ହେଡଲାଇନସ୍:

ଗଜପତି: ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଥଇଥାନ ବ୍ୟବସ୍ଥାରେ ଅଣଦେଖା,ଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇଲେ ବାରଘର ବାସିନ୍ଦା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଂଚାୟତ ର ବାରଘର ଗ୍ରାମର ବାତ୍ୟା କ୍ଷତିଗ୍ରସ୍ତ ଅଧିବାସୀ , ସେମାନଙ୍କୁ ଥଇଥାନ କରାଯିବା ବ୍ୟବସ୍ଥାରେ ସମ୍ପୂର୍ଣ ଭାବେ ପ୍ରଶାସନିକ ଅବ୍ୟବସ୍ଥା କରାଯାଉଥିବା ଅଭିଯୋଗରେ ଜିଲ୍ଲାପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । 

 ଅଭିଯୋଗରେ ସେମାନେ ଦର୍ଶାଇଛନ୍ତି ଯେ ,ଗତ ତିତିଲି ଝଡ଼-ବତ୍ୟାର୍ରେ ପାହାଡ଼ ଧସି ବହୁ ଧନଜୀବନ ହାନି ଘଟିଥିଲା । ଏମିତିକି  ,ସେତେବେଳେ କେବଳ ଓଡ଼ିଶାରେ ନୁହେଁ ,ସମଗ୍ର ଭାରତ ବର୍ଷରେ ଏହା ଅତ୍ୟନ୍ତ ଚହଳ ପକାଇଥିଲା । ଏହି ପରିପ୍ରେକ୍ଷୀରେ ,ସେତେବେଳେ ସମ୍ପୃକ୍ତ ବାରଘର ଗ୍ରାମକୁ ସଚିବ ସ୍ତର ଅଧିକାରୀ ,କେନ୍ଦ୍ରୀୟ ଅନୁଧ୍ୟାନ କମିଟି ଏବଂ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଏହି ଗ୍ରାମକୁ ଦୁଃଖଦ ଘଟଣାରେ ଶୋକାକୁଳ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଓ ସମବେଦନା ଜଣାଇ ଏହିଭଳି ଘଟଣାର ଭବିଷ୍ୟତରେ ଆଉ  ପୁନରାବୃତ୍ତି ନ ହେବା ଏବଂ ସମସ୍ତ କ୍ଷତିଗ୍ରସ୍ତ ପରିବାର ବର୍ଗଙ୍କୁ ଆବଶ୍ୟକ ମୌଳିକ ସୁବିଧା-ବ୍ୟବସ୍ଥା ସବୁ ଯୋଗାଇ ଦିଆଯିବ କହି  ସମ୍ପୃକ୍ତ ଗ୍ରାମବାସୀଙ୍କୁ ଅନ୍ୟତ୍ର  ସ୍ଥାନାନ୍ତର କରି ଥଇଥାନ କରିବ ପାଈଁ ଜିଲ୍ଲା ପ୍ରଶାସନଙ୍କୁ ଉଚିତ ପରାମର୍ଶ ଦେଇଥିଲେ ।

    ହେଲେ ଅତ୍ୟନ୍ତ ଦୁଃଖର ବିଷୟ ଯେ , କେବଳ ୧୦୭  ପରିବାରକୁ ଗ୍ରୁହପଟ୍ଟା ପ୍ରଦାନ ବ୍ୟତିତ ରାସ୍ତା , ବିଜୁଳି ଓ ଜଳର ସୁବିଧା ନ ଥିବା  ଯୋଗୁଁ ନୂତନ ଗୃହ ନିର୍ମାଣ ଦିଗରେ ବହୁତ ସମସ୍ୟା ଦେଖାଦେଉଛି । ବିଶେଷ କାରୀ ଜଳର ସମସ୍ୟା ଯୋଗୁଁ ଗୃହ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ଓ କେତେକ ପରିବାର ଗୃହ ନିର୍ମାଣ କରିପାରୁନାହାନ୍ତି  । ଉପରୋକ୍ତ ସମସ୍ୟା ଗୁଡିକୁ ନେଇ , ରାୟଗଡ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ଜଣାଇଲେ ମଧ୍ୟ ଏ ଦିଗରେ କର୍ଣ୍ଣପାତ କରୁନାହାନ୍ତି । ଯାହାଫଳରେ ଆମର ଉଜୂଡ଼ି ଯାଇଥିବ ପରିବାର ବହୁ ହନ୍ତସନ୍ତ ହୋଇ  ଦିନକାଳ  କାଟିବାକୁ ବାଧ୍ୟ ହେଉଛୁ ।

ଯେଉଁ ବାରଘର ଗ୍ରାମର ଜୀଵନ ହାନି ଘଟଣାକୁ ନେଇ ତିତିଲି ବେଳେ ସରକାର ଏବଂ ପ୍ରଶାସନର ଦିନେ ନିଦ ହଜାଇ ଦେଇଥିଲା , ସେହି ଗ୍ରାମର ଅଧିବାସୀଙ୍କୁ ଥଇଥାନ କରାଯିବା ଦିଗରେ ଆଜି କାହିଁକି ପ୍ରଶାସନିକ ଅଣଦେଖା କରାଯାଉଛି ବୋଲି  ଗ୍ରାମବାସୀ ସେମାନଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ।

0
0
0
s2sdefault