ହେଡଲାଇନସ୍:

ପିଲା କେମିତି ପଢିବେ ଆଉ କେମିତି ବଢିବେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୨୧୫୯ ଉଚ୍ଚ ପ୍ରାଥିମକ ସ୍କୁଲ ଗୃହ ବିପଦସଙ୍କୁଳ
୨୬୫୬ ଉଚ୍ଚ ପ୍ରାଥମିକ ସ୍କୁଲରେ ପ୍ରଧାନ ଶିକ୍ଷକ ନାହାନ୍ତି


ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିଚିତ୍ର । କେଉଁଠି ଶ୍ରେଣୀଗୃହ ନାହିଁ ତ କେଉଁଠି ସ୍କୁଲଗୃହ ବିପଦସଙ୍କୁଳ । ଆଜି ବିଧାନସଭା ପ୍ରଶ୍ନୋତର କାଳରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ଉତରରୁ ଏଭଳି ସ୍କୁଲର ଚିତ୍ର ସାମ୍ନାକୁ ଆସିଛି ।
ଆଜି ବିଧାନସଭାରେ ପ୍ରଶ୍ନକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତରରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ରାଜ୍ୟରେ ମୋଟ ୧୭୧୪୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ତନ୍ମଧ୍ୟରୁ ୨୧୫୯ ସ୍କୁଲଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି । ମୋଟ ୧୭୧୪୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୨୬୫୬ଟିରେ ପ୍ରଧାନ ଶିକ୍ଷକ ନାହାନ୍ତି । ୧୧୫୩୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ପାଇଁ ପ୍ରକୋଷ୍ଠ  ନାହିଁ । ଅନୁଗୁଳ ଜିଲ୍ଲାର ୧୬୮ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନ ଥିବା ବେଳେ ବୌଦ୍ଧ ଓ କଟକ ଜିଲ୍ଲାର ୨୩୯ଟି ଲେଖାଏଁ, ଢେଙ୍କାନାଳର ୨୧୯ଟି, ଝାରସୁଗୁଡ଼ାର ୧୪୪ଟି, କଳାହାଣ୍ଡିର ୨୨୪ଟି, କନ୍ଧମାଳର ୧୩୪ଟି, କୋରାପୁଟର ୧୨୨ଟି, ମାଲକାନଗିରିର ୩୨୭ଟି, ମୟୂରଭଞ୍ଜର ୫୧୯ଟି, ନବରଙ୍ଗପୁରର ୯୯ଟି, ରାୟଗଡ଼ାର ୭୦ଟି, ସମ୍ବଲପୁରର ୧୫୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନାହାନ୍ତି । ଅନ୍ୟପକ୍ଷରେ ବଲାଙ୍ଗୀର, ଯାଜପୁର, ଖୋର୍ଦ୍ଧା, ନବରଙ୍ଗପୁର ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ବିପଦ ସଙ୍କୁଳ ଅବସ୍ଥାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନ ରହିଛି ।

0
0
0
s2sdefault