ହେଡଲାଇନସ୍:

୭୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର କାଠ ପଟା ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) :  ମଗରବନ୍ଧ ଗ୍ରାମରେ ଓଡଗାଁ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୧୧୦ ଖଣ୍ଡ ଚୋରା କାଠ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୭୦ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଏହି ଗ୍ରାମର ତ୍ରିନାଥ ନାୟକ ବେଆଇନ ଭାବରେ ଚୋରାରେ କାଠ ବେପାର କରୁଥିବା ବିଶେଷ ସୁତ୍ରରୁ ଖବର ପାଇ ବନବିଭାଗ ଆଜି ଚଢାଉ କରିଥିଲା । ନୟାଗଡ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡିଙ୍କ ନିର୍ଦ୍ଦେଶ କ୍ରମେ ଓଡଗାଁ ବନାଚଂଳ ଅଧିକାରୀ ରବିନ୍ଦ୍ରନାଥ ପଣ୍ଡା ଫରେଷ୍ଟର ଜ୍ୟୋତି ରଂଜନ ମାନସିଂହ, ସରିତା ବରାଡ, ବନରଖି ପବିତ୍ର ପରିଡା, ଅଶୋକ କୁମାର ମୁଦୁଲି, ସୁବାସ ନାୟକ ଓ ପ୍ରୋଟେକସନ ସ୍କ୍ୱାଡ଼  ସହ ମିଳିତ ଚଢାଉ କରି ତ୍ରିନାଥ ନାୟକଙ୍କର ଏକ ଅବ୍ୟବହୃତ ଘରୁ ଶାଳ, ଆକାଶିଆ, ଗମ୍ଭାରି ଏପରି ୪୩ ଖଣ୍ଡ ଶାଳ ସାଇଜ ଓ ୬୭ଖଣ୍ଡ ପଟ୍ଟା ଜବତ କରି କାର୍ଯ୍ୟାଳୟକୁ ଆଣିଥିଲେ ।  ଚୋରା ବେପାରୀ  ଜଣକ ଫେରାର ଥିବାରୁ ତାକୁ ଗିରଫ କରିବା ସମ୍ଭବ ହୋଇ ନାହିଁ  । ଏ ନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତକୁ ଯଥା ଶିଘ୍ର ଗିରଫ କରାଜିବ ବୋଲିି ବନାଚଂଳ ଅଧିକାରୀ କହିଛନ୍ତି ।

0
0
0
s2sdefault