ହେଡଲାଇନସ୍:

ମୌଳିକ ସୁବିଧାରୁ ବଞ୍ଚିତ ମାଟି କାଡା ଗ୍ରାମ : ଏମାନେ କଣ ସରକାରଙ୍କ ସାବତ ପିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କନ୍ଧମାଳର  ଦୁର୍ଗମ ଅଂଚଳରେ ପହଁଚିଲା ଶାସକ ପ୍ରଶାସକ
 ଯେଉଁ ସ୍ଥାନରେ  ବର୍ତ୍ତମାନ ସୁଦ୍ଧା ସରକାରୀ ସୁବିଧା ଅପହଞ୍ଚ.
କାହିଁକି ପହଂଚିବାକୁ ଚେଷ୍ଟା ଟିକେ କରୁନି ପ୍ରଶାସନ

କନ୍ଧମାଳ/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲାର କୋଟଗଡ ବ୍ଲକ. ଯାହାର ଅଧୀନରେ ରହି ଅଛି ଜୁବାଗୁଡା ଗ୍ରାମ ପଞ୍ଚାୟତର ମାଟିକାଡା ଗ୍ରାମ.|  ଏହି ଗ୍ରାମରେ ପ୍ରାୟ 200ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି | କିନ୍ତୁ ଅତି ଦୁଃଖର ବିଷୟ ଏହି ଗ୍ରାମ ସରକାରଙ୍କ  ମୌଳିକ ସୁବିଧା ପାଇବାରୁ ବଞ୍ଚିତ |  ବର୍ତ୍ତମାନ ସୁଦ୍ଧା ଗ୍ରାମକୁ ନାହିଁ ଚାଲିବା ପାଇଁ ଭଲ ରାସ୍ତା, ପିଇବା ପାଇଁ ନାହିଁ ସୁଦ୍ଧ ପାଣି |  ନାମକୁ ମାତ୍ର ବିଦ୍ୟୁତ ସଂଯୋଗ ହୋଇଛି ହେଲେ ଜଳୁ ନାହଁ ବଲବ |  ଯାହା କି ଅତି ଦୁଃଖର ସହ ବଖାଣିଛନ୍ତି ଲୋକମାନେ | ପ୍ରଶାସନର ଅଣଦେଖା ଖବର ପାଇଁ ଆମ ଜ଼ିଲ୍ଲା ପ୍ରତିନିଧି ଗଗନ କୁମାର ପ୍ରଧାନ ଏହି ଦୁର୍ଗମ ଅଞ୍ଚଳରେ ପହଂଚି ଗ୍ରାଉଣ୍ଡ ଜ଼ିରୋ ରିପୋର୍ଟ ସଂଗ୍ରହ କରି ଥିଲେ.| ଏହି ଗ୍ରାମ କୋଟଗଡ ବ୍ଲକ ଠାରୁ ପ୍ରାୟ 60 କିଲୋମିଟର ଦୁର୍ଗମ ଅଂଚଳରେ ଅବସ୍ଥିତ | ଏହି ଗ୍ରାମକୁ ସରକାରୀ ବାବୁଙ୍କ ପାଦ ପୋଡିବା ଅଂଚଳ ବାସୀଙ୍କ ପାଇଁ ସାତସପନ. ନା ଯାନ୍ତି ଡାକ୍ତରୀ ଦଳ ନା ଯାନ୍ତି କୌଣସି ପ୍ରଶାସନିକ ଅଧିକାରୀ | . ସରକାରଙ୍କ ତରଫରୁ ଗାଁ ମୁଣ୍ଡରେ ଏକ ନଦୀ ଉପରେ ପୋଲ  ନିର୍ମାଣ କରା ଯାଇଥିଲା.| ହେଲେ ବହୁତ ଦିନ ହେବ ତାହା ଭାଙ୍ଗି ଯାଇଛି |  ଗାଁ ଲୋକ ବର୍ଷା ହେଲେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ଛାତ୍ର ଛାତ୍ରୀ ବିଦ୍ୟାଳୟ କଲେଜ, ଡାକ୍ତରଖାନା ଇତ୍ୟାଦି ସ୍ଥାନକୁ ଯିବା ପାଇଁ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି | ସେହିପରି ଜୁବା ଗୁଡା ଗ୍ରାମ ପଞ୍ଚାୟତର  ୱାର୍ଡ  ନମ୍ବର 6ର ବଡଯାଲଗୁ, ଗାନ୍ଧୀ ନଗର, ଉପର ଏବଂ ତଳ ସାହିରେ ପାଖାପାଖି 50 ପରିବାର ବସବାସ କରନ୍ତି | କିନ୍ତୁ ବର୍ତମାନ ସୁଦ୍ଧା ବିଦ୍ୟୁତ ସଂଯୋଗ  ହୋଇନାହିଁ | ପ୍ରଶାସନ ମାଟିକାଡା,  ବଡ଼ଯାଲଗୁ ଗ୍ରାମ ବାସୀଙ୍କ ପ୍ରତି ଅଣଦେଖା କରୁଛନ୍ତି ବୋଲି ଗ୍ରାମର ସୁନ୍ଦର ମଣ୍ଡଳ ନାୟକ, ଦାମସା ମାଲିକ, ପାଉଲ ମାଲିକ, ମୋଟଲା ମାଲିକ, ଟଙ୍ଗା ମାଲିକ, ଆଶିଷ ବଳିଆର ସିଂ ପ୍ରମୁଖ ଅଭିଯୋଗ କରିଛନ୍ତି.|  ଅସୁବିଧା ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ପ୍ରଶାସନରୁ ଗୁହାରି କରିଥିଲେ ମଧ୍ୟ କେହି ମଧ୍ୟ ତାଙ୍କର ଗୁହାରି ଶୁଣୁ ନ ଥିବା କହିଛନ୍ତି | ସରକାରୀ କର୍ମଚାରୀ ଘଞ୍ଚ ଜଙ୍ଗଲ ବଡ଼ ବଡ଼ ପାହାଡ଼ ଘେରା ସ୍ଥାନରେ ଅବସ୍ଥିତ ଏହି ଅଞ୍ଚଳ ମାଓ ପ୍ରବଣ ଅଞ୍ଚଳ ବୋଲି ବାହାନା କରି ଅଞ୍ଚଳ ବାସୀଙ୍କୁ ସରକାରୀ ସୁବିଧା ଯୋଗୁଁ ନ ଥିବା ମଧ୍ୟ ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି.| ଯଦି ସରକାର ଅଞ୍ଚଳ ବାସୀଙ୍କ ଦାବି ପ୍ରତି ଅଣଦେଖା କରନ୍ତି ତାହା ହେଲେ ଆଗାମୀ  ଦିନରେ ଆନ୍ଦୋଳନ ଜୋରଦାର କରାଯିବ |

0
0
0
s2sdefault