ହେଡଲାଇନସ୍:

ଗଜପତି ଜିଲ୍ଲାକୁ ମରୁଡି ପ୍ରପୀଡିତ ଜିଲ୍ଲା ଭାବେ ଘୋଷଣା ଦାବୀ ଏବଂ ସରକାରୀ ଅଫିସରଙ୍କ ମନମୁଖୀ ଶାସନ ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ଚଳିତ ବର୍ଷ ଗଜପତି ଜିଲ୍ଲାକୁ ମରୁଡି ପ୍ରପୀଡିତ ଜିଲ୍ଲା ଭାବେ ଘୋଷଣା କରିବାକୁ ଏବଂ ଜିଲ୍ଲାରେ କେତେକ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ବିଜେଡିର ହାତବାରିଶି ହୋଇ ମନମୁଖୀ ଶାସନ କରୁଥିବା ବିରୁଦ୍ଧରେ ଆଜି ଜିଲ୍ଲା ଭାଜପା ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରାଟ ବିକ୍ଷୋଭ ପ୍ରଦର୍ଶନ, ସଭା , ଗଣଧାରଣା ଓ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
    ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦୦ରୁ ଉର୍ଧ୍ଵ  ଭାଜପା ନେତା ଓ କର୍ମୀ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । ଜିଲ୍ଲାକୁ ମରୁଡି ଘୋଷଣା ଏବଂ ମନମୁଖୀ ଶାସନ ସମ୍ପର୍କିତ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ସବୁ ଦେଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।


    ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ବିଭିନ୍ନ ସ୍ଲୋଗାନ ଦେଇ ସଭା କରିଥିଲେ । ଭାଜପା ଜିଲ୍ଲା ସଭାପତି ଭେଙ୍କେଟରାବଣା ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅନିତାରାଣି ବେହେରା, ବରିଷ୍ଠନେତା ନୃସିଂହଚରଣ ପଟ୍ଟନାୟକ, ପିନିଣ୍ଟି କ୍ରିଷ୍ଣା, ମୁରଲୀ ଗୋପାଲ ରାଓ, ସିଦ୍ଧେଶ୍ୱର ମିଶ୍ର, ଭାରତୀଆମ୍ମା, କୃଷକ ମୋର୍ଚ୍ଚାର ସଭାପତି ପ୍ରଶାନ୍ତ ପାଳ ଏବଂ ମହିଳା ମୋର୍ଚ୍ଚାର ଆରୁଣିମା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଦାବୀ ଗୁଡିକ ମୁଖ୍ୟତଃ ଗଜପତି ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହୋଇ ଚାଷବାସ କ୍ଷେତ୍ରରେ ମରୁଡି ପରିସ୍ଥିତି ଦେଖାଦେଇଛି । ତେଣୁ ଗଜପତି ଜିଲ୍ଲାକୁ ମରୁଡି ପ୍ରପୀଡିତ ଜିଲ୍ଲା ଭାବେ ଘୋଷଣା କରାଯାଉ, ଚାଷୀଙ୍କୁ ଫସଲ ବୀମା ଦିଆଯାଉ । କାଳିଆ ଯୋଜନାରେ ସମସ୍ତ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଉ , ଚାଷୀର ଉପùାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଦିଆଯାଉ, ଚାଷୀଙ୍କୁ କୃଷିରୁଣ ଛାଡ କରାଯାଉ ଏବଂ ବିଜେଡି ଦଳର ହାତବାରିସିି ଜିଲ୍ଲା ସ୍ତରୀୟ ସରକାରୀ ଅଧିକାରୀ ମାନେ ସେମାନଙ୍କ ମନମୁଖୀ ଶାସନ ବନ୍ଦ କରିବା ସହ ପ୍ରକଳ୍ପ ନିର୍ଦ୍ଦେଶକ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରାଯିବାକୁ ଦାବୀ କରିଥିଲେ ।
    ଶେଷରେ ଜିଲ୍ଲାପାଳ ଅନୁପମ ସାହାଙ୍କୁ ମହାମାନ୍ୟ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।

0
0
0
s2sdefault