ହେଡଲାଇନସ୍:

ସାବିତ୍ରୀ ନେଲେ ବାଜି ମାରି, ବିଜୟ ପୁଣି ଗଲେ ହାରି.

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାଟୁ କଲାନାହିଁ ସ୍ୱାଭିମାନ ସ୍ଲୋଗାନ, ପୁଣି କିମିଆ ଦେଖାଇଲେ ନବୀନ

କଂଗ୍ରେସ ଭୋଟକୁ ଭୁତ ଖାଇ ଗଲା


kendrapara/ shasak Prashasak : ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା | ବହୁଚର୍ଚିତ, ବହୁ ପ୍ରତୀକ୍ଷିତ ପାଟକୁରା ବିଧାନସଭାଆସନ କୁ ହାତେଇ ନେଇଛି ବିଜେଡି । ବିଜେଦି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରବାଲ ବାଜି ମାରି ନେଇଛନ୍ତି 17000ରୁ ଅଧିକ ଭୋଟରେ  ।  ପୁଣି ଲଗାତାର ଭାବେ ପରାଜୟ ମୁହଁ ଦେଖିଛନ୍ତି ବିଜୟ । କାମ ଦେଇନି ସ୍ୱାଭିମାନ ଆଉ ମାଟିର ପୁଅ ସ୍ଲୋଗାନ । ଦେଖିବାକୁ ମିଳିଛି ନବୀନ କିମିଆ । ଆଜି ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇ ପ୍ରଥମେ ପୋଷ୍ଟାଲ ବାଲାଟ ଗଣାଯାଇଥିଲା । ତାପରେ ଆରମ୍ଭ ହୋଇଥିଲା ଇଭିଏମ ଗଣତି । ଆରମ୍ଭ ହୋଇଥିଲା ଡେରାବିଶିରୁ । ୧୮ ଟି ରାଉଣ୍ଡରେ ୩୦୯ ବୁଥର ଭୋଟ ଗଣତି ହୋଇଥିବା ବେଳକୁ କିଏ ଜିତିବେ ତାକୁ ନେଇ ଉତ୍କଣ୍ଠା ବୃଦ୍ଧି ପାଇଥିଲା।  ଡେରାବିଶିରେ ସାବିତ୍ରୀଙ୍କ ଭୋଟ ପରିମାଣ ଓ ମାର୍ଜିନ ରୁ ଠଉରେଇ  ହୋଇଯାଇଥିଲା ଫଳ କଣ ହେବ ।  ଲଗାତାର ସବୁ ରାଉଣ୍ଡରେ ଲିଡ଼ କରି ଚାଲିଥିଲେ ସାବିତ୍ରୀ | ବିଜୟ ଗୋଟିଏ ରାଉଣ୍ଡରେ ବି ଆଗେଇ ପାରିନଥିଲେ |  ଡେରାବିଶିରୁ ଭୋଟ ଗଣତି ସରିବା ପରେ ବିଜେଡି ଜିତିବା ସମ୍ଭାବନା ଉଜ୍ଜ୍ୱଳ ହୋଇଯାଇଥିଲା । କଂଗ୍ରେସ ଭୋଟ କୁଆଡେ ଗଲା , କିଏ ନେଲା , କିଏ ବିକିଲା, କିଏ କିଣିଲା ତାକୁ ନେଇ ଏବେ ଚର୍ଚ୍ଚା |

ସମସ୍ତ ୧୮ ରାଉଣ୍ଡ ଗଣତି ପରେ ଅନୌପଚାରିକ ଭାବେ ମିଳିଥିବା ସୂଚନା ଅନୁସାରେ  ୧୮ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ୍ ୯୫,୧୬୨ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୭, ୫୦୭ ଭୋଟ୍ ମିଳିଛି। ଏଜି ସଫଳତା ପାଇଁ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଜିତିବାର ଶ୍ରେୟ ପାଟକୁରାବାସୀଙ୍କୁ ପ୍ରଦାନ କରିଛନ୍ତି  । " ବଳଦେବ ଜୀଉଙ୍କ ଆଶୀର୍ବାଦ ମୋ ପ୍ରତି ରହିଛି  | ପାଟକୁରା ବାସୀଙ୍କ ସହ ମୁଁ ଅଛି | ମୋ ଅଂଚଳର ମୋ ଭାଇ ମାନଙ୍କ ପାଇଁ କାମ କରିଚାଲିବି | ମୋ ସ୍ୱାମୀ ଯେଉଁ କାମ ଖଣ୍ଡିଆ ରଖି ଯାଇଛନ୍ତି ତାକୁ ପୂରଣ କରିବି |  ମୁଖ୍ୟମନ୍ତ୍ରୀ ଭରସା କରି  ଏ ଅଂଚଳ ଦାୟିତ୍ୱ ଦେଇଛନ୍ତି| ମୋ ସ୍ୱାମୀଙ୍କ ସହ ଏ ଅଂଚଳର ସବୁବେଳେ କାମ କରିଛି | ତାଙ୍କ ଲକ୍ଷ ଥିଲା ଜିଲ୍ଲା ଭିତରେ ପାଟକୁରାକୁ ଏକ ନମ୍ବର କରିବାକୁ | ସେ ଦିଗରେ ସେ ବହୁତ କିଛି କାମ କରିଛନ୍ତି | ଆଉ ଯାହା ଅପୂରଣୀୟ ରହିଛି ମୁଁ ତାକୁ  ପୂରଣ କରିବି |  ପାଟକୁରାରେ କର୍ମର ବିଜୟ ହୋଇଛି,  ଯାହାକୁ ମୁଁ ଦୀର୍ଘ ୧୦ ବର୍ଷ ହେଲା ପାଟକୁରା ପାଇଁ କରିଆସିଥିଲି । " ବୋଲି କହିଛନ୍ତି  ସାବିତ୍ରୀ |

0
0
0
s2sdefault