ହେଡଲାଇନସ୍:

ଓଡିଶା ପାଇଁ ଗର୍ବ, ଦେଶ ପାଇଁ ସୁନାମ : ଟାଇଟଲ ଜିତିଲେ ଅଭିଷେକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧର୍ମଗଡ ରୁ ସୁଶାନ୍ତ ରାଉତ :  ପୁଣିଥରେ ବିଦେଶରେ ଓଡିଆ ପୁଅ କମାଲ ଦେଖାଇଛନ୍ତି ।ସ୍ୱିଜରଲାଣ୍ଡ ରେ ଆୟୋଜିତ ଏକ ଷ୍ଟଣ୍ଟ ପ୍ରତିଯୋଗିତାରେ  ଓଡ଼ିଆ ପୁଅ ଅଭିଷେକ ପାଟ୍ଟଯୋଶୀ ଆଇରନ ମ୍ୟାନ ଟାଇଟଲ ଜିତିଛନ୍ତି । ନିର୍ଦ୍ଧାରିତ ସମୟ ଠାରୁ ଏକ ଘଣ୍ଟା ପୂର୍ବରୁ ସମସ୍ତ ପ୍ରତିଯୋଗିତାରେ ସଫଳତା ହାସଲ କରି ସେ ଏହି କୃତିତ୍ୱ  ଅର୍ଜନ କରିଛନ୍ତି  । ସୁଇଜରଲାଣ୍ଡ ରେ ଆୟୋଜିତ ଏକ ଷ୍ଟଣ୍ଟ ପ୍ରତିଯୋଗୀତ ରେ କଳାହାଣ୍ଡି ଧର୍ମଗଡର ବରିଷ୍ଠ ଆଇନଜୀବୀ ମିହିର ରଂଜନ ପାଟ୍ଟଯୋଶୀଙ୍କ ପୁଅ ଅଭିଷେକ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ୧୮ ଘଣ୍ଟା ଭିତରେ ପ୍ରତିଯୋଗୀଙ୍କୁ ୩.୮ କିମି ସମୁଦ୍ର ଭିତରେ ସନ୍ତରଣ କରିବା ୧୮୦ କିମି ସାଇକଲ ଚଲେଇବା ଓ ୪୨.୨ କିମି ଦୌଡ଼ିବାକୁ ପଡିଥାଏ । ତେବେ ସବୁ ପ୍ରତି ଯୋଗୀତରେ ଅଭିଷେକ ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ୧ଘଣ୍ଟା ଆଗରୁ ଅର୍ଥାତ  ୧୭ ଘଣ୍ଟା ରେ ଶେଷକରି ଆଇରନ ମ୍ୟାନ ଟାଇଟଲ ହାସଲ କରିଛନ୍ତି ଏହି ପ୍ରତିଯୋଗିତାରେ ଭାରତରୁ ୪0 ଜଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault