ହେଡଲାଇନସ୍:

୨୮ରେ ବାରିପଦାରେ ଭିକ୍ଷା ମାଗିବେ ସେବାୟତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୮ ଦଫା ଦାବି ପୂରଣ ନିମନ୍ତେ ସେବାୟତମାନଙ୍କ ନବୀନ ନିବାସ ପଦଯାତ୍ରା ଜୁଲାଇ ୨୯ରେ

ବାରିପଦା(ଦିଲ୍ଲୀପ ମହାନ୍ତି ) - ଶେଷରେ ଗ୍ରାମ ଦେବତୀ ବଡାମଠାକୁର ବୋଲି କହୁଥିବା ବିଧାନସଭାର ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ବାରିପଦାଙ୍କ ମନ୍ଦିରର ସେବାୟତମାନଙ୍କୁ ଠକି ଦେଲେ  ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ହରି ବଳଦେବ ଜୀଉଙ୍କ ସେବାୟତ ମାନେ  । ଫଳରେ ମନ୍ତ୍ରୀ ମାର୍ଣ୍ଡି ଜଗନ୍ନାଥ ବୋଲି ଦର୍ଶାଇଥିବା ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପୁଣି ଥରେ ନବୀନ ନିବାସରେ ଭେଟି ଦେଇଥିବା ପ୍ରତିଶ୍ରୁତି ମନେ ପକାଇ ଦେବା ନିମନ୍ତେ ସେବାୟତମାନଙ୍କ ଭୁବନେଶ୍ୱର ଯାତ୍ରା ଜୁଲାଇ ୨୯ରେ । ଏହା ପୂର୍ବରୁ ଜୁଲାଇ ୨୮ରେ ବାରିପଦା ସହରରେ ବୁଲି ଭିକ୍ଷାମାଗିବେ ସେବାୟତମାନେ । ଏଥିନିମନ୍ତେ ଆଜି ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଜଣାଇଲେ ସେବାୟତ ସଂଘର ସଦସ୍ୟମାନେ ।

ସୂଚନା ଯୋଗ୍ୟଯେ, ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାକୁ ସରକାରୀ ସହାୟତା ପ୍ରଦାନ, ସ୍ଥାୟୀ ଓ ପୂର୍ଣ୍ଣକ୍ଷମତା ପ୍ରାପ୍ତ ଦେବୋତ୍ତର ନିର୍ବାହୀ ଅଧିକାରୀ ନିଯୁକ୍ତି, ଦେବୋତ୍ତର ସମ୍ପତ୍ତିର ପୁନଃଉଦ୍ଧାର, ଖାଲି ପଡିଥିବା ସେବାୟତ ପଦବୀ ପୂରଣ ସହ ସେବାୟତମାନଙ୍କ ଭତ୍ତା ବୃଦ୍ଧି ଆଦି ୮ ଦଫା ଦାବି ପୂରଣ ନିମନ୍ତେ ସେବାୟତମାନେ ଜୁନ ୧୭ରେ ନବୀନ ନିବାସ ପଦଯାତ୍ରାରେ ଯାଉଥିବା ବେଳେ ୧୮ ନମ୍ବର ଜାତୀୟ ରାଜପଥର କାଠପାଳ ନିକଟରୁ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସେମାନଙ୍କୁ ଫେରାଇ ଆଣିଥିଲେ । ଏହା ପରେ ଜୁନ ୨୫ରେ ମୁଖ୍ୟମନ୍ତ୍ରୀ ସହ ସାକ୍ଷାତ ଆଲୋଚନା କରାଇ ଥିଲେ । ଜୁଲାଇ ୧୭ ମଧ୍ୟରେ ସେବାୟତମାନଙ୍କ ସମସ୍ୟା ଓ ଦାବି ପୂରଣ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯିବାର ପ୍ରତିଶ୍ରୁତି ସେବାୟତମାନଙ୍କୁ ମିଳିଥିଲା । ଏହା ପୂର୍ବରୁ ଗଣମାଧ୍ୟମ ସମ୍ମୁଖରେ କୌଣସି ବିବୃତ୍ତି ନ ଦେବାକୁ ପରାମର୍ଶ ଦିଆଯାଇଥିଲା । କିନ୍ତୁ, ଅଦ୍ୟାବଧି ସେବାୟତମାନଙ୍କ ଦାବି ଓ ସମସ୍ୟା ନେଇ ସମସ୍ତେ ନୀରବ ଦ୍ରଷ୍ଟା ସାଜିଥିବାରୁ ସେମାନେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସାକ୍ଷାତ କରି ଦେଇଥିବା ପ୍ରତିଶୃତି ମନେ ପକାଇଦେବା ଉଦ୍ଦେଶ୍ୟରେ ଜୁଲାଇ ୨୯ରେ ଭୁବନେଶ୍ୱର ପଦଯାତ୍ରାରେ ବାହାରିବାର ନିଷ୍ପତ୍ତି ନେଇଛି ବାରିପଦା ମଠ ଓ ମନ୍ଦିର ସେବାୟତ ସଂଘ ।

0
0
0
s2sdefault