ହେଡଲାଇନସ୍:

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବେ ଶିଶୁ , ନାବାଳିକା ଓ ନାରୀନିର୍ଯ୍ୟାତନା , ବଳାତ୍କାର, ଅପହରଣ ନିଖୋଜ ଓ ସର୍ବପୋରି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବୃଦ୍ଧି ପାଉଥିବା ପ୍ରତିବାଦରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳ ଅନୁପମ ସାହାଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ବିଭୁତି ଭୂଷଣ ପାତ୍ରଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ନେତା ମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
    ରାଜ୍ୟର ବିଭିନ୍ନ ସ୍ଥାନରେ ଦୀର୍ଘ ୧୯ ବର୍ଷ ଧରି କ୍ରମାଗତ ଭାବେ ନାବାଳିକା ଓ ନାରୀ ନିର୍ଯ୍ୟାତନା ସହ ବଳାତ୍କାର , ଅପହରଣ ଓ ନିଖୋଜ ଭଳି ଘଟଣା ବଢି ଚାଲିଛି ଏବଂ ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୁର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି ଯାହାକି ଏହା ରାଜ୍ୟବାସୀଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ଅଟେ । ଅନ୍ୟ ପକ୍ଷରେ ବିଶେଷ କରି ବିଧାନସଭା ଭଳି ପବିତ୍ର ଗୃହରେ ମୁଖ୍ୟମନ୍ତ୍ରୀ ଏ ଦିଗରେ ନିକଟ ଅତୀତରେ ରଖିଥିବା ବିବୃତ୍ତିରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ପୁରାପୁରି ଠିକ ଅଛି ବୋଲି ଉତ୍ତର ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ ବୋଲି ସ୍ମାରକ ପତ୍ରରେ ଦର୍ଶାଯାଇଛି । ଏଭଳି ବିପର୍ଯ୍ୟୟ ପରିସ୍ଥିତିର ନିରାକରଣ ଦିଗରେ ଆବଶ୍ୟକ ଦୃଢ ପଦକ୍ଷେପ ନ ନିଆଗଲେ ଆଗାମୀ ଦିନରେ କଂଗ୍ରେସ ଦଳ ପକ୍ଷରୁ ପଲ୍ଲୀଠାରୁ ଆରମ୍ଭ  କରି ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ ଓଡିଶା ବନ୍ଦ ଡାକରା ଭଳି ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଦର୍ଶାଯାଇଛି । ଏହି କାର୍ଯ୍ୟକ୍ରମରେ ନଗର ସଭାପତି ବସନ୍ତ ପଣ୍ଡା ବରିଷ୍ଠନେତା ସଞ୍ଜୟ ଅଧିକାରୀ ଓ ଅନ୍ୟମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

0
0
0
s2sdefault