ହେଡଲାଇନସ୍:

ବୈଭବଶାଳୀ ଭାରତ ନିର୍ମାଣ ପାଇଁ ସଂସ୍କାର ଶିକ୍ଷାର ଆବଶ୍ୟକତା ରହିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲାଠିକଟାରେ ଏକଲ ଅଭିଯାନର ପ୍ରଶିକ୍ଷଣ ଶିବିର 

ଲାଠିକଟା/ ସୁନ୍ଦରଗଡ( ହୋରଚାନ୍ଦ ଦେଉରିଆ)- ଆଧୁନିକତାର ପ୍ରଭାବରେ ଆଜିର ମଣିଷ ଦିନକୁ ଦିନ ଅମଣିଷ ହେବାକୁ ବସିଥିବା ବେଳେ ମଣିଷ ଦେହରେ ମାନବିକତା ହଜି ସାରିଲାଣୀ। ତାହାର ପ୍ରମୁଖ କାରଣ ହେଉଛି ଭାରତରେ ଚାଲିଥିବା ସଂସ୍କାର ବିହିନ ଶିକ୍ଷା ବ୍ୟବସ୍ଥା। ଆଜି ଭାରତରେ ଚାଲିଥିବା ଶିକ୍ଷା ବ୍ୟବସ୍ଥାରେ ଶିକ୍ଷାଗ୍ରହଣ କରି ଜଣେ ରୋଜଗାରକ୍ଷମ ହେଇଯାଉଛି ସତ ହେଲେ ଭଲ ମଣିଷ ଟିଏ ହୋଇପାରୁନାହିଁ। ତେଣୁ ସମୟ ଆସିଛି ଇଂରେଜ ଅମଳରୁ ପ୍ରଚଳିତ ହୋଇ ଆସୁଥିବା ଶିକ୍ଷା ବ୍ୟବସ୍ଥାକୁ ପରିବର୍ତନ କରି ପୁଣି ଭାରତରେ ଗୁରୁକୁଳ ଶିକ୍ଷାକୁ ପ୍ରଚଳିତ କରିବାର। କାରଣ ସଂସ୍କାର ଶିକ୍ଷା ବିନା ଏକ ବୈଭବଶାଳୀ ଭାରତ ନିର୍ମାଣର ପରିକଳ୍ପନା ଅସମ୍ଭବ ଅଟେ।

ଆଜି ଲାଠିକଟା ନାଇନିଟୁଙ୍ଗରି ପାଡହା କେନ୍ଦ୍ର ପ୍ରାଙ୍ଗଣରେ ଏକଲ ଅଭିଯାନ ପକ୍ଷରୁ ଅନୁଷ୍ଠିତ ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମତ ରଖିଛନ୍ତି ବିଶ୍ବହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ଶାନ୍ତନୁ କୁସୁମ। ଏହି ଅବସରରେ ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ ଆଜି ହିନ୍ଦୁ ସମାଜ ଓ ସଂସ୍କୃତି ପ୍ରତି ଯେଉଁ ସଂଙ୍କଟ ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ହେଉଛି ହିନ୍ଦୁତ୍ବ ଆଧାରିତ ଶିକ୍ଷାର ଅଭାବ। ତେଣୁ ହିନ୍ଦୁତ୍ବର ସୁରକ୍ଷା ପାଇଁ ଆଜି ଗାଁ ଗାଁରେ ଏକଲ ଅଭିଯାନର ସଂସ୍କାର ଶିକ୍ଷାକୁ ପହଞ୍ଚାଇବାର ବହୁ ଆବଶ୍ୟକତା ରହିଛି। ସେଥିପାଇଁ ଏକଲ ଅଭିଯାନର କାର୍ଯ୍ୟକୁ ସମାଜର ପ୍ରତ୍ୟେକ ବର୍ଗଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ତନ,ମନ,ଧନ ଅର୍ପଣ କରି ସମର୍ପିତ ହୋଇ କାର୍ଯ୍ୟ କରିବାକୁ ଉପସ୍ଥିତ ପ୍ରଶିକ୍ଷାର୍ଥିଙ୍କୁ ଶ୍ରୀ କୁସୁମ ଆହ୍ୱାନ କରିଥିଲେ। ସର୍ବପ୍ରଥମେ ଭାରତମାତାଙ୍କ ଫଟୋ ଚିତ୍ରରେ ଧୂପ ଦୀପ ଅର୍ପଣ ପରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ସଭାରେ ଶ୍ରୀ କୁସୁମ ସହିତ ଏକଲ ଅଭିଯାନର ସମ୍ଭାଗ ସଂସ୍କାରଶିକ୍ଷା ପ୍ରମୁଖ କୃତାର୍ଥ ପ୍ରଧାନ ଓ ଅଂଚଳ ଅଭିଯାନ ପ୍ରମୁଖ ରାଜିବ ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ। ରାମଚନ୍ଦ୍ର ଛୁରାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମରେ ଏତୁଆ ଲୋହାର, ପୋଇତା ମୁଣ୍ଡାରି, ରମେଶ ମହାନନ୍ଦିଆ,ତ୍ରିବେଣୀ ଖେସ୍, ମଞ୍ଜରି ତନ୍ତି, ଫୁଲସିଂ ବାର୍ଲା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଆସନ୍ତା 26 ତାରିଖ ଯାଏ ଅନୁଷ୍ଠିତ ହେବାକୁ ଥିବା ଏହି ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମରେ ଲାଠିକଟା ବ୍ଳକର 50 ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଅଂଶଗ୍ରହଣ କରିଛନ୍ତି।

0
0
0
s2sdefault