ହେଡଲାଇନସ୍:

ଯେତେ ପ୍ରଶ୍ନ ପଚାରିଲେ ବି ଉତ୍ତର ସେଇ ସଂକ୍ଷିପ୍ତ ଆଉ ସରଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଆ ଭାଷା ସ୍ୱାର୍ଥ ସଂପର୍କିତ ପ୍ରଶ୍ନର ଉତର ଫାଙ୍କିଦେଲେ ମନ୍ତ୍ରୀ
କହିଲେ ଭାଷା ଲୋପ ପାଇବା ଘଟଣା ଦୃଷ୍ଟିକୁ ଆସିନାହିଁ

ଭୁବନେଶ୍ୱର,(ଶାସକ ପ୍ରଶାସକ): ଓଡ଼ିଶା ଏବଂ ସମଗ୍ର ବିଶ୍ୱରେ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା କେତେ? ଏ ସଂପର୍କରେ ରାଜ୍ୟ ସରକାର ବା କୌଣସି ସଂସ୍ଥା ଆକଳନ କରିଛନ୍ତି କି? ଯଦି ଆକଳନ ବା ସର୍ଭେ ହୋଇଛି ସେ ସଂପର୍କରେ ବିସ୍ତୃତ ବିବରଣୀ ଦେବେ କି? ଯଦି ହୋଇନାହିଁ ଓଡ଼ିଆ ଭାଷାର ସ୍ୱାର୍ଥ ଓ ଭବିଷ୍ୟତ ପାଇଁ ଏଭଳି ଆକଳନ ବା ସର୍ଭେର ଆବଶ୍ୟକତା ରହିଥିବା ସରକାର ବିଚାର କରୁଛନ୍ତି କି? ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବେ କି?
ଆଜି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଉପରୋକ୍ତ ପ୍ରଶ୍ନମାନ କରିଥିଲେ । ତାଙ୍କ ବିଭାଗ ପକ୍ଷରୁ ଏଭଳି ଆକଳନ କରିବାର କୌଣସି ବ୍ୟବସ୍ଥା ନାହିଁ ଦର୍ଶାଇ ଏହି ପ୍ରଶ୍ନକୁ ଫାଙ୍କି ଦେଇଥିଲେ । ପୁନର୍ବାର ବିଧାୟକ ଶ୍ରୀ ମାଝୀ ପଚାରିଥିଲେ ଯେ ଇଂଟରନେଟ୍ ତଥା ବିଭିନ୍ନ ପ୍ରକାର ସର୍ଭେ ବା ଆକଳନ ସୂଚାଉଛି ଯେ ବିଶ୍ୱର ଅନେକ ଆଂଚଳିକ ଭାଷା, ଉପଭାଷା, ଜନଜାତିଙ୍କ ଭାଷା, ଉପଭାଷା ଲୋପ ପାଇଥିବାରୁ ସେ ନେଇ ସରକାର ଅନୁଧ୍ୟାନ କରୁଛନ୍ତିି କି? ଓଡ଼ିଶାରୁ କେତେ ସଂଖ୍ୟକ ଉପଭାଷା ଲୋପ ପାଇଲାଣି ବା ବିଲୋପ ସ୍ଥିତିରେ ଅଛି ସେ ସଂପର୍କରେ ତଥ୍ୟ ପ୍ରଦାନ କରିବେ କି?
ଏ ସମସ୍ତ ପ୍ରଶ୍ନକୁ ମଧ୍ୟ ମନ୍ତ୍ରୀ ଫାଙ୍କି ଦେଇଥିଲେ । ସେ କହିଲେ ଯେ ଇଂଟରନେଟ୍ ତଥା ବିଭିନ୍ନ ପ୍ରକାର ସର୍ଭେ ଦ୍ୱାରା ବିଶ୍ୱର ଅନେକ ଆଂଚଳିକ ଭାଷା, ଉପଭାଷା, ଜନଜାତିଙ୍କ ଭାଷା, ଉପଭାଷା ଲୋପ ପାଇଥିବା ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିନାହିଁ । ଓଡ଼ିଶାର କେତେ ସଂଖ୍ୟକ ଉପଭାଷା ଲୋପ ପାଇଲାଣି ବା ବିଲୋପ ହେବା ସ୍ଥିତିରେ ରହିଛି ଏ ବାବଦରେ ତଥ୍ୟ ବିଭାଗରେ ଉପଲବ୍ଧ ନୁହେଁ । ତେବେ ଭାଷାର ସୁରକ୍ଷା ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସେ ସୂଚନା ଦେଇଥିଲେ ।  








0
0
0
s2sdefault