ହେଡଲାଇନସ୍:

ଗୁଣାତ୍ମକତା ରକ୍ଷା କରି ଧାର୍ଯ୍ୟ ସମୟ ଭିତରେ ଜାଇକା କାମ ସାର : ମନ୍ତ୍ରୀ ଶ୍ରୀ ଜେନା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଜାଇକା ପ୍ରକଳ୍ପ ଅଗ୍ରଗତି ସଂ ପର୍କିତ ସମୀକ୍ଷା ବୈଠକ\

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଗୁଣାତ୍ମକତା ରକ୍ଷା କରି ଧାର୍ଯ୍ୟ ସମୟ ଭିତରେ ଜାଇକା କାମ ସାରିବା ପାଇଁ  କଟକ ସହରର ପରିମଳବ୍ୟବସ୍ଥା ସୁଦୃଢ଼ୀକରଣ ନିମନ୍ତେ ଜାଇକା ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ୨୯୭୪ କୋଟି ଟଙ୍କାର ପ୍ରକଳ୍ପ ଅଗ୍ରଗତି ସଂ ପର୍କରେ ସମୀକ୍ଷା ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ,ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | |
ମନ୍ତ୍ରୀ ଶ୍ରୀ ଜେନାଙ୍କ ସଚିବାଳୟସ୍ଥ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରୁ ସେପ୍ଟେମ୍ବର  ୨୦୨୦ ସୁଦ୍ଧା କଟକରେ ଓ ଡିସେମ୍ବର  ୨୦୨୦ ସୁଦ୍ଧା ଭୁବନେଶ୍ୱରରେ ଜାଇକା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ  ହେବ ବୋଲି ଜଣା ପଡ଼ିଛିା ପ୍ରକାଶ ଥାଉ କି ବର୍ତ୍ତମାନ ସୁଦ୍ଧା କଟକ ସହରରେ ୩୮୫ କିମି ସେ୍ୱଏଜ୍ ଲାଇନରୁ  ୨୮୫ କିମିର କାର୍ଯ୍ୟ ସମାପ୍ତ ହୋଇଛିା କଟକରେ ଡ୍ରେନେଜ୍ ବ୍ୟବସ୍ଥା ୨୦୨୧ ଜୁଲାଇ ସୁଦ୍ଧା ସରିବ ବୋଲି ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଅବଗତ କରାଯାଇଥିଲା | ଜାଇକା ପକ୍ଷରୁ କଟକ ସହରରେ ସର୍ବେକ୍ଷଣ କରାଯାଇ ପ୍ରତ୍ୟେକ ଘରକୁ ସେ୍ୱଏଜ୍ ସଂଯୋଗ  ପାଇଁ ପଦକ୍ଷେପ ନିଆଯାଉଛି | ସଂଯୋଗୀକରଣ  ଶେଷହେବା ପରେବର୍ଜ୍ୟବସ୍ତୁ  ପରିଚାଳନା କରାଯିବ  ବୋଲି ମତ ପ୍ରକାଶ ପାଇଥିଲା | ଏହାବ୍ୟତୀତ ସମାଜ କାର୍ୟାଳୟ ଠାରୁ ମାତୃଭବନ  ପର୍ଯ୍ୟନ୍ତ  ଦୀର୍ଘ ୩.୪ କିମିବକ୍ସ ଡ୍ରେନ୍ ନିର୍ମାଣ କାର୍ଯ୍ୟ ୨୦୨୧ ଜୁଲାଇ ସୁଦ୍ଧା ଶେଷ ହେବା ଏହିବକ୍ସ ଡ୍ରେନ୍ ଉ ପରେ ଜାନବାହନ ଚଳାଚଳ ସମ୍ଭବ ହୋଇ ପାରିବା େ ପାଲିସ୍ କଲୋନୀ ଏବଂ ବିଦ୍ୟାଧାର ପୁରଠାରେ ଜାଇକା ପକ୍ଷରୁ ନିର୍ମିତ ଦୁଇଟି ପମପିଙ୍ଗ ଷ୍ଟେସନର କାର୍ଯ୍ୟ  ସମାପ୍ତ ହୋଇଥିବା  ସ୍ଥଳେ ମତଗଜପୁର ଓ ଗୁଳୁଗୁଳିଠାରେ ଆଉ ଦୁଇଟି ପମପିଙ୍ଗ ଷ୍ଟେସନ୍ ୨୦୧୯ ସେେ ପଫଞ୍ଚର ସୁଦ୍ଧା ଏବଂ ଖାନନଗରଠାରେ ମାର୍ଚ୍ଚ ୨୦୨୦ ସୁଦ୍ଧା ଗୋଟିଏ ପମପିଙ୍ଗ  ଷ୍ଟେସନ୍ କାର୍ଯ୍ୟ ସମାପ୍ତ ହେବ ବୋଲି ବୈଠକରେ ଜାଇକାର ଯନ୍ତ୍ରୀ ମାନେ  ପ୍ରକାଶ କରିଥିଲେ |
ଏହି ବୈଠକରେ ସାଲେପୁର ବିଧାୟକ   ଶ୍ରୀ ପ୍ରଶାନ୍ତ କୁମାର ବେହେରା, କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ, ଜାଇକାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀବସନ୍ତ କୁମର ପରିଡ଼ା, ମୁଖ୍ୟଯନ୍ତ୍ରୀ  ଶ୍ରୀ ଟି.ବି.କେ ସ୍ରଫ୍, ନିର୍ବାହୀ ଯନ୍ତ୍ରୀ  (ସେ୍ୱଏଜ୍) ଶ୍ରୀବିକ୍ରମ ମିଶ୍ର, ସିଏମସିରସିର ପୂର୍ବତନ କର୍ପୋରେଟର  ଶ୍ରୀ ରଞ୍ଜନବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ |


0
0
0
s2sdefault