭାଓଲେସନ ମିସ କେଶ ନଂ ୫/୧୯ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଛନ୍ତି ।
           ପୁଣି ଗତ ଏପ୍ରିଲ ୨୨ରେ ବାରିପଦା ପାୱାର ଏମ୍ପେ୍ଲାଇଜ ୟୁନିଅନର ଆବେଦନକୁ ଗ୍ରହଣ କରି କେଶ ନଂ  ଆଇଏ ୩୮/୨୦୧୯ରେ ବାରିପଦା  ସିଭିଲ ଜଜ୍ ଗତ ଜୁଲାଇ ୧ରେ ଏକ ଅନ୍ତରିଣ ରହିତାଦେଶ ଜାରି କରାଇଥିଲେ ମଧ୍ୟ ବିବାଦି ନୃସିଂହ ଚରଣ ପଣ୍ଡା ଓ ଗଜେନ୍ଦ୍ର ବାରିକ ଅଦାଲତଙ୍କ ଆଦେଶକୁ ପାଳନ ନକରି ପାୱାର ଏମ୍ପେ୍ଲାଇଜ ୟୁନିଅନ କାର୍ଯ୍ୟାଳୟକୁ ଦଖଲ କରିବା ଘଟଣାକୁ ନେଇ ଗତ ୫/୭/୨୦୧୯ ଓ ୭/୭/୨୦୧୯ରେ ୟୁନିଅନର ସହ-ସମ୍ପାଦକ ଜ୍ୟୋତି କୃଷ୍ଣ ବେହେରାଙ୍କ ପକ୍ଷରୁ ବାରିପଦା ଟାଉନ ଥାନାରେ ଦୁଇଥର ଏଫ୍ଆଇଆର୍ ଦାଖଲ କରାଯାଇଥିଲେ ମଧ୍ୟ ଟାଉନ ଥାନା ଅଧିକାରୀ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସେମାନଙ୍କୁ ଘଣ୍ଟ ଘଉଡେ଼ଇବାରେ ଲାଗିଛନ୍ତି । ଫଳରେ ପାୱାର  ଏମ୍ପେ୍ଲାଇଜ ୟୁନିଅନର ସହସମ୍ପାଦକ ଶ୍ରୀବେହେରା ପୁଣି ଥରେ ଅନ ଲାଇନରେ ଗତ ୧୦/୦୭/୨୦୧୯ରେ ଏକ ଏଫ୍ଆଇଆର୍ ଦାଖଲ କରିଥିଲେ ମଧ୍ୟ ଥାନା ଅଧିକାରୀ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କୌଣସି କାର୍ଯାନୁଷ୍ଠାନ  ଗ୍ରହଣ ନକରିବା ଥାନା ଅଧିକାରୀଙ୍କ ନିରପେକ୍ଷତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଇଛି ଏବଂ ବିବାଦିମାନେ ଏହାର ସୁଯୋଗ ନେଇ କୋର୍ଟର ଆଦେଶନାମାକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ଚାଲିଛନ୍ତି । ଯେଉଁଠି ବାରିପଦା ଟାଉନ ଥାନା ଅଧିକାରୀ ଅଦାଲତର ଆଦେଶନାମାକୁ କାର୍ଯ୍ୟକାରୀ କରୁ ନାହାନ୍ତି, ସେହି କ୍ଷେତ୍ରରେ ସାଧାରଣ ଜନତା କଥା ପଚାରେ କିଏ ବୋଲି ଜନସାଧାରଣରେ ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ନବୀନଙ୍କ ହାତରେ ରହିଥିବା ଗୃହ ବିଭାଗର ପୁଲିସ କର୍ମଚାରୀମାନଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ତୁଟିଯାଉଛି । ନ୍ୟାୟ ପାଇବା ନିମନ୍ତେ ବାରମ୍ବାର ଥାନାକୁ ଦୌଡ଼ାଦୌଡ଼ି କରିବା ପରେ ଶେଷରେ ନିରାଶ ହେବାକୁ ପଡ଼ୁଛି । ପୁଲିସର ଏହି ପ୍ରକାରର କାର୍ଯ୍ୟ ଶୈଳୀ ସେମାନଙ୍କ ସ୍ୱେଚ୍ଛାଚାରୀ ମନୋଭାବ ଉପରକୁ ଅଙ୍ଗୁଳି ନିଦେ୍ର୍ଧଶ କରାଉଥିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସ୍ୱଚ୍ଛ, ନିର୍ମଳ ଶାସନର ନଗ୍ନ ଉଦାହରଣ ଜନସାଧାରଣ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ତେବେ ଏହି ଅଭିଯୋଗ ଉପରେ ବାରିପଦା ଟାଉନଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କ ସେଲ ନମ୍ବର ୯୪୩୯୮୧୧୦୨୫ରେ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା ।

0
0
0
s2sdefault