ହେଡଲାଇନସ୍:

ହରଭଙ୍ଗାବ୍ଲକ:ଶିକ୍ଷକ ବଦଳିକୁ ନେଇ ଅସନ୍ତୋଷ, ପ୍ରତିବାଦରେ ୪ସ୍କୁଲରେ ପଡିଲା ତାଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଗତକାଲି ଶିକ୍ଷକ ବଦଳି ତାଲିକା ପ୍ରକାଶ ପାଇବାପରେ କେତେକ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ବିଦ୍ୟାଳୟ ର ଶିକ୍ଷକ ଙ୍କ ଅନ୍ୟତ୍ର ବଦଳିର ପ୍ରତିବାଦ କରି  ଖଣ୍ଡହତା, ଗଣ୍ଡାପାଦୁ, ଧଳପୁର ଓ ଖଜୁରିଆ ଆଦି ୪ଟି ସ୍କୁଲରେ ଏକକାଳୀନ ଭାବେ ତାଲା ପଡିବା ଘଟଣା ଶିକ୍ଷାପ୍ରେମୀ ମହଲରେ ଉଦବେଗ ପ୍ରକାଶ ପାଇବା ସହ ବ୍ଲକରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।ପ୍ରାପ୍ତ ସୂଚନା ମତେ ଖଣ୍ଡହତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କିଶୋର ନାଏକ ଙ୍କର ବଦଳି ସେଠାରୁ ପ୍ରାୟ ୬୦ କିମି ଦୂର ଗଣ୍ଡିସର ୟୁପିଏସ ସ୍କୁଲ କୁ ହୋଇଥିବା ଘଟଣା ଜଣାପଡିବା ପରେ ସ୍କୁଲର ଅଭିଭାବକ ଓ ପରିଚାଳନା କମିଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ବଦଳି ବାତିଲ ଦବିକରି ସେମାନଙ୍କ ଦ୍ୱାରା ବିଦ୍ୟାଳୟର ଗେଟ ରେ ତାଲା ପକାଯାଇ ଛାତ୍ର ଛାତ୍ରୀ ମାନେ ଧାରଣାରେ ବସିଥିଲେ।ସେହିପରି ଧଳପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସର୍ବେଶ୍ୱର ବେହେରାଙ୍କ ବଦଳି ଖଣ୍ଡହତା ପିୟୁପିଏସ କୁ ହେବାସହ ସେହି ସ୍କୁଲର ଅନ୍ୟଜଣେ ଶିକ୍ଷକ ସତ୍ୟବାନ ବେହେରାଙ୍କ ର ବଦଳି ଶାକୁସିଙ୍ଗା ୟୁଜିଏମଇ ସ୍କୁଲକୁ ହୋଇଥିବା ଖବର ଜଣାପଡିବା ପରେ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ମାନେ ସ୍କୁଲରେ ତାଲା ପକାଇ ପ୍ରତିବାଦ କରିଥିବା ଜଣାପଡିଛି।ଏହିଭଳି ଖଜୁରିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରବୀନ୍ଦ୍ର କୁମାର ପାତ୍ର ଙ୍କୁ ଦାମୋଦର ପୁର ପ୍ରାଥମିକ ବିଦ୍ୟାଳୟ ବଦଳି କରାଯାଇଥିବା ପ୍ରତିବାଦ ସ୍ବରୂପ ଗ୍ରାମବାସୀ ମାନେ ସ୍କୁଲରେ ତାଲା ପକାଇଥିଲେ।ଅନ୍ୟପଟେ ତାଙ୍କ ସ୍ଥାନରେ ଯୋଗଦେବା ପାଇଁ ଆସିଥିବା ତିଲେଶ୍ୱର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଶୀଲ କୁମାର ବଘାର ଙ୍କୁ ଲୋକେ ଦାଇତ୍ୱ ଗ୍ରହଣ କରାଇ ନଦେଇ ଫେରାଇ ଦେଇଥିବା ଜଣାଯାଇଛି।ସେହିଭଳି ତଳଗାଁ ପଞ୍ଚାୟତ ର ଗଣ୍ଡାପାଦୁ ମଧ୍ୟ ଇଂରାଜୀବିଦ୍ୟାଳୟରେ ବିଜ୍ଞାନ ଓ ସଂସ୍କୃତ ଶିକ୍ଷକ ନଥିବା ହେତୁ ପାଠପଢ଼ାରେ ଅସୁବିଧା ହେଉଥିବା ଅଭିଯୋଗ କରି ଶିକ୍ଷକ ଯୋଗେଇଦେବା ଦାବିକରି ଗ୍ରାମବାସୀ ମାନେ ଗତବର୍ଷ ଏପ୍ରିଲ ୨୨ତାରିଖରେ ବିଦ୍ୟାଳୟ ରେ ଅର୍ନିଧିଷ୍ଟ କାଳ ପାଇଁ ବିଦ୍ୟାଳୟରେ ତାଲା ପକାଇ ଥିଲେ।ହେଲେ ବିଭାଗୀୟ କତ୍ତୃପକ୍ଷ ଆସନ୍ତା ଶିକ୍ଷକ ବଦଳି ସମୟରେ ପ୍ରାଥମିକତା ଦେଇ ଶିକ୍ଷକ ଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ମାତ୍ର ଏଠାରେ କୌଣସି ଶିକ୍ଷକ ଙ୍କୁ ନିଯୁକ୍ତ କରାଯାଇ ନଥିବାରୁ ପ୍ରତିବାଦ ରେ ଗମବାସୀ ଙ୍କ ତରଫରୁ ମଙ୍ଗଳବାର ଦିନ ତାଲା ପକାଯାଇଥିବା ଦେଖିବାକୁ ମିଳିଛି।ଅପରପକ୍ଷେ ଆବଶ୍ୟକ ସ୍ଥଳେ ଭିନ୍ନକ୍ଷମ ଶିକ୍ଷକ ଙ୍କୁ ବିଦ୍ୟାଳୟ ଠାରୁ ୫କିମି ଦୂରତା ମଧ୍ୟରେ ଥିବା ସ୍କୁଲ କୁ ବଦଳି କରାଯିବାର ନିୟମ ଥିବାବେଳେ କୃଷ୍ଣଚନ୍ଦ୍ରସିଂ ନାମକ ଜୈନିକ ଶିକ୍ଷକଙ୍କୁ ଘର ଠାରୁ ପ୍ରାୟ ୩୫କିମି ଦୂର ଦୁର୍ଗମ ଅଞ୍ଚଳରେ ଥିବା କଣ୍ଠିସର ସ୍କୁଲକୁ ବଦଳି କରାଯାଇଥିବା ଲକ୍ଷ୍ୟକରା ଯାଇଛି।ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟିଦେଇ ବିହୀତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି |

0
0
0
s2sdefault